କୋକସରା: ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଜନ୍ମାଷ୍ଟମୀ ଅବସରରେ କୋକସରାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଛାତ୍ରଛାତ୍ରୀଙ୍କୁ ନେଇ ରାଧାକୃଷ୍ଣ ବେଶ ପ୍ରତିଯୋଗିତା ଓ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଛୋଟ ଛୋଟ ଛାତ୍ରଛାତ୍ରୀ ରାଧା ଓ କୃଷ୍ଣ ବେଶରେ ସଜ୍ଜିତ ହୋଇ ଉତ୍ସବକୁ ଆକର୍ଷଣୀୟ କରିଥିଲେ। ଏହାକୁ ନେଇ ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା।ଉତ୍ସବରେ ପରିଚାଳନା ସମିତିର ସଭାପତି ମୀନକେତନ ପ୍ରଧାନୀ, ସମ୍ପାଦକ ସୁନୀଲ କୁମାର ପ୍ରଧାନୀ, କୋଷାଧ୍ୟକ୍ଷ ଅମୀୟ ରଞ୍ଜନ ପ୍ରଧାନୀଙ୍କ ସମେତ ବହୁ ଅଭିଭାବକ ଓ ଅଭିଭାବିକା ଯୋଗଦେଇଥିଲେ। ଉତ୍ସବରେ ପ୍ରଧାନାଚାର୍ଯ୍ୟ ଭବାନୀଶଙ୍କର ବେହେରା ସଭାପତିତ୍ୱ କରିଥିଲେ।କାର୍ଯ୍ୟକ୍ରମକୁ ସଫଳ କରିବାରେ ଆଚାର୍ଯ୍ୟ ଚନ୍ଦ୍ରହାସ୍ୟ ନାଏକ, ପନ୍ନଗ ନାରାୟଣ ପଟ୍ଟନାୟକ, ଖଗେଶ୍ୱର ରଣା, ଭରତ ବାଗ, ଆଚାର୍ଯ୍ୟା ମାଧୁରୀ ମୁଣ୍ଡ, ସୁଜାତା ପଟ୍ଟନାୟକ, ସୁନିତା ବେମାଲ, ରଶ୍ମିତା ପଟ୍ଟନାୟକ, ଅନୁପମା ପଟ୍ଟନାୟକ, ଲିଜା ରାଣୀ ଦାସ ଓ ଶିବାନୀ ରାଉତ ପ୍ରମୁଖ ସହଯୋଗ କରିଥିଲେ।ଜନ୍ମାଷ୍ଟମୀ ଅବସରରେ ଶିଶୁ ମନ୍ଦିର ପରିସରରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ବୃକ୍ଷରୋପଣ ମଧ୍ୟ କରାଯାଇଥିଲା। ଆଚାର୍ଯ୍ୟ ପନ୍ନଗ ନାରାୟଣ ପଟ୍ଟନାୟକଙ୍କ ଅନୁରୋଧକ୍ରମେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା। ଧାର୍ମିକ ଉତ୍ସବ ସହ ପରିବେଶ ସୁରକ୍ଷାକୁ ଯୋଡ଼ି ଏଭଳି କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଅଭିଭାବକ ଓ ଅଞ୍ଚଳବାସୀ ପ୍ରଶଂସା କରିଥିଲେ।
କୋକସରା ରୁ ଦୁଷ୍ମନ୍ତ କୁମାର ଗହିର ରିପୋର୍ଟ "ଖବର ଆମର l"
Tags
Latest



