🟢 ବ୍ରେକିଂ ନ୍ୟୁଜ

ଟେମରା ପଞ୍ଚାୟତ କଲ୍ୟାଣୀ ମଣ୍ଡପ ଠାରେ କୋକସରା ବ୍ଲକ ରାଜମିସ୍ତ୍ରୀ ସଂଘର ସାଧାରଣ ସଭା ଅନୁଷ୍ଠିତ


କୋକସରା:(ଖବର ଆମର) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରାଜମିସ୍ତ୍ରୀ ସଂଘ ପକ୍ଷରୁ ଏକ ସାଧାରଣ ସଭା ଟେମରା ପଞ୍ଚାୟତସ୍ଥିତ କଲ୍ୟାଣୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସାଙ୍ଗଠନିକ ଏକତା, ନିର୍ମାଣ ଶ୍ରମିକମାନଙ୍କ ସମସ୍ୟା ଏବଂ ସେମାନଙ୍କୁ ସରକାରୀ ସୁବିଧା ଯୋଗାଇଦେବା ଉପରେ ସଭାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବରେ ଭାରତୀୟ ମଜଦୂର ସଂଘର ରାଜ୍ୟ ପ୍ରଭାରୀ ଶ୍ରୀ ବିରଞ୍ଚି ନାରାୟଣ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ, ଅତିରିକ୍ତ ଶିକ୍ଷା ଅଧିକାରୀ ତୋଫାନ ମାଝୀ, ନିର୍ମାଣ ଶ୍ରମିକ ସଂଘ ର ଜିଲ୍ଲା ସମ୍ପାଦକ ରାଧାକାନ୍ତ ବେହେରା,ଜିଲ୍ଲା ସହ ସମ୍ପାଦକ ମିନିକେତନ ବେହେରା,ସମାଜସେବୀ ରାଜେନ୍ଦ୍ର ନାଏକ,କୋକସରା ବ୍ଲକ ରାଜମିସ୍ତ୍ରୀ ସଂଘ ସଭାପତି ରାଜ କିଶୋର ସିଂ,ସମ୍ପାଦକ ଅଭିରାମ ଗୋପାଳ, ଧର୍ମୁ ପଟେଲ,ରାଜକୁମାର ବନ୍ଦିଛୋଡ, ବିଷିକେଶନ ରାଉତ, ଭୀଷ୍ମ ନାଏକ, ସୁଧୀର ମାଝୀ, ପ୍ରଦୀପ ପୁଞ୍ଜି, ପଦୁନାଭ ରଣା, ଦେବରାଜ ମାଝୀ ଓ ପୁଝାରୀ ଚିତ୍ରସେନ ମାଝୀ ପ୍ରମୁଖ ମଞ୍ଚାସିନ ଥିଲେ l ସଭାରେ କୋକସରା ବ୍ଲକର ବିଭିନ୍ନ ଅଞ୍ଚଳରୁ ରାଜମିସ୍ତ୍ରୀ ଓ ନିର୍ମାଣ ଶ୍ରମିକମାନେ ଯୋଗଦେଇଥିଲେ। ନିର୍ମାଣ ଶ୍ରମିକମାନେ ଦିନରାତି ପରିଶ୍ରମ କରି ଘର, ରାସ୍ତା, ବିଭିନ୍ନ ସରକାରୀ ଓ ବେସରକାରୀ ନିର୍ମାଣ କାର୍ଯ୍ୟରେ ନିଜର ଅବଦାନ ରଖୁଥିଲେ ମଧ୍ୟ ଅନେକ ସମୟରେ ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ସଭାରେ ଆଲୋଚନା କରାଯାଇଥିଲା। ବିଶେଷକରି ନିର୍ମାଣ ଶ୍ରମିକମାନଙ୍କ ପଞ୍ଜୀକରଣ, ଶ୍ରମିକ କାର୍ଡ, ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ କଲ୍ୟାଣମୂଳକ ସୁବିଧା ଓ ଯୋଜନାର ଲାଭ ପାଇବାରେ ରହୁଥିବା ସମସ୍ୟା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶ୍ରମିକମାନଙ୍କ ନ୍ୟାଯ୍ୟ ଅଧିକାର ଓ ସୁବିଧା ସୁନିଶ୍ଚିତ କରିବା ପାଇଁ ସଂଘ ଏକଜୁଟ ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଥିଲା। ଏହା ସହିତ କୋକସରା ବ୍ଲକ ରାଜମିସ୍ତ୍ରୀ ସଂଘକୁ ଆହୁରି ମଜଭୁତ ଓ ସୁସଂଗଠିତ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ବ୍ଲକର ପ୍ରତ୍ୟେକ ଅଞ୍ଚଳର ରାଜମିସ୍ତ୍ରୀ ଓ ନିର୍ମାଣ ଶ୍ରମିକମାନଙ୍କୁ ସଂଘ ସହିତ ଯୋଡ଼ିବା, ସେମାନଙ୍କ ସମସ୍ୟାକୁ ଏକାଠି ଉପସ୍ଥାପନ କରିବା ଏବଂ ଶ୍ରମିକମାନଙ୍କ ହିତ ପାଇଁ ସଂଘବଦ୍ଧ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସଭା ଅବସରରେ ଟେମରା ପଞ୍ଚାୟତ ସ୍ତରୀୟ ନିର୍ମାଣ ଶ୍ରମିକ ସଂଗଠନ ପାଇଁ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କୁ ସର୍ବସମ୍ମୁଖରେ ଶପଥ ପାଠ କରାଯାଇଥିଲା। ନବନିର୍ବାଚିତ ସଦସ୍ୟମାନେ ଶ୍ରମିକମାନଙ୍କ ହିତ ଓ ଅଧିକାର ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ। ସଭାରେ ଉପସ୍ଥିତ ଶ୍ରମିକମାନେ ଏକତାବଦ୍ଧ ହୋଇ ସଂଘକୁ ଆହୁରି ଶକ୍ତିଶାଳୀ କରିବା ସହ ନିର୍ମାଣ ଶ୍ରମିକମାନଙ୍କ ସମସ୍ୟାର ସମାଧାନ ଦିଗରେ ଆଗାମୀ ଦିନରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ ଏବଂ ଆଗକୁ ରାଜମିସ୍ତ୍ରୀ ଙ୍କ ଆରାଧ୍ୟ ଦେବ ବିଶ୍ୱକର୍ମା ପୂଜା ରହିଥିବାରୁ ସେଉପରେ ସଂଘ ପକ୍ଷରୁ ବିସ୍ତୃତ ଆଲୋଚନା କରାଯାଇଥିଲା l କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ତୈଳଙ୍କ ରୋତି ଓ ପର୍ଶୁରାମ ନାଗ ଏବଂ ନିର୍ମାଣ ଶ୍ରମିକ ସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l 

BUREAU CHIEF ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ ଖବର ଆମର

Previous Post Next Post
Magspot Blogger Template

نموذج الاتصال