🟢 ବ୍ରେକିଂ ନ୍ୟୁଜ

କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଜିଲ୍ଲା ସ୍ତରୀୟ ଗୁରୁଦିବସ ଉତ୍ସବ ପାଳିତ


କୋକସରା, (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର) ଗୁରୁ ହିଁ ପରଂବ୍ରହ୍ମ, ଗୁରୁ ହିଁ ପରମେଶ୍ୱର, ଗୁରୁ ବିନା ସବୁ ଅନ୍ଧାର, ଯାହାଙ୍କ ସ୍ପର୍ଶରେ ଅବୋଧ ଶିଶୁର ଗଢି ହୁଏ ଶୈଶବ, ଯାହାଙ୍କ ନୀତି, ଆଦର୍ଶ,ଶିକ୍ଷା,ଦୀକ୍ଷା ରେ ଗଢି ହୁଏ ସୁଜୀବନ ଚରିତ୍ର, ଯାହାଙ୍କ ମାର୍ଗ ଦର୍ଶନରେ ଛାତ୍ରଛାତ୍ରୀ ହୁଅନ୍ତି ଅନୁପ୍ରାଣିତ l ସେଇ ଗୁରୁଙ୍କ ପାଇଁ ଜୀବନ ରେଖା ସରଳୀକୃତ ହୋଇଥାଏ l ସେଥିପାଇଁ ଭାରତରେ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖ ଦିନ ଗୁରୁଦିବସ ପାଳନ କରାଯାଏ। ମହାନ ଶିକ୍ଷକ,ମହାନ ଗୁରୁ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମତିଥି ଅବସରରେ ଏହି ଦିନଟିକୁ ଗୁରୁଦିବସ ଭାବେ ପାଳନ କରାଯାଏ। ଶିକ୍ଷକଙ୍କ ପ୍ରତି ସମ୍ମାନ, କୃତଜ୍ଞତା ଓ ଭଲପାଇବା ପ୍ରକାଶ କରିବା ସହ ଶିକ୍ଷା କ୍ଷେତ୍ରରେ ସେମାନଙ୍କ ଅବଦାନକୁ ସ୍ମରଣ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ।ଏହି ଅବସରରେ କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ ତମ ଜିଲ୍ଲା ସ୍ତରୀୟ ଗୁରୁଦିବସ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକରୁ ଶିକ୍ଷକ-ଶିକ୍ଷୟିତ୍ରୀ, ସଂଘର କର୍ମକର୍ତ୍ତା ଓ ଶିକ୍ଷାପ୍ରେମୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଉତ୍ସବ ଅବସରରେ ଗୁରୁମାନଙ୍କ ସମ୍ମାନ ଓ ସେମାନଙ୍କ ନିଷ୍ଠାପର ଶିକ୍ଷାଦାନକୁ ପ୍ରଶଂସା କରାଯାଇଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଧାକାନ୍ତ ଛାତ୍ରୀ ଜିଲ୍ଲା ଶିକ୍ଷା ଅଧିକାରୀକଳାହାଣ୍ଡି  ଯୋଗଦେଇ ଗୁରୁଦିବସର ମହତ୍ତ୍ୱ ଓ ଶିକ୍ଷକମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଶିବ ପ୍ରସାଦ ବେହେରା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, କଟକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ଶ୍ରୀ ରାଜୀବ କୁମାର ଅଗ୍ରୱାଲ, ଅତିରିକ୍ତ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ,ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ରାଜ୍ୟ ସଭାପତି ଧୀରେନ୍ଦ୍ର ପଟ୍ଟନାୟକ,ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ଓ ରାଜ୍ୟ ଜୋନାଲ ସମ୍ପାଦକ ବିରେନ କୁମାର ବାଗ ପ୍ରମୁଖ ମଞ୍ଚାସିନ ହୋଇଥିଲେ  l ଜଣେ ଶିକ୍ଷକ କେବଳ ପାଠ ପଢ଼ାଇବାରେ ସୀମିତ ନୁହନ୍ତି, ବରଂ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ, ଶୃଙ୍ଖଳା, ନୈତିକତା ଓ ଭବିଷ୍ୟତ ଗଠନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ ବୋଲି ବକ୍ତାମାନେ କହିଥିଲେ।ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ, ବରିଷ୍ଠ ଶିକ୍ଷକ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଶିକ୍ଷକମାନଙ୍କ ସମସ୍ୟା, ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ବିକାଶ ଏବଂ ଛାତ୍ରଛାତ୍ରୀଙ୍କ ଉନ୍ନତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।ସଭାରେ ସଂଘର ବିଭିନ୍ନ କର୍ମକର୍ତ୍ତା ଓ ଶିକ୍ଷକ ନେତାମାନେ ଯୋଗଦେଇ ଶିକ୍ଷକମାନଙ୍କ ଏକତା ଓ ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ ସମସ୍ତେ ମିଳିତ ଭାବେ କାମ କରିବାକୁ ଆହ୍ୱାନ ଦେଇଥିଲେ। ଶେଷରେ ଉପସ୍ଥିତ ଶିକ୍ଷକମାନେ ଗୁରୁଦିବସର ମହତ୍ତ୍ୱକୁ ସ୍ମରଣ କରିବା ସହ ଶିକ୍ଷା ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବା ପାଇଁ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟକୁ ନିଷ୍ଠାର ସହ ପାଳନ କରିବାକୁ ସଂକଳ୍ପ ନେଇଥିଲେ।

କଳାହାଣ୍ଡି ରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାରଗହିର ଙ୍କ ରିପୋର୍ଟ "ଖବର ଆମର "
Previous Post Next Post
Magspot Blogger Template

نموذج الاتصال