🟢 ବ୍ରେକିଂ ନ୍ୟୁଜ

ଜରାଜୀର୍ଣ୍ଣ ଅବସ୍ଥାରେ ଗମ୍ଭାରୀଗୁଡା ପ୍ରାଣୀ ସମ୍ପଦ କେନ୍ଦ୍ର, ମୁଣ୍ଡ ଉପରେ ଝୁଲୁଛି ବିପଦ


କୋକସରା, (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର)ଦୀର୍ଘଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି ଗମ୍ଭାରୀଗୁଡା ପ୍ରାଣୀ ସମ୍ପଦ କେନ୍ଦ୍ର। ମୁଣ୍ଡ ଉପରେ ଝୁଲୁଛି ବିପଦ, ହେଲେ ଏଥିପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁନଥିବା ଅଭିଯୋଗ ହେଉଛି। ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ମଧ୍ୟ ଦେଖାଦେଇଛି।କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଧୀନ ଗମ୍ଭାରୀଗୁଡା ମୁଖ୍ୟ ଡିଗ୍ରୀ ଛକରେ ରହିଛି ଏହି ପ୍ରାଣୀ ସମ୍ପଦ କେନ୍ଦ୍ର। ଏଠାକୁ ପ୍ରତିଦିନ ବିଭିନ୍ନ କାମରେ ଲୋକମାନଙ୍କ ଯାତାୟାତ ଲାଗି ରହିଥାଏ। କିନ୍ତୁ କେନ୍ଦ୍ରର ଭୌତିକ ଅବସ୍ଥା ଏବେ ଚିନ୍ତାଜନକ ହୋଇପଡ଼ିଛି।କେନ୍ଦ୍ରର ଛାତରୁ ଧୀରେ ଧୀରେ ସିମେଣ୍ଟ ଅତଡ଼ା ଖସୁଥିବା ବେଳେ ଛାତରେ ବ୍ୟବହୃତ ଲୁହା ରଡ୍‌ଗୁଡ଼ିକ ମଧ୍ୟ ଦୁର୍ବଳ ହୋଇ ତଳକୁ ଓହ୍ଲାଇ ଆସିଛି। ଅନେକ ସ୍ଥାନରେ ଛାତର ସିମେଣ୍ଟ ଖସିଯାଇ ଭିତର ଗଠନ ସ୍ପଷ୍ଟ ଦେଖାଯାଉଛି। ଏଭଳି ସ୍ଥିତିରେ କର୍ମଚାରୀଙ୍କ ସହ ଏଠାକୁ ଆସୁଥିବା ସାଧାରଣ ଲୋକଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି।ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଦୀର୍ଘଦିନ ହେଲା କୋଠାର ମରାମତି କିମ୍ବା ପୁନରୁଦ୍ଧାର ହୋଇନଥିବାରୁ ଏହାର ସ୍ଥିତି ଦିନକୁ ଦିନ ଅଧିକ ଦୁର୍ବଳ ହେଉଛି। ଏପରିକି କେତେବେଳେ ଛାତ ଭୁଶୁଡ଼ି ପଡ଼ିବ, ତାହା କହିହେବ ନାହିଁ।ଏକ ବଡ଼ ଅଘଟଣ ଘଟିବା ପୂର୍ବରୁ ପ୍ରଶାସନ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି କୋଠାର ସ୍ଥିତି ଯାଞ୍ଚ କରିବା ସହ ଆବଶ୍ୟକ ମରାମତି କିମ୍ବା ନୂତନ ଗୃହ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ସ୍ଥାନୀୟ ମହଲରେ ଦାବି ହେଉଛି।ପ୍ରାଣୀ ସମ୍ପଦ କର୍ମଚାରୀଙ୍କୁ ପଚାରିବାରୁ ବର୍ତ୍ତମାନ ଏବେ ପିଇଓ କ୍ୱାର୍ଟର କୁ ଅସ୍ଥାୟୀ ଭାବରେ ପ୍ରାଣୀ ସମ୍ପଦ କେନ୍ଦ୍ର ସ୍ଥାନାନ୍ତରିତ ହୋଇଛି ବୋଲି କହିଥିଲେ l 

କୋକସରାରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର"

Previous Post Next Post
Magspot Blogger Template

نموذج الاتصال