କୋକସରା, (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର)କୋକସରା ଥାନା ଅନ୍ତର୍ଗତ ଡାଲଗୁମା ପଞ୍ଚାୟତ ଚିତାମୁଣ୍ଡା ଗ୍ରାମ ର ବିବାହିତ ଯୁବକ ଚନ୍ଦ୍ରମଣି ପୁଞ୍ଜି କୁ ଗ୍ରାମ ର ଅନ୍ୟ ଯୁବକ ଓ ସହଯୋଗୀ ମାନେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ କରିଥିବା ନେଇ ଚନ୍ଦ୍ରମଣି ଙ୍କ ସ୍ତ୍ରୀ ହେମନ୍ତି ପୁଞ୍ଜି କୋକସରା ଥାନା ରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ସୂଚନାଅନୁଶାରେ ଗୁରୁବାର ଅପରାହ୍ନ ରେ ଚନ୍ଦ୍ରମଣି ନିଜ ଚାଷ ଜମି କୁ ବାଇକ ରେ ଯାଉଥିବା ବେଳେ ପୂର୍ବରୁ ସ୍କୁଲ ବରଗଛ ନିକଟରେ ଛକି ରହିଥିବା ଗ୍ରାମର ଅରବିନ୍ଦ ହଂସ ଅତର୍କିତ ଭାବେ ଲୁହା ଶାବଳ ରେ ମୁଣ୍ଡ ରେ ଚୋଟ ମାରିଥିବା ବେଳେ ଚନ୍ଦ୍ରମଣି ଚେତାଶୂନ୍ୟ ହୋଇ ପଡ଼ିଥିଲେ, ଅରବିନ୍ଦ ହଂସ ଙ୍କ ସହ ଗ୍ରାମ ର ଅନ୍ୟ ଦୁଇଜଣ ଯୁବକ ମଧ୍ୟ ଆକ୍ରମଣ ରେ ସହଯୋଗ କରିଥିବା ଅଭିଯୋଗ କରିଛନ୍ତି। ପରେ ଖବର ପାଇ ପରିବାର ଲୋକେ ଆସି ଗୁରୁତର ଚନ୍ଦ୍ରମଣି ଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଓ ଏନେଇ ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଚନ୍ଦ୍ରମଣି ଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟାଳୟ ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ କୋକସରା ଥାନା ଅଧିକାରୀ ଡମ୍ବରୁଧର ଭର୍ତିଆ ଙ୍କ ପ୍ରତିକ୍ରିୟା ନେବାରୁ ଚନ୍ଦ୍ରମଣି ପୁଞ୍ଜି ଙ୍କ ସ୍ତ୍ରୀ ଙ୍କ ଅଭିଯୋଗ କୁ ଭିତ୍ତି କରି ଘଟଣା ର ତଦନ୍ତ ଜାରି ରହିଛି, ବୋଳି କହିଛନ୍ତି। ଘଟଣା ରେ ସମ୍ପୃକ୍ତ ଆକ୍ରମଣକାରୀ ଯୁବକ ଓ ଘଟଣା ରେ ସହଯୋଗ କରିଥିବା ଯୁବକ ଙ୍କୁ ଶୀଘ୍ର ଗିରଫ କରାଯିବ ବୋଳି କହିଛନ୍ତି।
କୋକସରାରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର"
Tags
Latest



