🟢 ବ୍ରେକିଂ ନ୍ୟୁଜ

ବେହେରା ଠାରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ


ଧର୍ମଗଡ଼, (ଖବର ଆମର)(ହୁକିମ ବିଶି) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବେହେରା ଠାରେ ଚଳିତ ବର୍ଷର ଶାରଦୀୟ ସାର୍ବଜନୀନ ଦୁର୍ଗାପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ତୁଳସୀରାମ ବାରିକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଗ୍ରାମବାସୀଙ୍କ ସମେତ ଦୁର୍ଗାପୂଜା କମିଟିର ସଦସ୍ୟମାନେ ଯୋଗଦେଇଥିଲେ।ବୈଠକରେ ଚଳିତ ବର୍ଷ ଦୁର୍ଗାପୂଜାକୁ ଅଧିକ ଆକର୍ଷଣୀୟ ଓ ଶୃଙ୍ଖଳିତ ଭାବେ ପାଳନ କରିବା ନେଇ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ଗ୍ରାମବାସୀଙ୍କ ସର୍ବସମ୍ମତିକ୍ରମେ ପୂର୍ବରୁ ରହିଥିବା ପୂଜା କମିଟିକୁ ପୁନଃ ଚୟନ କରାଯାଇଥିଲା। ଚଳିତ ବର୍ଷ ବେହେରା ସାର୍ବଜନୀନ ଦୁର୍ଗାପୂଜା ୫୮ ବର୍ଷରେ ପଦାର୍ପଣ କରୁଥିବାରୁ ଏହାକୁ ମହାସମାରୋହରେ ପାଳନ କରିବା ପାଇଁ ବୈଠକରେ ସର୍ବସମ୍ମତିରେ ନିଷ୍ପତ୍ତି ନିଆଯାଇଛି।ପୁନଃ ଗଠିତ ଦୁର୍ଗାପୂଜା କମିଟିର ସଭାପତି ଭାବେ ଈଶ୍ୱର ଲାଲ ଅଗ୍ରୱାଲ, ଉପସଭାପତି ହେମାଳ ନାଏକ, ସମ୍ପାଦକ ରଜନୀକାନ୍ତ ନାଏକ ଏବଂ ସହସମ୍ପାଦକ ଭାବେ ରାହାସ ନାଏକଙ୍କୁ ଚୟନ କରାଯାଇଛି।ସେହିପରି ଉପଦେଷ୍ଟା କମିଟିରେ ଘନଶ୍ୟାମ ପଟେଲ, ନରେନ୍ଦ୍ର ବିଶି, ହୁକିମ ନାଏକ, ଲଳିତ ଅଗ୍ରୱାଲ, ବଳରାମ ପୁଝାରୀ, ଚନ୍ଦନ ବାଣୁଆ, ଶଙ୍କର ନାଏକ, ଚନ୍ଦ୍ରଶେଖର ବାଗ, ପଦ୍ମଲୋଚନ ପାଣିଗ୍ରାହୀ, ହେମନ୍ତ ସାହୁ ଓ ପ୍ରେମଲାଲ ନାଏକଙ୍କୁ ସାମିଲ କରାଯାଇଛି।ବୈଠକରେ ଆଗାମୀ ଦୁର୍ଗାପୂଜା ସମୟରେ ଭକ୍ତମାନଙ୍କ ସୁବିଧା, ଶାନ୍ତିଶୃଙ୍ଖଳା ଓ ବିଭିନ୍ନ ଆୟୋଜନକୁ ସୁଚାରୁରୂପେ ସମ୍ପାଦନ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଶେଷରେ ଗ୍ରାମବାସୀଙ୍କ ସହଯୋଗରେ ୫୮ତମ ବର୍ଷର ଦୁର୍ଗାପୂଜାକୁ ସଫଳ ଓ ସ୍ମରଣୀୟ କରିବା ପାଇଁ କମିଟି ପକ୍ଷରୁ ଆହ୍ୱାନ କରାଯାଇଥିଲା।

Previous Post Next Post
Magspot Blogger Template

نموذج الاتصال