🟢 ବ୍ରେକିଂ ନ୍ୟୁଜ

ଗାଁ ରେ ମଦ ବନ୍ଦ ଦାବିରେ ମହିଳାଙ୍କ ଆନ୍ଦୋଳନ, ପଦକ୍ଷେପ ଦାବି


କୋକସରା, (ଖବର ଆମର )(ଦୁଷ୍ମନ୍ତ କୁମାର ଗହିର ): ଗାଁରେ ମଦ ବିକ୍ରି ଓ ଚୋରା ମଦ କାରବାର ବନ୍ଦ କରିବା ଦାବିରେ ମହିଳାମାନେ ଏକଜୁଟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମଦ୍ୟପାନ ଯୋଗୁଁ ପରିବାରରେ ଅଶାନ୍ତି, ଆର୍ଥିକ ସମସ୍ୟା ଓ ଘରୋଇ ହିଂସା ବଢ଼ୁଥିବା ଅଭିଯୋଗରେ କୋକସରା ବ୍ଲକ ଗମ୍ଭାରୀଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଙ୍ଗୋମୁଣ୍ଡା ଗ୍ରାମର ମହିଳା ସଙ୍ଗଠନର ସଭାନେତ୍ରୀ ରୁକ୍ମଣୀ ମାଝିଙ୍କ ନେତୃତ୍ୱରେ ଶତାଧିକ ମହିଳାମାନେ ମଦ ବିକ୍ରି ବନ୍ଦ କରିବାକୁ ଏକ ରାଲି କରି ଗାଁ ପରିକ୍ରମା କରିବା ସହ NH-26 ଜାତୀୟ ରାଜପଥ କଲୋନୀପଡା ସ୍ଥିତ ଢ଼ାବା ପାଖରୁ ଜାତୀୟ ରାଜପଥ  ବଙ୍ଗୋମୁଣ୍ଡା ଛକ ନିକଟରେ ଥିବା ପେଟ୍ରୋଲ ପମ୍ପ ଦେଇ ଗାଁ କୁ ଆନ୍ଦୋଳନକାରି ମହିଳା ମାନେ ଆସିଥିଲେ l ଆନ୍ଦୋଳନକାରୀ ମହିଳାମାନେ କହିଛନ୍ତି ଯେ, ମଦ ପାଇଁ ଅନେକ ପରିବାରର ରୋଜଗାରର ବଡ଼ ଅଂଶ ଖର୍ଚ୍ଚ ହୋଇଯାଉଛି। ଫଳରେ ପିଲାମାନଙ୍କ ପାଠପଢ଼ା, ପରିବାରର ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକତା ପ୍ରଭାବିତ ହେଉଛି। ମଦ୍ୟପାନ ଯୋଗୁଁ ଅନେକ ସମୟରେ ଘରେ ଝଗଡ଼ା ଓ ହିଂସା ଭଳି ଘଟଣା ଘଟୁଛି ଏବଂ ଛୋଟ ଛୋଟ ପିଲା ମାନେ ମଧ୍ୟ ମଦ ପିଇ ତାଙ୍କର ଜୀବନ ନଷ୍ଟ ହୋଇଯାଉଛି ବୋଲି ସେମାନେ କହିଛନ୍ତି।ଏଥିରେ ମହିଳା ସଂଗଠନ ର ଉପସଭାନେତ୍ରୀ ମନ୍ଦାର କେତକୀ, ସମ୍ପାଦିକା ଯଶୋଦା ନାଏକ, ସହ ସମ୍ପାଦିକା ବିଳାସ ଦଳପତି, କୋଷଧ୍ୟକ୍ଷ ପୁଷ୍ପାଞ୍ଜଳି ମାଝୀ,କୁମାରୀ ବଛା, ରେବତୀ କେତକୀ, ବୃନ୍ଦା ବଛା, ପୂର୍ଣମୀ ପୂଝlରୀ,ସରୋଜିନୀ ବଣୁଆ, ଓ ସୁଷମା ଦଳପତି ଗ୍ରାମର ଶତାଧିକ ମହିଳା ଆନ୍ଦୋଳନରେ ସାମିଲ ହୋଇଥିଲେ lମହିଳାମାନେ ଗାଁରେ ମଦ ବିକ୍ରି ବନ୍ଦ କରିବା ସହ ଚୋରା ମଦ କାରବାର ଉପରେ କଡ଼ା ନଜର ରଖିବାକୁ ପ୍ରଶାସନ ଓ ପୁଲିସକୁ ମଧ୍ୟ ଦାବିପତ୍ର ପ୍ରଦାନ କରିବା ପାଇଁ ସ୍ଥିର କରିଛନ୍ତି । ମଦ ବନ୍ଦ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ଏବଂ ମଦ ବନ୍ଦ ନହେଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ ହେବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।


କୋକସରାରୁ ଦୁଷ୍ମନ୍ତ କୁମାର ଗହୀରଙ୍କ ରିପୋର୍ଟ "ଖବର ଆମର"

Previous Post Next Post
Magspot Blogger Template

نموذج الاتصال