କୋକସରା, (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର): ଚୋରା ମଦ କାରବାର ବିରୋଧରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଚୋରା ମଦ କାରବାର ଚାଲୁଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି କୋକସରା ଅବକାରୀ ବିଭାଗ ପକ୍ଷରୁ ଆମପାଣି ଥାନା ଅଞ୍ଚଳ କାଉଡୋଲା ଗ୍ରାମରେ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରାଯାଇଛି।ଗିରଫ ଅଭିଯୁକ୍ତମାନେ ହେଲେ କାଉଡୋଲା ଗ୍ରାମର ରୁଦ୍ର ଶତନାମୀ ଓ ଦିନବନ୍ଧୁ ମାଝୀ ବୋଲି ଜଣା ପଡିଛି । ଗିରଫ ଅଭିଯୁକ୍ତ ରୁଦ୍ର ଶତନାମୀଙ୍କ ନିକଟରୁ ୧୦ ଲିଟର ଦେଶୀ ମଦ (OS Liquor) ସହ ୬.୫ ଲିଟର ବିୟର ଜବତ କରାଯାଇଥିବା ବେଳେ ଦିନବନ୍ଧୁ ମାଝୀଙ୍କ ନିକଟରୁ ୧୦ ଲିଟର ଦେଶୀ ମଦ ଜବତ ହୋଇଛି। ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଅବକାରୀ ଆଇନ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋକସରା JMFC ଅଦାଲତରେ ହାଜର କରି କୋର୍ଟ ଚାଲାଣ କରାଯାଇଛି ।ଏହି ଚଢ଼ାଉରେ ଅବକାରୀ ବିଭାଗର ଇନ୍ସପେକ୍ଟର ଅରୁଣ କୁମାର ଯୋଶୀ, OIC ଗୁପ୍ତେଶ୍ୱର ପଟେଲ, କନଷ୍ଟେବଳ ଖୁସିଦେବ କଟା, ମହାଦେବ ମାଝୀ, ରବି ବାଗ, ଅରୁଣାକ୍ଷ୍ୟ ଧାଙ୍ଗଡ଼ା ମାଝୀ ଓ ପ୍ରିୟମ୍ବଦା ଜେନା ପ୍ରମୁଖ ସାମିଲ ଥିଲେ।
କୋକସରା ରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର"
Tags
Latest



