ଧର୍ମଗଡ଼, (ଖବର ଆମର) (ହୁକିମ ବିଶି) — ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବେହେରାଠାରେ ୩୨ତମ ଦଣ୍ଡପାଟ ଡ୍ରାଇଭର ମହାସଂଘ ଆନୁକୂଲ୍ୟରେ ବିଶ୍ୱକର୍ମା ପୂଜା ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଡ୍ରାଇଭର ମହାସଂଘର ସଦସ୍ୟମାନେ ଏକତ୍ରିତ ହୋଇ ଭଗବାନ ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା କରିଥିଲେ। ଯାନବାହନ ଓ ଯନ୍ତ୍ରପାତିର ସୁରକ୍ଷା ସହିତ ସମସ୍ତଙ୍କ ମଙ୍ଗଳ ଓ ସୁରକ୍ଷିତ ଯାତ୍ରା ପାଇଁ ପ୍ରାର୍ଥନା କରାଯାଇଥିଲା।ପୂଜା ଅବସରରେ ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। ଡ୍ରାଇଭର ମହାସଂଘର କର୍ମକର୍ତ୍ତା, ସଦସ୍ୟ ଓ ସ୍ଥାନୀୟ ଲୋକେ ପୂଜାରେ ସାମିଲ ହୋଇଥିଲେ। ଦିନତମାମ ପୂଜାପାଠ ଓ ଧାର୍ମିକ କାର୍ଯ୍ୟକ୍ରମ ପରେ ସନ୍ଧ୍ୟା ସମୟରେ ଭକ୍ତ ଓ ଦର୍ଶକଙ୍କ ଭିଡ଼ ଜମିଥିଲା।ଏହାସହ ରାତିରେ ଲୋକଙ୍କ ମନୋରଞ୍ଜନ ପାଇଁ ଏକ ନାଟକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ନାଟକ ଦେଖିବା ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ସମଗ୍ର କାର୍ଯ୍ୟକ୍ରମକୁ ଦଣ୍ଡପାଟ ଡ୍ରାଇଭର ମହାସଂଘର ସଦସ୍ୟମାନେ ପରିଚାଳନା କରିଥିଲେ।
Tags
Latest



