ଧର୍ମଗଡ଼, (ଖବର ଆମର) (ହୁକିମ ବିଶି):ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବେହେରା ମୁଖ୍ୟରାସ୍ତାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡ଼ିଛି। ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ଖମା ସୃଷ୍ଟି ହୋଇଥିବାରୁ ଯାତାୟାତ କରୁଥିବା ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ବର୍ଷା ଦିନରେ ବେହେରା ମୁଖ୍ୟରାସ୍ତା ଉପରେ ଦୁଇଟି ବଡ଼ ଖାଲରେ ବର୍ଷାଜଳ ଜମି ରହୁଥିବାରୁ ଖାଲର ଗଭୀରତା ଜଣାପଡେ ନାହିଁ। ଫଳରେ ଏହି ରାସ୍ତାରେ ଯାତାୟାତ କରୁଥିବା ଦୁଇଚକିଆ ଓ ଚାରିଚକିଆ ଯାନ ଚାଳକଙ୍କ ପାଇଁ ଦୁର୍ଘଟଣାର ଆଶଙ୍କା ରହିଛି।ଏହି ରାସ୍ତା ଦେଇ ପ୍ରତିଦିନ ବହୁ ସଂଖ୍ୟାରେ ଲୋକେ ଶିକ୍ଷାନୁଷ୍ଠାନ, ମେଡିକାଲ, ଆରଆଇ କାର୍ଯ୍ୟାଳୟ ଓ ବ୍ୟାଙ୍କ ଭଳି ବିଭିନ୍ନ ଜରୁରୀ କାମରେ ଯାତାୟାତ କରିଥାନ୍ତି। ଏହାସହ ବେହେରାରେ ସାପ୍ତାହିକ ବଜାର ସହ ଗାଈ-ଗୋରୁ, ଛେଳି-ମେଣ୍ଢା ବଜାର ମଧ୍ୟ ବସୁଥିବାରୁ ବଜାର ଦିନରେ ହଜାର ହଜାର ଲୋକଙ୍କ ଯାତାୟାତ ହୋଇଥାଏ।ରାସ୍ତାର ଏଭଳି ଦୟନୀୟ ଅବସ୍ଥା ଯୋଗୁଁ ଯେକୌଣସି ସମୟରେ ବଡ଼ ଅଘଟଣ ଘଟିବାର ଆଶଙ୍କା ରହିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ତେଣୁ ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ ସମ୍ପୃକ୍ତ ପ୍ରଶାସନ ଓ ବିଭାଗ ତୁରନ୍ତ ରାସ୍ତାର ଖାଲ ଖମା ମରାମତି କରିବା ସହ ଯାତାୟାତ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
Tags
Latest



