🟢 ବ୍ରେକିଂ ନ୍ୟୁଜ

ଆଶୀର୍ବାଦ ଦୀପ ଜାଳି ପାଳିଲେ ମୋଦିଙ୍କ ୭୬ ତମ ଜନ୍ମ ଦିନ,


କୋକସରା, (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର):ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ ତମ ଜନ୍ମ ଦିବସ ରେ କୋକସରା ବ୍ଲକ ଆମପାଣି ମଣ୍ଡଳ ପକ୍ଷରୁ ପ୍ରଭୁ ବୁଢାରଜାଙ୍କ ପୀଠରେ ଆଶୀର୍ବାଦ ଦୀପ ପ୍ରଜ୍ବଳନ କରି ଦୀର୍ଘାୟୁ ଓ ମଙ୍ଗଳମୟ ଜୀବନ ପାଇଁ କାମନା କରିଥିଲେ l ଏଥିରେ ଧର୍ମଗଡ଼ ବିଧାୟକ ଶ୍ରୀଯୁକ୍ତ ସୁଧୀର ରଞ୍ଜନ ପଟ୍ଟଯୋଶୀ,କଳାହାଣ୍ଡି ଜିଲ୍ଲା ଉନ୍ନୟନ ଅଧ୍ୟକ୍ଷ ବିଜୟ ଦିଶାରୀ, ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ତ୍ରିନାଥ ଶବର, ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ବିଜେପି ମହିଳା ମୋର୍ଚ୍ଚା ସହ ସମ୍ପାଦିକା ହରିପ୍ରିୟା ନାଗ, ଆଦିବାସୀ ସେଲ ସମ୍ପାଦକ ସନ୍ତୋଷ ମାଝୀ, ମଣ୍ଡଳ ଏସ. ସି ସେଲ ସଭାପତି ରଘୁନାଥ ଖମାରି, ମଣ୍ଡଳ ପ୍ରଭାରୀ ଗଣେଶ ନନ୍ଦ, ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା, ଜିଲ୍ଲା ପ୍ରତିନିଧି ଭଜମନ ନାଏକ, ଦୁଷ୍ମନ୍ତ ଯାଦବ ସମେତ ବିଜେପି ମହିଳା ମୋର୍ଚ୍ଚାର ମହିଳା ନେତ୍ରୀ ଉପସ୍ଥିତ ଥିଲେ l ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା ଙ୍କ ନେତୃତ୍ୱରେ ମୋଟେର, ମିର୍ଜାପୁର, ଶ୍ରୀରାମପୁର ସମେତ ବିଭିନ୍ନ ଶକ୍ତିପୀଠରେ ଦୀପ ପ୍ରଜ୍ବଳନ କରିଥିଲେ l

ସେଇପରି କୋକସରା ମଣ୍ଡଳ ସଭାପତି ବସନ୍ତ ନାଗଙ୍କ ନେତୃତ୍ୱରେ କୋକସରା, ସିର୍ଲିଗୁଡା ଶୈବ ପୀଠ ସମେତ ବିଭିନ୍ନ ଶକ୍ତି ପୀଠରେ ବୁଥ ସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘାୟୁ ଓ ମଙ୍ଗଳମୟ ଜୀବନ ପାଇଁ ଆଶୀର୍ବାଦ ଦୀପ ପ୍ରଜ୍ବଳନ କରାଯାଇଥିଲା l


କୋକସରାରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର)

Previous Post Next Post
Magspot Blogger Template

نموذج الاتصال