କୋକସରା , (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର )ସନ୍ଦେହଜନକ ଅବସ୍ଥାରେ କେନାଲ ଭିତରୁ ଏକ ସିଲ ବସ୍ତା ଉଦ୍ଧାର ହେବାକୁ ନେଇ ଅଞ୍ଚଳରେ କିଛି ସମୟ ପାଇଁ ଚାଞ୍ଚଲ୍ୟ ଓ ଭୟର ବାତାବରଣ ସୃଷ୍ଟି ହୋଇଥିଲା। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ଓ ଅଁଳାଗୁଡା ମଝିରେ ଥିବା କେନାଲ ବ୍ରିଜ ତଳୁ ଏହି ବସ୍ତାକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲା।ସୂଚନାଅନୁସାରେ, କେନାଲରେ ପ୍ରାୟ ଛାତିଏ ପାଣି ଥିବା ବେଳେ ବସ୍ତାଟି ପାଣିରେ ଭାସି ଆସି ବ୍ରିଜର ଖମ୍ବରେ ଅଟକି ରହିଥିଲା। ବସ୍ତାରୁ ରକ୍ତ ବାହାରୁଥିବା ଦେଖି ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ବଢ଼ିଥିଲା। ଖବର ପ୍ରଚାର ହେବା ପରେ ସନ୍ଧ୍ୟା ସମୟରେ ଶହ ଶହ ଲୋକ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ।ପରେ ଲୋକେ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପୋଲିସ ଉପସ୍ଥିତିରେ ଅଗ୍ନିଶମ ବାହିନୀ କେନାଲ ଭିତରକୁ ପଶି ବସ୍ତାଟିକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ବସ୍ତା ଭିତରେ କୌଣସି ମଣିଷ ନୁହେଁ, ଏକ ମୃତ କୁକୁର ଥିବା ଜଣାପଡ଼ିଥିଲା। କେହି ଜଣେ କୁକୁରଟିକୁ ମାରିବା ପରେ ବସ୍ତାରେ ସିଲ୍ କରି କେନାଲରେ ଫୋପାଡ଼ି ଦେଇଥିବା ଜଣାପଡ଼ିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜାରି ରହିଛି।
କୋକସରାରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିରଙ୍କ ରିପୋର୍ଟ "ଖବର ଆମର"
Tags
Latest



