🟢 ବ୍ରେକିଂ ନ୍ୟୁଜ

ଜାତୀୟ ରାଜପଥ-୨୬ରେ ମର୍ମନ୍ତୁଦ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ, ଚିହ୍ନଟ ହୋଇନି ମୃତକଙ୍କ ପରିଚୟ


କୋକସରା, (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଧୀନ ଡ଼ଙ୍ଗରୀଗୁଡ଼ା ନିକଟରେ ଜାତୀୟ ରାଜପଥ-୨୬ ଉପରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଧକ୍କା ଦେଇଥିବା ଅଜଣା ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ସାଇକେଲ ଯୋଗେ ଜାତୀୟ ରାଜପଥ-୨୬ ଦେଇ ଯାଉଥିବା ସମୟରେ ଡ଼ଙ୍ଗରୀଗୁଡ଼ା ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଗୁରୁତର ଥିଲା ଯେ ସାଇକେଲ ଆରୋହୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ଅଜଣା ଗାଡ଼ିଟି ଘଟଣାସ୍ଥଳରୁ ଫେରାର ମାରିଥିବା ଜଣାପଡିଛି lଘଟଣା ସମ୍ପର୍କରେ ଖବର ପାଇ କୋକସରା ପୋଲିସ ଘଟଣା ସ୍ଥଳକୁ ପହଞ୍ଚିଥିଲେ। ପୋଲିସ ଘଟଣାସ୍ଥଳରୁ ମୃତଦେହ ଜବତ କରି କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ଜଣାପଡ଼ିଛି।ତେବେ ଖବର ଲେଖାଯିବା ସୁଦ୍ଧା ମୃତକଙ୍କ ପରିଚୟ ଜଣାପଡ଼ିନାହିଁ। ମୃତକଙ୍କ ପରିଚୟ ଚିହ୍ନଟ ସହ ଦୁର୍ଘଟଣା ଘଟାଇଥିବା ଅଜଣା ଗାଡିକୁ ଠାବ କରିବା ପାଇଁ କୋକସରା ପୋଲିସ ତଦନ୍ତ ଜାରି ରଖିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।


କଳାହାଣ୍ଡିରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର "

Previous Post Next Post
Magspot Blogger Template

نموذج الاتصال