କଳାହାଣ୍ଡି , (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର)ଜାଣି ଶୁଣି ବିଦ୍ୟୁତ ବିଭାଗ ସାଜିଛି ନିରବଦ୍ରଷ୍ଟା ମୁକୁଳାରେ ରହିଛି ଟ୍ରାନ୍ସଫର୍ମର l ନା ଅଛି ସୁରକ୍ଷା ବଳୟ ନା ଅଛି ସୁରକ୍ଷା ବାଡ଼ l ରାସ୍ତା ପାର୍ଶ୍ୱରେ ରହିଛି ସେଇ ବିପଜ୍ଜନକ ଟ୍ରାନ୍ସଫର୍ମର l ଏଭଳି ଘଟଣା ଦେଖିବାକୁ ମିଳିଛି କୋକସରା ବ୍ଲକ ମାଝୀଗୁଡା ବଡ଼ ରଣା ପଡ଼ାରେ l ସୂଚନା ଅନୁଶାରେ ଦୀର୍ଘଦିନ ଧରି ମାଝୀଗୁଡା ବଡ଼ ରଣା ପଡା ଠାରେ ଥିବା ରାସ୍ତା ପାର୍ଶ୍ୱରେ ୧୧ ହଜାର ଭୋଲ୍ଟ କେବି ଟ୍ରାନ୍ସଫର୍ମା ଅସୁରକ୍ଷିତ ଭାବେ ମୁକୁଳାରେ ରହିଛି l ଟ୍ରାନ୍ସଫର୍ମା ମୁକୁଳାରେ ରହିବା ସହ ପୋତା ଯାଇଥିବା ମାଟିରେ ସ୍ପର୍ଶ ହୋଇ ରହିଛି l ୧୧ ହଜାର ଭୋଲ୍ଟ କେଭି ଟ୍ରାନ୍ସଫର୍ମର ସମ୍ପୂର୍ଣ୍ଣ ଭାବେ ବିପଜ୍ଜନକ ଅବସ୍ଥାରେ ତଳେ ରହିଛି l ବାରମ୍ବାର କୋକସରା ସେକ୍ସନ ଜେ.ଇ ଙ୍କୁ ଅଭିଯୋଗ କରିବା ପରେ ବି କୌଣସି ପ୍ରକାର ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି l ଗାଁ ନିକଟରେ ମୁକୁଳା ଅବସ୍ଥାରେ ରହିଥିବା ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ ଟ୍ରାନ୍ସଫର୍ମରକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆଶଙ୍କା ପ୍ରକାଶ ପାଇଛି। ଟ୍ରାନ୍ସଫର୍ମର ଚାରିପାଖରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଓ ବାଉଣ୍ଡାରି ନଥିବାରୁ ଏହା ସାଧାରଣ ଲୋକଙ୍କ ପାଇଁ ବିପଦର କାରଣ ହୋଇପାରେ ବୋଲି ଅଭିଯୋଗ ହେଉଛି।ଗ୍ରାମବାସୀଙ୍କ କହିବା ଅନୁଯାୟୀ ପାଖରେ ଗୋଟିଏ ପୋଖରୀ ରହିଛି ଏହି ପୋଖରୀକୁ ଛୋଟ ଛୋଟ ପୁଅ, ଝିଅ, ବୃଦ୍ଧ, ବୃଦ୍ଧା ଯିବା ଆସିବା କରଥାନ୍ତି l ସେଥିପାଇଁ ଏହାର ଚାରିପାଖରେ ସୁରକ୍ଷା ବାଡ଼ ନଥିବାରୁ ଶିଶୁ, ବୃଦ୍ଧ, ବୃଦ୍ଧା ଓ ଗ୍ରାମବାସୀଙ୍କ ଅସାବଧାନତାରେ ନିକଟକୁ ଯିବାର ଆଶଙ୍କା ରହିଛି। ବିଦ୍ୟୁତ ଉପକରଣରେ କୌଣସି ତ୍ରୁଟି, ସର୍ଟସର୍କିଟ୍ କିମ୍ବା ଅନ୍ୟ କୌଣସି ଅଘଟଣ ଘଟିଲେ ଏହା ଗୁରୁତର ଦୁର୍ଘଟଣାର ରୂପ ନେଇପାରେ ବୋଲି ଲୋକେ ଚିନ୍ତା ପ୍ରକାଶ କରିଛନ୍ତି।ଏନେଇ ଗ୍ରାମବାସୀ ବିଦ୍ୟୁତ ବିଭାଗର ଦୃଷ୍ଟି ଆକର୍ଷଣ କରିବା ସହ ଟ୍ରାନ୍ସଫର୍ମର ଚାରିପାଖରେ ତୁରନ୍ତ ସୁରକ୍ଷା ବାଡ଼ ବା ବାଉଣ୍ଡାରି ନିର୍ମାଣ କରିବାକୁ ଦାବି କରିଛନ୍ତି।ବଡ଼ ଅଘଟଣ ଘଟିବା ପୂର୍ବରୁ ବିଦ୍ୟୁତ ବିଭାଗ ଘଟଣାସ୍ଥଳ ପରିଦର୍ଶନ କରି ତୁରନ୍ତ ଆବଶ୍ୟକ ସୁରକ୍ଷାମୂଳକ ପଦକ୍ଷେପ ନେବା ଜରୁରୀ ବୋଲି ଗ୍ରାମବାସୀ ଦାବି କରିଛନ୍ତି।
କଳାହାଣ୍ଡି ରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର"
Tags
Latest



