🟢 ବ୍ରେକିଂ ନ୍ୟୁଜ

୨ ଟନ ୮୦ କେଜି ଗଞ୍ଜେଇ ଜବତ, ୪ ଜଣ ଗିରଫ, କୋର୍ଟ ଚାଲାଣ


ମ.ରାମପୁର,(ଖବର ଆମର) କଳାହାଣ୍ଡି ଜିଲ୍ଲା ମ- ରାମପୁର ଥାନା ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ତଥା ମାଓପ୍ରବଣ ଦୁର୍ଗମ ଅଞ୍ଚଳ ମୋହନଗିରି ଫାଣ୍ଡି ଅଧୀନସ୍ଥ ଦେଢଶୁଲି ପଞ୍ଚାୟତ କୁ ଲାଗିରହିଥିବା  କନ୍ଧମାଳ ଓ କଳାହାଣ୍ଡି ସୀମାନ୍ତ ଜାମୁଲି ଗାଁ ନିକଟ ଜଙ୍ଗଲରେ ମଦନପୁର ରାମପୁର  ଥାନା ଅଧିକାରୀଣୀ ଶ୍ରୀ ମତୀ ସଞ୍ଜୁକ୍ତା ପ୍ରଧାନ ଙ୍କ ନେତୃତ୍ୱରେ ପୋଲିସ ଚଢ଼ାଉ କରି ୧୬୦ ବସ୍ତା ଗଞ୍ଜେଇ ଜବତ କରିଥିବା ବେଳେ ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି। ୪ ଜଣଙ୍କ ମଧ୍ୟରୁ ଜଣେ ଗ୍ରାମରକ୍ଷୀ ରହିଥିବା ପୋଲିସ ସୂଚନା ଦେଇଛି ।ଗଞ୍ଜେଇର ପରିମାଣ ୨ ଟନ ୮୦  କିଲୋଗ୍ରାମ ହୋଇଥିବା ବେଳେ ଏହା  ପ୍ରଥମ ଘଟଣା ବୋଲି ଜଣାପଡିଛି।ଏହାର ଆନୁମାନିକ ମୂଲ୍ୟ କୋଟିଏରୁ ଉର୍ଦ୍ଧ୍ବ   ହେବ ବୋଲି ସୂଚନା ମିଳିଛି।ଗିରଫ ଅଭିଯୁକ୍ତ ମାନେ ହେଲେ ଜାମୁଲି ଗାଁର ଗଲନ ମାଝୀ, କିଜୁ ମାଝୀ, ଦେଢ଼ସୁଳି ଗାଁର ନାଇବ ହରିଜନ ଓ ଜିତେନ୍ଦ୍ର ହରିଜନ।ନାଇବ ଓ ଜିତେନ୍ଦ୍ର ଦୁହେଁ ବାପା ଓ ପୁଅ ବୋଲି ଜଣାପଡିଛି।କଳାହାଣ୍ଡି, କନ୍ଧମାଳ ଜିଲ୍ଲା ସୀମାନ୍ତ ଦେଢସୁଳି ପଞ୍ଚାୟତ ଏବେ ଗଂଜେଇର ହବ ପାଲଟିଛି। ଏହି ଅଞ୍ଚଳରୁ ଗତ ୩ ଦିନ ତଳେ ଓଡ଼ିଶାରେ ପ୍ରଥମ ଥର ପାଇଁ ଆମଯାନ ଅନଲାଇନ ଭଳି କମ୍ପାନୀ ନାଁ ରେରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ କଳାହାଣ୍ଡି ଓ ବାଲାଙ୍ଗୀର ପୋଲିସର ମିଳିତ ଚଢ଼ାଉ କରି ଏହି ରାକେଟର ପର୍ଦାଫାଶ କରି ଜଣକୁ ଗିରଫ କରିଥିଲା ପୋଲିସ। ପରେ ପୋଲିସ ତତ୍ପର ଦେଖାଇ ସେହି ଅଞ୍ଚଳରୁ ଏତେ  ପରିମାଣର ଗଞ୍ଜେଇ ଜବତ କରିଛି। ପରେ ପୋଲିସ ତତ୍ପର ଦେଖାଇ ସେହି ଅଞ୍ଚଳରୁ ଏତେ  ପରିମାଣର ଗଞ୍ଜେଇ ଜବତ କରିଛି। ଗତ କିଛି ମାସ ପୂର୍ବରୁ ମୋହନଗିରି ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଥିବା ଜାଣି ପୋଲିସ ଓ ଅବକାରୀ ବିଭାଗ ଚଢ଼ାଉ କରି ପୋଡି ଚାଷ ନଷ୍ଟ କରିଥିଲେ।ହେଲେ ଏଠି ପ୍ରଶ୍ନ ଉଠୁଛି ପୁଣି ଏତେ ପରିମାଣର ଗଞ୍ଜେଇ ଚାଷ ଅଞ୍ଚଳରେ ହେଉଥିବା ବେଳେ ପୋଲିସ କି ଅବକାରୀ ବିଭାଗର ଦୃଷ୍ଟି ପଡୁନାହିଁ କେମିତି। କି ପୋଲିସ ଓ ଅବକାରୀ ବିଭାଗର ଜ୍ଞାତ ସାରରେ  ହେଉଛି ଚାଷ। ଗଂଜେଇ ମାଫିଆଙ୍କ ସହ ପୋଲିସ ବିଭାଗ ଓ ଅବକାରୀ ବିଭାଗ ହାତ ମିଶାଇ ହେଉନିତ ଗଞ୍ଜେଇ ଚାଷ। ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। 

କଳାହାଣ୍ଡିରୁ ବ୍ୟୁରୋ ରିପୋର୍ଟ "ଖବର ଆମର"

Previous Post Next Post
Magspot Blogger Template

نموذج الاتصال