🟢 ବ୍ରେକିଂ ନ୍ୟୁଜ

ବରିଷ୍ଠ ଆଦିବାସୀ ନେତା ଅନ୍ତରାମ ବାଣୁଆଙ୍କ ପରଲୋକ


ଜୟପାଟଣା, (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରେଙ୍ଗାଳପାଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ଭଞ୍ଜା ଗ୍ରାମର ଗୋନ୍ତିଆ ତଥା ବରିଷ୍ଠ ଆଦିବାସୀ ନେତା ଅନ୍ତରାମ ବାଣୁଆଙ୍କ ପରଲୋକ ଘଟିଛି। ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ୭୧ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି l ସୂଚନା ଅନୁଶାରେ ଅନ୍ତରାମ ବାଣୁଆ ଆଦିବାସୀ ସଂଘର ଜଣେ ସୁଦକ୍ଷ କର୍ମକର୍ତ୍ତା ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରିବା ସହ ଅଞ୍ଚଳର ଆଦିବାସୀ ସମାଜର ବିଭିନ୍ନ ସାମାଜିକ କାର୍ଯ୍ୟରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ସମାଜର ଉନ୍ନତି ଓ ଏକତା ପାଇଁ ସେ ସବୁ ସମୟରେ ଉଦ୍ୟମ କରିଥିଲେ। ତାଙ୍କର ସରଳ ଓ ନମ୍ର ବ୍ୟବହାର ପାଇଁ ସେ ସ୍ଥାନୀୟ ଅଞ୍ଚଳରେ ସୁପରିଚିତ ଥିଲେ। ତାଙ୍କର  ଅକାଳ ବିୟୋଗରେ  ଗୋଡ଼ଭଞ୍ଜା ଗ୍ରାମ ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗାଁ ମଶାଣିରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିବା ବେଳେ ବଡ଼ ପୁଅ ନିହାର ରଞ୍ଜନ ବାଣୁଆ ଓ ସାନପୁଅ କୋଫିଆ ଆନନ୍ଦ ବାଣୁଆ ମୁଖାଗ୍ନି ଦେଇଥିଲେ। ଅନ୍ତିମ ସଂସ୍କାର ସମୟରେ ପରିବାରବର୍ଗ, ସମ୍ପର୍କୀୟ, ବନ୍ଧୁବର୍ଗ ଓ ସାମାଜିକ କର୍ମକର୍ତ୍ତା ସହ ବହୁ ସ୍ଥାନୀୟ ଲୋକ ଉପସ୍ଥିତ ରହି ଦିବଙ୍ଗତ ଅନ୍ତରାମ ବାଣୁଆଙ୍କୁ ଶେଷ ବିଦାୟ ଜଣାଇଥିଲେ। 


ଜୟପାଟଣା ରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର"

Previous Post Next Post
Magspot Blogger Template

نموذج الاتصال