🟢 ବ୍ରେକିଂ ନ୍ୟୁଜ

ଦୁର୍ଗମ ତୁର୍କାରେ ଶିକ୍ଷାର ନୂଆ ଆଶା, କୁନି କୁନି ପିଲାଙ୍କ ହାତରେ ବହି, ଖାତା ଓ କଲମ


କଳାହାଣ୍ଡି, (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର) ଶିକ୍ଷା ଜୀବନ ଶୈଳୀକୁ ବଦଳାଇ ଦେଇଥାଏ, ସଭ୍ୟ ସମାଜରେ ବଞ୍ଚିବାକୁ ସହଜ କରିଥାଏ। ଆଜିର ଡିଜିଟାଲ ଯୁଗରେ ଶିକ୍ଷାର ଅତି ଆବଶ୍ୟକ ଥିବା ବେଳେ ଶିକ୍ଷା ଠାରୁ ଦୂରରେ ଥିବା ଦୁର୍ଗମ ଅଞ୍ଚଳ ରେ ଶିକ୍ଷା ର ପ୍ରଦୀପ ଜଳିଛି l ଏଭଲି ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଲାଞ୍ଜି ପଞ୍ଚାୟତର ଦୁର୍ଗମ ଅଞ୍ଚଳ ତୁର୍କା ଗ୍ରାମରେ । ପାହାଡ଼, ଜଙ୍ଗଲ ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ମଝିରେ ରହିଥିବା ଏହି ଗ୍ରାମରେ ଆଜି ଶିକ୍ଷାର ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଛି। ଦୁର୍ଗମ ଅଞ୍ଚଳର କୁନି କୁନି ଝିଅ ଓ ପୁଅମାନଙ୍କ ମୁହଁରେ ହସ ଫୁଟାଇବା ସହିତ ସେମାନଙ୍କ ପାଠପଢ଼ାକୁ ଉତ୍ସାହିତ କରିବା ପାଇଁ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ପିଲାମାନଙ୍କୁ ବହି, ଖାତା, ସିଲେଟ ଓ କଲମ ପ୍ରଦାନ କରିଛନ୍ତି।ବହି ଓ ଖାତା ହାତରେ ଧରି କୁନି କୁନି ପିଲାମାନଙ୍କ ମୁହଁରେ ଯେଉଁ ଖୁସି ଦେଖାଯାଉଥିଲା, ତାହା ଥିଲା ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ଆନନ୍ଦଦାୟକ । କୁନି କୁନି ଛୁଆଙ୍କ ହାତରେ ନୂଆ ବହି ତ କାହା ହାତରେ ଖାତା, ଆଉ କାହା ହାତରେ ସିଲେଟ ଓ କଲମ ସମସ୍ତଙ୍କ ମନରେ ଥିଲା ପାଠପଢ଼ା ପ୍ରତି ଆଗ୍ରହ । ଦୁର୍ଗମ ତୁର୍କାର ଏହି ଛୋଟ ଛୋଟ ପିଲାମାନଙ୍କ ଆଖିରେ ରହିଛି ବଡ଼ ବଡ଼ ସ୍ୱପ୍ନ।  ଭବିଷ୍ୟତରେ କିଏ ଶିକ୍ଷକ ହେବାକୁ ଚାହେଁ ଆଉ କିଏ ଡାକ୍ତର, ଇଞ୍ଜିନିୟର କିମ୍ବା ଅନ୍ୟ କୌଣସି ବଡ଼ ବଡ଼ ସ୍ୱପ୍ନ ଦେଖୁଛି। ସେହି ସ୍ୱପ୍ନକୁ ସାକାର କରିବାକୁ ପୁଅ ଝିଅଙ୍କୁ ଉତ୍ତମ ଶିକ୍ଷା ଦରକାର ଏବଂ ଶିକ୍ଷା ହିଁ ହେଉଛି ଭବିଷ୍ୟତ ଗଢିବାର ପ୍ରଥମ ପାହାଚ ।ଦୁର୍ଗମ ଅଞ୍ଚଳରେ ଶିକ୍ଷା ସାମଗ୍ରୀ ପହଞ୍ଚାଇ ପିଲାମାନଙ୍କ ପାଠପଢ଼ା ପାଇଁ ଉତ୍ସାହିତ କରିବା ପାଇଁ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ଙ୍କ ଯେଉଁ ନିଆରା ପ୍ରୟାସ ଗ୍ରାମବାସୀଙ୍କ ମନରେ ବହୁତ ଆନନ୍ଦ ସୃଷ୍ଟି କରିଛି। ଶିକ୍ଷାର ଆଲୋକ ଯେତେ ଦୂର ପହଞ୍ଚିବ, ସେତେ ଦୂର ଦୁର୍ଗମ ଅଞ୍ଚଳର ପିଲାମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ ବୋଲି ମାଝୀ ପ୍ରକାଶ କରିଥିଲେ ଏବଂ ଏହି ଦୁର୍ଗମ ତୁର୍କାରୁ ଆଜି ଉଠିଛି ଶିକ୍ଷା କୁ ନେଇ ଏକ ସୁନ୍ଦର ବାର୍ତ୍ତା “ପ୍ରତ୍ୟେକ ପିଲାର ହାତରେ ବହି, ପ୍ରତ୍ୟେକ ପିଲାର ଆଖିରେ ସ୍ୱପ୍ନ, ଆଉ ପ୍ରତ୍ୟେକ ସ୍ୱପ୍ନର ପଛରେ ଶିକ୍ଷାର ଆଲୋକ।” ତେବେ ଯାଇ ଆମେ ଏକ ସୁସ୍ଥ ସମାଜ ଗଢି ପାରିବା ବୋଲି ବାର୍ତ୍ତା ଦିଆ ଯାଇଛି l

 କଳାହାଣ୍ଡି ରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର"

Previous Post Next Post
Magspot Blogger Template

نموذج الاتصال