🟢 ବ୍ରେକିଂ ନ୍ୟୁଜ

ବେହେରାରେ ଅମୃତ ମାତୃ ପିତୃ ସେବା କାର୍ଯ୍ୟକ୍ରମ,ନୂଆଖାଇରେ ଶତାଧିକ ଅସହାୟ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କୁ ସହାୟତା


ଧର୍ମଗଡ଼, (ଖବର ଆମର)(ହୁକିମ ବିଶି)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରାସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ପବିତ୍ର ଗଣପର୍ବ ନୂଆଖାଇ ଅବସରରେ ଦଣ୍ଡପାଟ ଯୁବ ସେବା ସଂଗଠନ ଆୟୋଜନରେ “ଅମୃତ ମାତୃ ପିତୃ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ମହତ୍‌ କାର୍ଯ୍ୟକ୍ରମରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ, ଦଣ୍ଡପାଟ ପ୍ରଡ୍ୟୁସର ଗ୍ରୁପ୍‌ ଓ କାରୁଣ୍ଡ ସେବା ସଂଗଠନ ସହଯୋଗ କରିଥିଲେ।ସଂଗଠନର ସଭାପତି କ୍ଷୀରସିନ୍ଧୁ ବାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅଞ୍ଚଳର ବିଶିଷ୍ଟ ଯୁବ ସମାଜସେବୀ ପ୍ରଭାତ ତିୱାରୀ ମୁଖ୍ୟ ଅତିଥି, ବେହେରା ସମିତି ସଭ୍ୟ କିଶୋର ଚନ୍ଦ୍ର ନାଗ ମୁଖ୍ୟ ବକ୍ତା ଏବଂ ବେହେରା ସରପଞ୍ଚ କୁମୁଦିନୀ ଗଇଁତା ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ଦଣ୍ଡପାଟ ପ୍ରଡ୍ୟୁସର ଗ୍ରୁପ୍‌ର ସଭାନେତ୍ରୀ ସୁଚିତ୍ରା ଗୋପାଳ, ବରିଷ୍ଠ ସମାଜସେବୀ ଘନଶ୍ୟାମ ପଟେଲ ଓ ପବନ ଅଗ୍ରୱାଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ।ନୂଆଖାଇ ଭଳି ଗଣପର୍ବ ଅବସରରେ ଅସହାୟ ଓ ଆବଶ୍ୟକତା ଥିବା ଲୋକଙ୍କ ସେବା ପାଇଁ ସଂଗଠନ ପକ୍ଷରୁ ଏଭଳି ମହତ୍‌ ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ଅତିଥିମାନେ ଏହାକୁ ସ୍ୱାଗତଯୋଗ୍ୟ ଓ ପ୍ରଶଂସନୀୟ ବୋଲି କହିଥିଲେ।କାର୍ଯ୍ୟକ୍ରମରେ ବେହେରା ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମର ଶତାଧିକ ଅସହାୟ ବୃଦ୍ଧବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ନୂତନ ଶାଢ଼ୀ, ଧୋତି, ଗାମୁଛା, ଛତା ଆଦି ସାମଗ୍ରୀ ପ୍ରଦାନ କରାଯାଇଥିଲା। ଏହା ଫଳରେ ଉପସ୍ଥିତ ହିତାଧିକାରୀମାନଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଥିଲା।ସଂଗଠନର ସଂଯୋଜକ ରଜତ ବଂଶଲ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନର ସମ୍ପାଦକ ଅବିନାଶ ମୁଣ୍ଡ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ମତ ରଖିଥିଲେ।ବରିଷ୍ଠ ସଦସ୍ୟ କ୍ଷୀରସିନ୍ଧୁ ବାଣୁଆ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସମ୍ପାଦକ ଭୁଜବଳ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଉପସଭାପତି ଲଲିତ ବାଣୁଆ, କୋଷାଧ୍ୟକ୍ଷ ଭବାନୀ ଶଙ୍କର ବାରିକ, ସହସମ୍ପାଦକ ଶୁଶିଲ ନାଗ, ସଦସ୍ୟ ଭିକାରୀ ଚରଣ ଗୋପାଳ, ହେମାଳ ବିଶି, ରୁପେଶ ନାଏକଙ୍କ ସମେତ ଦଣ୍ଡପାଟ ପ୍ରଡ୍ୟୁସର ଗ୍ରୁପ୍‌ର ସମସ୍ତ ସଦସ୍ୟା କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।

Previous Post Next Post
Magspot Blogger Template

نموذج الاتصال