🟢 ବ୍ରେକିଂ ନ୍ୟୁଜ

ଟିକେ ଟିକେ ବର୍ଷାରେ ପୋଖରୀର ଭ୍ରମ ସୃଷ୍ଟି କରୁଛି କର୍ଲାଗୁଡା ବରଗଛପଡ଼ା ରାସ୍ତା,ରାସ୍ତାରେ ପାଣି ଜମି ଘରେ ପଶୁଛି


କୋକସରା, (ଖବର ଆମର )(ଦୁଷ୍ମନ୍ତ କୁମାର ଗହିର)ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ଜମି ରହୁଛି ଆଣ୍ଠୁଏ ଲେଖାଏଁ ପାଣି। ରାସ୍ତାର ଅବସ୍ଥା ଏପରି ହେଉଛି ଯେ, ଏହା ପୋଖରୀର ଭ୍ରମ ସୃଷ୍ଟି କରୁଛି। ଏପରିକି ରାସ୍ତାରେ ଜମିଥିବା ପାଣି ନିଷ୍କାସନ ହୋଇନପାରି ନିକଟସ୍ଥ ଘରଗୁଡ଼ିକ ମଧ୍ୟକୁ ପଶୁଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ କର୍ଲାଗୁଡା ବରଗଛପଡ଼ା ରାସ୍ତାରେ ଏଭଳି ସମସ୍ୟା ଦେଖାଦେଇଛି l ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବର୍ଷା ହେବା ପରେ ରାସ୍ତା ଉପରେ ଦୀର୍ଘ ସମୟ ଧରି ପାଣି ଜମି ରହୁଛି। ଫଳରେ ରାସ୍ତାରେ ଯାତାୟାତ କରିବା କଷ୍ଟକର ହେଉଛି। ପାଣି ଜମି ଜମି ରାସ୍ତାରେ ଶିଉଳି ପଡି ଥିବାରୁ ଦୁଇଚକିଆ ଯାନ ଚାଳକ ଓ ପଥଚାରୀମାନେ ବିପଦରେ ପଡ଼ୁଛନ୍ତି। ମହିଳା ମାନେ ରାସ୍ତା ଉପରେ ଥିବା ନଳକୂପ ରୁ ପାଣି ନେବା ଆଣିବା କରିଥାନ୍ତି ବେଳେ ବେଳେ ଶିଉଳିରେ ଖସି ତଳେ ପଡିଯାଉଥିବା ମଧ୍ୟ ଅଭିଯୋଗ ହୋଇଛି l ବିଶେଷକରି ରାତି ସମୟରେ ପରିସ୍ଥିତି ଅଧିକ ଭୟାବହ ହେଉଛି। ଅନ୍ଧାରରେ ପାଣି ତଳେ ଥିବା ଗର୍ତ୍ତ ଜଣାପଡ଼ୁନଥିବାରୁ କେହି ଖସିପଡ଼ିଲେ ଗୁରୁତର ଦୁର୍ଘଟଣା ଘଟିବା ସହ ଜୀବନ ଚାଲିଯିବା ଭଳି ବିପଦ ରହିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ଏହାସହ ବର୍ଷାଜଳ ଘର ଭିତରକୁ ପଶିବା ଯୋଗୁଁ ପରିବାରଗୁଡ଼ିକ ମଧ୍ୟ ନାନା ସମସ୍ୟା ଭୋଗୁଛନ୍ତି। ଛାତ୍ରଛାତ୍ରୀ, ବୃଦ୍ଧ ଓ ମହିଳାମାନଙ୍କ ଯାତାୟାତ ମଧ୍ୟ ପ୍ରଭାବିତ ହେଉଛି।ତେଣୁ ପ୍ରଶାସନ ଘଟଣାସ୍ଥଳ ପରିଦର୍ଶନ କରି ବର୍ଷା ହେଲେ ବର୍ଷା ଜଳ ଜମୁଥିବାରୁ ରାସ୍ତାରୁ ବର୍ଷାଜଳ ନିଷ୍କାସନ ପାଇଁ ସ୍ଥାୟୀ ବ୍ୟବସ୍ଥା କରିବା ସହ ରାସ୍ତାର ମରାମତି ଓ ଉନ୍ନତିକରଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


କୋକସରା ରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର"

Previous Post Next Post
Magspot Blogger Template

نموذج الاتصال