କୋକସରା,(ଖବର ଆମର)(ଦୁଷ୍ମନ୍ତ କୁମାର ଗହିର) ମାଆ ଙ୍କ ପ୍ରତି ରହିଥିବା ସେଇ ଅତୁଟ ବିଶ୍ୱାସ ଆଜିବି ଉଜ୍ଜୀବିତ l ମାଆ ଙ୍କର ଆଶୀର୍ବାଦ ଲଭିବାକୁ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ l ସେଇ ଆବାହମାନ କାଳରୁ ଚଳି ଆସୁଥିବା ଆଦିବାସୀ ପରମ୍ପରା ଓ ସଂସ୍କୃତି, ଧାର୍ମିକ, ଆସ୍ଥା, ଭାବନା ଲୋକଙ୍କ ବିଶ୍ୱାସ କୁ ଦ୍ବିଗୁଣିତ କରେ l ଆଜି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ସାହାଜଖୋଲ ଜଙ୍ଗଲ ସୀମାନ୍ତରେ ଥିବା ଅଠର ନଳା ଘାଟିରେ ଭକ୍ତିମୟ ପରିବେଶରେ ମା ସର୍ବମଙ୍ଗଳା ଘାଟି ମୁଣ୍ଡିଆଣୀଙ୍କ ଡ଼ଙ୍ଗର ଯାତ୍ରା ଶାନ୍ତି ଶୃଙ୍ଖଳା ଓ ଶ୍ରଦ୍ଧାର ସହ ପାଳିତ ହୋଇ ଯାଇଛି l ସୂଚନାଥାଉକି ପ୍ରତିବର୍ଷ ପୁର୍ଣିମା ପରେ ପଡୁଥିବା ପ୍ରଥମ ମଙ୍ଗଳବାର ଦିନ ମା ସର୍ବମଙ୍ଗଳା ଘାଟି ମୁଣ୍ଡିଆଣୀ ଙ୍କ ଡ଼ଙ୍ଗର ଯାତ୍ରା ଅନୁଷ୍ଠିତ ହୋଇଥାଏ l ସର୍ବ ଦେବାଦେବୀ, ଲାଠି, କାଲିଶି ଓ ପାଲିଙ୍କି ପୁଝାରୀ ଙ୍କ ଘରୁ ପୂଜାର୍ଚ୍ଛନା ପାଇ ମାଆ ଙ୍କ ପୀଠ କୁ ଯାଇଥିଲେ l ମାଆ ଙ୍କର ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଜମିଥିଲା ମାଆ ଙ୍କ ପୀଠରେ l ଆଦିବାସୀ ପରମ୍ପରାର ବିଶ୍ୱସନୀୟ ଏକ ମହାନ ଉତ୍ସବ ଡ଼ଙ୍ଗର ଯାତ୍ରା l ଏହି ଡ଼ଙ୍ଗର ଯାତ୍ରା ଉତ୍ସବକୁ ଦେଖିବା ପାଇଁ କଳାହାଣ୍ଡି ଜିଲ୍ଲା ସମେତ ପଡୋଶୀ ଜିଲ୍ଲା ନବରଙ୍ଗପୁର, ପଡୋଶୀ ରାଜ୍ୟ ଛତିଶଗଡ ରୁ ଶ୍ରଦ୍ଧାଳୁ ଭକ୍ତ ମାନେ ଦେଖିବାକୁ ଆସିଥିଲେ l ମାଆ ଙ୍କୁ ସ୍ମରଣ କରି ମାନସିକ କଲେ ମାନସିକ ମଧ୍ୟ ପୂରଣ ହୋଇଥାଏ ଆବାହମାନ କାଳରୁ ଏବେ ଯାଏଁ ରହି ଆସିଛି ସେଇ ବିଶ୍ୱାସ l ମାନସିକ ଧାରୀ ମାନେ ଶୁକ୍ଳଭୋଗ, ବୋଦା ଆଦି ମାଙ୍କୁ ଉତ୍ସର୍ଗୀକୃତ କରିଥିଲେ l ଏହି ଡ଼ଙ୍ଗର ଯାତ୍ରା ଏକ ଆଦିବାସୀ ପରମ୍ପରା ସହ କୃଷି ଭିତ୍ତିକ ପର୍ବ ରୂପେ ପାଳନ କରାଯାଇଥାଏ l ମାଆ ଙ୍କ ର ଡ଼ଙ୍ଗର ଯାତ୍ରା ପୂଜା ଦ୍ୱାରା ଭଲ ବର୍ଷା, ଚାଷ ରେ ଭଲ ଅମଳ, ଅଞ୍ଚଳର ଲୋକ ସୁଖ ଶାନ୍ତିରେ ରହିବା ଆବାହମାନ କାଳରୁ ବିଶ୍ୱାସ ରହିଛି l ଏବେ ବି ମାଆ ଙ୍କର ଶକ୍ତି ବଳରେ କିଛି ବି ଅଘଟଣ ଘଟୁନାହିଁ ସେଇଥିପାଇଁ ମାଆ ଙ୍କ ପ୍ରତି ଅତୁଟ ବିଶ୍ୱାସ ଓ ଭରଷା ରହିଛି l ମାଆ ଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ ରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା l
କୋକସରାରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର"
Tags
Latest



