Posts

Showing posts from August, 2026

Dr Ashutosh Parida to Receive 47th Sarala Puraskar : 'ବିଶ୍ୱାସ ଦେ ପୃଥ୍ୱୀ' ପାଇଁ ଡକ୍ଟର ଆଶୁତୋଷ ପରିଡ଼ା ପାଇବେ ୪୭ତମ ଶାରଳା ପୁରସ୍କାର

Image
  ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ୍ (IMFA)ର ସାମାଜିକ ଶାଖା 'ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ' (IMPaCT) ପକ୍ଷରୁ ପ୍ରତିବର୍ଷ ଶ୍ରେଷ୍ଠ ସାରସ୍ୱତ କୃତି ପାଇଁ ପ୍ରଦାନ କରାଯାଉଥିବା ସ୍ମାରକୀ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ବିଶିଷ୍ଟ ଓଡ଼ିଆ କବି, ପ୍ରାବନ୍ଧିକ ତଥା ସିଏସଆଇଆର-ଆଇଏମଏମଟିର ପୂର୍ବତନ ବୈଜ୍ଞାନିକ ଡକ୍ଟର ଆଶୁତୋଷ ପରିଡ଼ାଙ୍କୁ ପ୍ରଦାନ କରାଯିବ। ପ୍ରଭା ପବ୍ଲିକେଶନ ଦ୍ୱାରା ୨୦୨୪ ମସିହାରେ ପ୍ରକାଶିତ ତାଙ୍କର କବିତା ସଙ୍କଳନ ‘ବିଶ୍ୱାସ ଦେ ପୃଥ୍ୱୀ’ ପାଇଁ ସେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଆସନ୍ତା ଅକ୍ଟୋବର ୨୫ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ଲେଖକଙ୍କୁ ମାନପତ୍ର, ତାମ୍ରଫଳକ ଏବଂ ୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ଏହି ବିଚାର ପ୍ରକ୍ରିୟାର ଚୂଡ଼ାନ୍ତ ପର୍ଯ୍ୟାୟକୁ ସ୍ଥାନ ପାଇଥିବା ସାତୋଟି ବହି ହେଉଛି- ଅପର୍ଣ୍ଣା ମହାନ୍ତିଙ୍କ ‘ଅପର୍ଣ୍ଣା ମହାନ୍ତିଙ୍କ ପାଇଁ କବିତା’, ପଦ୍ମଜା ପାଳଙ୍କ ‘ଡାହାଣ ପାଦ ବାମ ପାଦ’, ଆଶୁତୋଷ ପରିଡ଼ାଙ୍କ ‘ବିଶ୍ୱାସ ଦେ ପୃଥ୍ୱୀ’, ଅର୍ଚ୍ଚନା ନାୟକଙ୍କ ‘ସୀତା’, ବିଜୟ ନାୟକଙ୍କ ‘ମାୟାବାର୍ତ୍ତା’, ପ୍ରକାଶ ମହାପାତ୍ରଙ୍କ ‘ମୋକ୍ଷ ମୁଦ୍ରା’ ଏବଂ ରମେଶ ପ୍ରସାଦ ପାଣିଗ୍ରାହୀଙ୍କ ‘କବିଙ୍କ ନାମ ବେଦବ୍ୟାସ’। ୨୦୨୬ ମସିହାର ଏହି ମନୋନୟନ ପ୍ରକ୍ରିୟାରେ କବିତା, ଗଳ୍...

'ସୁଭଦ୍ରା' ଟଙ୍କା ନଦେବାରୁ ସ୍ତ୍ରୀକୁ ପିଟିପିଟି ମାରିଦେଲା ମଦ୍ୟପ ସ୍ୱାମୀ !

Image
ଢେଙ୍କାନାଳ: ସୁଭଦ୍ରା ଟଙ୍କା ନଦେବାରୁ ସ୍ତ୍ରୀକୁ ହତ୍ୟା । ରାଜ୍ୟ ସରକାରଙ୍କ 'ସୁଭଦ୍ରା ଯୋଜନା'ରୁ ମିଳିଥିବା ଟଙ୍କା ନଦେବାରୁ ଜଣେ ମଦ୍ୟପ ସ୍ୱାମୀ ନିଜ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିଛି। କେବଳ ସେତିକି ନୁହେଁ, ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ଜଣକ ପତ୍ନୀଙ୍କ ମୃତଦେହକୁ ଶୌଚାଳୟ ଟାଙ୍କିରେ ପୋତି ଦେଇଥିବା ଅଭିଯୋଗ ହୋଇଛି। ଏହି ଅଭାବନୀୟ ଘଟଣା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଐଣ୍ଡିପୁର ଜୁଆଙ୍ଗ ସାହିରେ ଘଟିଛି। ଆହୁରି ପଢ଼ନ୍ତୁ: ‘ସକାଳ’ ଓ ‘ନନ୍ଦିଘୋଷ ଟିଭି' ପକ୍ଷରୁ ଦୁଇ ଦିନିଆ କନ୍‌କ୍ଲେଭ୍‌ ‘ଓଡ଼ିଶା ଅଭ୍ୟୁଦୟ’କୁ ଉଦ୍‌ଘାଟନ କଲେ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍‌ପାଟି ପୋଲିସ ସୂତ୍ରରୁ ପ୍ରକାଶ ଯେ, ଅଭିଯୁକ୍ତ ସ୍ୱାମୀ ଜଣକ ନିୟମିତ ମଦ୍ୟପାନ କରୁଥିଲା। ସେ ନିଜ ସ୍ତ୍ରୀଙ୍କୁ ସୁଭଦ୍ରା ଯୋଜନା ବାବଦକୁ ପାଇଥିବା ଟଙ୍କା ମାଗିଥିଲା। ମାତ୍ର ସ୍ତ୍ରୀ ଟଙ୍କା ଦେବାକୁ ମନା କରିଦେବାରୁ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ଏକ ଠେଙ୍ଗା ଓ କୋଦାଳ ସାହାଯ୍ୟରେ ସ୍ତ୍ରୀକୁ ନିର୍ଧୁମ ପିଟିଥିଲା, ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ହତ୍ୟା ପରେ ପାପ ଲୁଚାଇବାକୁ ଯାଇ ଅଭିଯୁକ୍ତ ମୃତଦେହକୁ ଘର ପାଖରେ ଥିବା ଏକ ଶୌଚାଳୟ ଟାଙ୍କି ଭିତରେ ପୋତି ଦେଇଥିଲା। ଆହୁରି ପଢ଼ନ୍ତୁ: ଲୁଣା ନଦୀକୁ ଡେଇଁ ୨୨ ବର୍ଷୀୟ ଯୁବକ ନିଖୋଜ, ଅଗ୍ନିଶମ ବାହିନୀର ସର୍ଚ୍ଚ...

ହୃଦପିଣ୍ଡ ପାଇଁ ଅଣ୍ଡା କ୍ଷତିକାରକ କି? ୧୮୫ ଦେଶର ୨୮ ବର୍ଷର ରିପୋର୍ଟରୁ ହାଇଦ୍ରାବାଦର ଡାକ୍ତର ଦେଲେ ବଡ଼ ସୂଚନା

Image
ଦୀର୍ଘ ଦିନ ଧରି ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ରହିଆସିଛି ଯେ ନିୟମିତ ଅଣ୍ଡା ଖାଇଲେ କ'ଣ ହୃଦରୋଗ ବା ହାର୍ଟ ଆଟାକ୍ ଭଳି ସମସ୍ୟା ଦେଖାଦିଏ? ଅଣ୍ଡାର ହଳଦିଆ ଅଂଶରେ କୋଲେଷ୍ଟ୍ରଲ୍ ଥିବାରୁ ଏହାକୁ ନେଇ ଅନେକଙ୍କ ମନରେ ଭୟ ରହିଥାଏ। ତେବେ ଏହି ଭ୍ରାନ୍ତ ଧାରଣାକୁ ଦୂର କରିଛନ୍ତି ହାଇଦ୍ରାବାଦସ୍ଥିତ ଆପୋଲୋ ହସ୍ପିଟାଲ୍‌ର ବରିଷ୍ଠ ନ୍ୟୁରୋଲୋଜିଷ୍ଟ ଡା. ସୁଧୀର କୁମାର। ସେ ନିକଟରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସେୟାର କରିଛନ୍ତି, ଯାହାକି ୧୮୫ଟି ଦେଶର ୨୮ ବର୍ଷର ତଥ୍ୟ ଉପରେ ଆଧାରିତ। କ’ଣ କହୁଛି ଗ୍ଲୋବାଲ୍ ଷ୍ଟଡି ବା ବିଶ୍ୱସ୍ତରୀୟ ରିପୋର୍ଟ? ଡାକ୍ତର ସୁଧୀର କୁମାରଙ୍କ ଅନୁଯାୟୀ, ଦୀର୍ଘ ୨୮ ବର୍ଷ ଧରି ଏକ ବଡ଼ ଧରଣର ବିଶ୍ୱସ୍ତରୀୟ ଗବେଷଣା କରାଯାଇଥିଲା। ଏହି ରିପୋର୍ଟ ଅନୁସାରେ, ଅଣ୍ଡା ଖାଇବା ଏବଂ ଇସକେମିକ୍ ହାର୍ଟ ଡିଜିଜ୍ (IHD) ବା ହୃଦରୋଗ ମଧ୍ୟରେ ଏକ ନକାରାତ୍ମକ ସମ୍ପର୍କ (negative association) ରହିଛି। ଅର୍ଥାତ୍ ଯେଉଁମାନେ ଅଧିକ ଅଣ୍ଡା ଖାଉଛନ୍ତି, ସେମାନଙ୍କ କ୍ଷେତ୍ରରେ ହାର୍ଟ ଆଟାକ୍ ଏବଂ ହୃଦରୋଗ ଜନିତ ମୃତ୍ୟୁହାର କମ୍ ଦେଖିବାକୁ ମିଳିଛି। ତେଣୁ ଅଣ୍ଡା ଖାଇବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା ନଥାଏ। ଖାଦ୍ୟର କୋଲେଷ୍ଟ୍ରଲ୍ ଏବଂ ରକ୍ତର କୋଲେଷ୍ଟ୍ରଲ୍ ଭିନ୍ନ ଅଣ୍ଡାର ହଳଦିଆ ଅଂଶ ଖାଇବା ନେଇ ଥିବା ଭୟକୁ ଦୂର କରି ଡାକ୍ତର କହିଛନ୍ତି ଯେ, ଖାଦ୍ୟ ମାଧ୍ୟମରେ ଆମେ ଗ...

ଶ୍ରାବଣ ମାସରେ ମଟନ୍ ଖାଇବାକୁ ଜିଦ୍ କରିବାରୁ ପୁଅକୁ ପିଟିପିଟି ମାରିଦେଲେ ବାପା....

Image
ପୁଣେ: ମହାରାଷ୍ଟ୍ରର ପୁଣେରେ ଏକ ଅତି ଅଭାବନୀୟ ତଥା ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିଛି। ପବିତ୍ର ଶ୍ରାବଣ ମାସରେ ଘରେ ମଟନ୍ ରାନ୍ଧିବାକୁ ଦାବି କରିବାରୁ ଜଣେ ବାପା ନିଜର ୩୦ ବର୍ଷୀୟ ପୁଅକୁ ପିଟିପିଟି ହତ୍ୟା କରିଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ମୃତକଙ୍କ ବାପା ଓ ମାଆଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ଆହୁରି ପଢ଼ନ୍ତୁ: ଦିଲ୍ଲୀରେ 'ସ୍ପେଶାଲ୍ ୨୬' ଷ୍ଟାଇଲରେ ନକଲି ସିବିଆଇ ଚଢ଼ାଉ: ୭ ଜଣିଆ ଠକ ଗ୍ୟାଙ୍ଗ୍ ଗିରଫ ପୋଲିସର ସୂଚନା ଅନୁଯାୟୀ, ମୃତ ଯୁବକଙ୍କ ନାମ ମହେଶ ଗାଏକ୍‌ୱାଡ଼। ସମଗ୍ର ଭାରତବର୍ଷରେ ହିନ୍ଦୁ ପରିବାରଗୁଡ଼ିକ ଭଗବାନ ଶିବଙ୍କ ଆରାଧନାର ମାସ 'ଶ୍ରାବଣ'ରେ ଆମିଷ ଖାଇବାରୁ ଦୂରେଇ ରହିଥାନ୍ତି। ମହେଶଙ୍କ ପରିବାର ମଧ୍ୟ ଘରେ ଏହି ନିୟମ କଠୋର ଭାବେ ପାଳନ କରୁଥିଲେ। ତେବେ ମହେଶ ଏହି କଟକଣା ନମାନି ଘରେ ମଟନ୍ ଖାଇବାକୁ ଜିଦ୍ ଧରିଥିଲେ। ଏହି କଥାକୁ ନେଇ ବାପା ଓ ପୁଅଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ଉଗ୍ର ରୂପ ନେଇ ହାତାହାତି ପରିସ୍ଥିତି ସୃଷ୍ଟି କରିଥିଲା। ଆହୁରି ପଢ଼ନ୍ତୁ: ପୁରୀ ଜଗନ୍ନାଥବଲ୍ଲଭ ପରିସରରେ ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା ରାଗରେ ଜର୍ଜରିତ ହୋଇ ବାପା ନିଜ ପୁଅକୁ ନିସ୍ତୁକ ମାଡ଼ ମାରିଥିଲେ। ଗୁରୁତର ଆଘାତ ଲାଗିବା କାରଣରୁ ମହେଶଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ତେବେ ଆଶ୍ଚର୍ଯ...

Arrest: ନାବାଳିକା ଯୌନ ନିର୍ଯାତନା ମାମଲାରେ ୮୪ ବର୍ଷୀୟ ବ୍ୟବସାୟୀ, ଦୁଇ ସହଯୋଗୀ ଗିରଫ

Image
ଚେନ୍ନାଇ: ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ତାମିଲନାଡୁର ୮୪ ବର୍ଷୀୟ ବିଶିଷ୍ଟ ଶିଳ୍ପପତି ବୀରମଣି ଓ ତାଙ୍କ ସହଯୋଗୀ ଶାନ୍ତି ଏବଂ ଶାନ୍ତିଙ୍କ ସ୍ୱାମୀ ମହେନ୍ଧିରା ଚିକ୍କନଙ୍କୁ ଗିରଫ କରାଯାଇଛି। ଏହି ମାମଲାଟି ୬ ଅକ୍ଟୋବର ୨୦୨୫ରେ ପ୍ରକାଶ ପାଇଥିଲା, ଯେତେବେଳେ ଜଣେ ଅଜଣା ବ୍ୟକ୍ତି ଗ୍ରେଟର ଚେନ୍ନାଇ ପୁଲିସର ଏକ କାର୍ଯ୍ୟାଳୟକୁ ଯାଇ ଏକ ଲିଖିତ ଅଭିଯୋଗ ସହିତ ଏକ ପେନ୍‌ ଡ୍ରାଇଭ ଦେଇଥିଲେ। ପୁଲିସର କହିବା ଅନୁଯାୟୀ, ପେନ ଡ୍ରାଇଭରେ ଏକ ଭିଡିଓ ଥିଲା ଯେଉଁଥିରେ ବୀରମଣି ତାଙ୍କ ସହଯୋଗୀ ଶାନ୍ତିଙ୍କ ଘରର ଶୟନ କକ୍ଷ ଭିତରେ ଜଣେ ନାବାଳିକା ଝିଅକୁ ଯୌନ ନିର୍ଯାତନା ଦେଉଥିବାର ଦେଖାଯାଇଥିଲା। ଅଭିଯୋଗ ପରେ ଚେନ୍ନାଇ ପୁଲିସର କେନ୍ଦ୍ରୀୟ ଅପରାଧ ଶାଖା, ତଦନ୍ତ ବିଭାଗ ଅକ୍ଟୋବର ୭ ରେ ଏକ ମାମଲା ରୁଜୁ କରିଥିଲା। ପରବର୍ତ୍ତୀ ତଦନ୍ତ ସମୟରେ, ପୁଲିସ ଜାଣିପାରିଲା ଯେ ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି ଜଣକ ଶିଳ୍ପପତି ବୀରମଣି। ବୀରମଣି, ଶାନ୍ତି ଓ ମହେନ୍ଧିରା ଚିକ୍କନଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରେ ତିନି ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅପରାଧର ସମ୍ପୂର୍ଣ୍ଣ ପରିସ୍ଥିତି ପ୍ରତିଷ୍ଠା କରିବା ପାଇଁ ପୁଲିସ ଜବତ ସାମଗ୍ରୀ ଓ ଅନ୍ୟାନ୍ୟ ପ୍ରମାଣ ଯାଞ୍ଚ କରିବା ସହିତ ତଦନ୍ତ ଜାରି ରହିଛି। କର୍ତ୍ତୃପକ୍ଷ ଗିରଫ ହୋଇଥିବା ପ୍ରତ୍ୟେକ ଅଭିଯୁକ୍ତଙ୍କ ଭୂମିକା ଓ ...

Cricket: ଭାରତ-ଆଫଗାନିସ୍ତାନ ଟି୨୦ ଶୃଙ୍ଖଳାରେ କାହାକୁ ମିଳିବ ସୁଯୋଗ? ହାର୍ଦ୍ଦିକ-ବୁମରାଙ୍କୁ ନେଇ ଦ୍ବନ୍ଦ୍ବ ଜାରି

Image
  ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଦମଦାର ପ୍ରଦର୍ଶନ କରିବା ପରେ ଭାରତୀୟ ଟିମ୍‌ ପୁଣି ଥରେ ଟି୨୦ ଶୃଙ୍ଖଳା ଖେଳିବାକୁ ପ୍ରସ୍ତୁତି କରିଦେଇଛି। ଆସନ୍ତା ମାସରେ ଅର୍ଥାତ ସେପ୍ଟେମ୍ବରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ୩ଟି ମ୍ୟାଚ୍‌ ବିଶିଷ୍ଟ ଟି୨୦ ଖେଳାଯିବ। କୁହାଯାଉଛି ଯେ, ମୁଖ୍ୟ ଚୟନକର୍ତ୍ତା ଅଜିତ ଆଗରକରଙ୍କ ନେତୃତ୍ବରେ ଚୟନ କମିଟି ସେପ୍ଟେମ୍ବର ୩ ତାରିଖରେ ଏହି ଶୃଙ୍ଖଳା ପାଇଁ ଟିମ୍‌ ଇଣ୍ଡିଆର ଘୋଷଣା କରିବେ। ଆଫଗାନିସ୍ତାନ ବିପକ୍ଷ ଟିମ୍‌ରେ ଅନେକ ଖେଳାଳିଙ୍କୁ ସୁଯୋଗ ମିଳିପାରେ। ଟି୨୦ ଶୃଙ୍ଖଳା ଆସନ୍ତା ସେପ୍ଟେମ୍ବର ୧୩ ତାରିଖ ଠାରୁ ଆରମ୍ଭ ହେବ। ପ୍ରଶଂସକଙ୍କ ପାଇଁ ଭଲ ଖବର ଯେ, ଏହି ଶୃଙ୍ଖଳାର ୩ଟି ମ୍ୟାଚ୍‌ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ସମସ୍ତ ମ୍ୟାଚ୍‌ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଚୟନକାରୀ ଏହି ଶୃଙ୍ଖଳା ପାଇଁ ଏସୀୟ କ୍ରୀଡ଼ାରେ ଯୋଗ ଦେଉଥିବା ଖେଳାଳିମାନଙ୍କର ଉପରେ ଭରସା କରିପାରନ୍ତି। ଯଦି ଏହା ହୁଏ, ତା’ହେଲେ ଶ୍ରେୟସ ଆୟର ଟିମ୍‌ର ନେତୃତ୍ବ ନେବେ। ତାଙ୍କ ବ୍ୟତୀତ ଈଶାନ କିଶନ, ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ ଏବଂ ତିଳକ ବର୍ମାଙ୍କ ଭଳି ଖେଳାଳିଙ୍କୁ ଟିମ୍‌ରେ ସ୍ଥାନ ମିଳିପାରେ। Cricket: ସଂଜୟ ବାଙ୍ଗରଙ୍କ ଝିଅଙ୍କୁ କ୍ରିକେଟ୍‌ ଖେଳିବାକୁ ଅନୁମତି ଦେଲା ଏହି ଦେଶ ଏହା ବ୍ୟତୀତ କୁହାଯାଉଛି ଯେ, ସ୍ପିନର ବରୁଣ ଚକ୍ରବର୍ତ୍ତୀ...

BRICS summit: ବ୍ରିକ୍ସ ସମ୍ମିଳନୀ ପ୍ରଭାବ; ଦିଲ୍ଲୀରେ ହୋଟେଲ ରୁମ୍‌ ଶେଷ

Image
ନୂଆଦିଲ୍ଲୀ: ଦିଲ୍ଲୀରେ ଆସନ୍ତା ମାସ ୧୨ ଓ ୧୩ ତାରିଖରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିପାଇଁ ସେପ୍ଟେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ବିଳାସପୂର୍ଣ୍ଣ ହୋଟେଲରେ ରୁମ୍‌ଗୁଡ଼ିକ ପ୍ରାୟତଃ ବିକ୍ରି ହୋଇଗଲାଣି। ଯେଉଁ କେତେକ ରୁମ୍‌ ଖାଲି ରହିଛି ତାହାର ଦର ରାତିକ ପିଛା ୧ ଲକ୍ଷ ଟଙ୍କାରୁ ଅଧିକ ହୋଇଯାଇଛି। ହୋଟେଲ ବୁକିଂ ପ୍ଲାଟଫର୍ମ ଗୁଡ଼ିକରୁ ଜଣାଯାଇଛି ଯେ ସେପ୍ଟେମ୍ବର ୧୧ରୁ ୧୩ ପର୍ଯ୍ୟନ୍ତ ତାଜ୍‌ ମହଲ ଏବଂ ତାଜ୍‌ ପ୍ୟାଲେସ୍‌ରେ କିଛି ରୁମ୍‌ ଉପଲବ୍ଧ ନାହିଁ। ସେହିଭଳି ଓବରୟ ହୋଟେଲରେ ମଧ୍ୟ ସବୁ ରୁମ୍‌ ବିକ୍ରି ହୋଇଯାଇଛି। ଉପରୋକ୍ତ ଦିନଗୁଡ଼ିକ ପାଇଁ ଲୀଲା ପ୍ୟାଲେସ୍‌ ହୋଟେଲ ରୁମ୍‌ ବୁକିଂ ଗ୍ରହଣ କରୁନାହିଁ। ଆଇଟିସି ମୌର୍ଯ୍ୟ ଏବଂ ଶାଙ୍ଗ୍ରି-ଲା ଇରୋସ୍‌ ହୋଟେଲ ରୁମ୍‌ ଚାର୍ଜ ବହୁ ଅଧିକ ରଖିଛନ୍ତି। ଯଦିଓ ସମ୍ମିଳନୀ ଦୁଇ ଦିନ ପାଇଁ ହେବ ତଥାପି ପ୍ରତିନିଧିମାନେ ପୂର୍ବରୁ ଆସି ପହଞ୍ଚିବା ସହ ଅଧିକ ଦିନ ପାଇଁ ମଧ୍ୟ ରହିବେ। ଏଥିଯୋଗୁ ରୁମ୍‌ ଚାହିଦା ବଢ଼ିଯାଇଛି। BRICS Summit: ବ୍ରିକ୍ସ ସମ୍ମିଳନୀ ନିମନ୍ତ୍ରଣର ଏଯାଏଁ ଉତ୍ତର ଦେଇନି ବାଂଲାଦେଶ ଏଥିପାଇଁ ଦିଲ୍ଲୀକୁ ଆସୁଥିବା ପର୍ଯ୍ୟଟକ, ବ୍ୟବସାୟୀ ଏବଂ ପରିବାରଗୁଡ଼ିକ ହୋଟେଲ ରୁମ୍‌ ପାଇବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ହେବ କିମ୍ବା ଦିଲ୍ଲୀଠାରୁ ଦୂରରେ ସେମାନଙ୍କୁ ହୋଟେଲ ଖୋଜିବାକୁ ହେବ।

A low pressure: ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ୩୧ ଯାଏଁ ବର୍ଷା, ସେପ୍ଟେମ୍ବର ୧ରୁ କମିବ ପ୍ରଭାବ

Image
  ଭୁବନେଶ୍ବର: ଉତ୍ତର ଓଡ଼ିଶା ଉପକୂଳରେ ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ୪୮ ଘଣ୍ଟାରେ ଏହା ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବ। ପ୍ରଭାବରେ ଦୁଇ ଦିନ ଧରି ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ଅତିପ୍ରବଳ ବର୍ଷା ହେବ। ସେପ୍ଟେମ୍ବର ୧ରୁ ବର୍ଷାର ପ୍ରଭାବ କମିବ। ଲଘୁଚାପ କାରଣରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବ। ୬୦ କିମି ବେଗରେ ଝଟକା ପବନ ବହିବାର ଆଶଙ୍କା ରହିଛି। ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।ଭାରତୀୟ ପାଣିପାଗ ବିଭାଗ ଭୁବନେଶ୍ବର କାର୍ଯ୍ୟାଳୟ ମୁଖ୍ୟ ଡ. ମନୋରମା ମହାନ୍ତି କହିଛନ୍ତି, ଆଜି ରାଜ୍ୟରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୫୯ ମିମି ବର୍ଷା ହୋଇଛି। ୪ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଗଜପତି ଜିଲ୍ଲାରେ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ସକାଳ ସାଢ଼େ ୫ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପ୍ତ ରହିଛି। ଉତ୍ତର ଓଡ଼ିଶା ଉପକୂଳର...

Salman Khan: ସଲମାନ ଖାନଙ୍କୁ ନେଇ ରାକେଶ ଓମପ୍ରକାଶ ମେହରା ନିର୍ମାଣ କରିବେ ‘କର୍ଣ୍ଣ’

Image
  ମୁମ୍ବାଇ: ଜଣାଶୁଣା ନିର୍ଦ୍ଦେଶକ ରାକେଶ ଓମପ୍ରକାଶ ମେହରା ତାଙ୍କର ସବୁଠାରୁ ମହତ୍ୱାକାଂକ୍ଷୀ ସିନେମା‘ କର୍ଣ୍ଣ’ ପାଇଁ ଏବେ ଯଥେଷ୍ଟ ସମୟ ଦେଉଛନ୍ତି। ଏକ୍ସେଲ ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ ହେବାକୁ ଥିବା ଏହି ସିନେମାରେ ସଲମାନ୍ ଖାନ୍ ଖାନ୍ ଟାଇଟଲ୍ ରୋଲରେ ନଜର ଆସିବେ। ଏହି ଫିଲ୍ମଟି ଗତ ୫ ବର୍ଷ ଧରି ନିର୍ମାଣ ଚାଲିଛି, ଏବଂ ନିର୍ମାତାଶେଷରେ ୨୦୨୭ ଅଗଷ୍ଟରେ ଏହାକୁ ଆରମ୍ଭ କରିବାକୁ ଯାଉଛନ୍ତି। ତେବେ, ମହାଭାରତର ସବୁଠାରୁ ସଂଘର୍ଷପୂର୍ଣ୍ଣ ଚରିତ୍ର ଉପରେ ଆଧାରିତ ଏହି ଯୁଦ୍ଧ ମହାକାବ୍ୟରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଥିବା ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବିପକ୍ଷରେ କିଏ ନାୟିକା ସାଜିବେ, ତାହା ସ୍ପଷ୍ଟ ହୋଇନାହିଁ। କର୍ଣ୍ଣଙ୍କ ପାଇଁ କାଷ୍ଟିଂ ଏବଂ ପ୍ରି-ପ୍ରଡକ୍ସନ୍ କାମ ଜାରି ରହିଥିବା ବେଳେ ରାକେଶ ଓମପ୍ରକାଶ ମେହରା ଏହା ପୂର୍ବରୁ ବିକ୍ରାନ୍ତ ମାସେଙ୍କ ସହିତ ଏକ ୩୦ ଦିନର ଛୋଟ ଫିଲ୍ମର ନିର୍ଦ୍ଦେଶନା ଦେବେ। "ରାକେଶ ଓମପ୍ରକାଶ ମେହରା ତାଙ୍କର ପରବର୍ତ୍ତୀ ନିର୍ଦ୍ଦେଶନାରେ ବିକ୍ରାନ୍ତ ମାସେଙ୍କୁ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାକୁ ଏକ ଛୋଟ ସହର ପ୍ରେମ କାହାଣୀ ବୋଲି କୁହାଯାଉଛି। ଦର୍ଶକଙ୍କୁ ବିକ୍ରାନ୍ତ ମାସେଙ୍କ ସହିତ ଏକ ରୋମାଣ୍ଟିକ ଯାତ୍ରାରେ ନେବାକୁ ଚାହୁଁଛନ୍ତି,ବୋଲି ନିର୍ଦ୍ଦେଶକ ରାକେଶ ଓମପ୍ରକାଶ ମେହରା କହିଛନ୍ତି। ‘କର୍ଣ୍ଣ’ ଦୁଇ ଭାଗ ବି...

Congress: ରାଉରକେଲା ସର୍କିଟ ହାଉସ ବନ୍ଧୁକ ଜବତ ଘଟଣା: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଇସ୍ତଫା ଦାବି କଲା କଂଗ୍ରେସ

Image
ରାଉରକେଲା: ରାଉରକେଲା ସର୍କିଟ ହାଉସ ବନ୍ଧୁକ ଜବତ ଘଟଣାଗିରଫ ଅପରାଧୀଙ୍କ ସହ ସମ୍ପୃକ୍ତିର ନିରପେକ୍ଷ ତଦନ୍ତ ଓ ଗଣମାଧ୍ୟମରେ ଦେଇଥିବା ଅଶାଳୀନ ମନ୍ତବ୍ୟ ପାଇଁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ l ଆଜି ଉଦିତନଗର ଆମ୍ବେଦକର ଛକରେ ଜିଲ୍ଲା ଯୁବ, ଛାତ୍ର ଓ ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି l ଜୁଏଲ ଇସ୍ତଫା ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବାକୁ ଚେତାବନୀ ଦିଆଯାଇଛି l ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ଜ୍ଞାନେନ୍ଦ୍ର ଦାସ କହିଛନ୍ତି ନିଜକୁ ଜଣେ ଟାଣୁଆ ଆଦିବାସୀ ନେତା କହୁଥିବା ଜୁଏଲ ସୁନ୍ଦରଗଡ଼ର ଆଦିବାସୀଙ୍କ ପାଇଁ କିଛି କରି ନାହାନ୍ତି l ସେ କଣ ଚ୍ୟାଲେଞ୍ଜ ଦେଉଛନ୍ତି, ଆମେ ଚ୍ୟାଲେଞ୍ଜ ଦେଉଛୁ ନିର୍ବାଚନ ଲଢ଼ି ଦେଖାନ୍ତୁ l ଜିଲ୍ଲାବାସୀ ଏହାର ଦୃଢ ଜବାବ ଦେବେ l ସେପଟେ ଏହି ଘଟଣାରେ ଜିଲ୍ଲା ବିଜେଡି ପୁରା ଚୁପ ରହିଛି l ବିଜେପିର ଗୋଟିଏ ଗୋଷ୍ଠୀ ଜୁଏଲଙ୍କୁ ହଟାଇବାକୁ ଲାଗି ପଡିଛନ୍ତି l