🟢 ବ୍ରେକିଂ ନ୍ୟୁଜ

ବଲଧିଆମାଲ ଠାରେ ଓଡିଶୀ ଇଭି ଗ୍ରୀନ ହ୍ୱିଲ ମୋଟର୍ସର ନୂତନ ଶୋ’ରୁମ ଉଦଘାଟିତ


କଳାହାଣ୍ଡି, (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର): ଜୁନାଗଡ଼ ବ୍ଲକ ବଲଧିଆମାଲ ଛକ ନିକଟରେ ଅତ୍ୟାଧୁନିକ ଓଡିଶୀ ଇଭି ଗ୍ରୀନ ହ୍ୱିଲ ମୋଟର୍ସର ନୂତନ ଶୋ’ରୁମ ଉଦଘାଟିତ ହୋଇଯାଇଛି। ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଶୋ’ରୁମର ଶୁଭ ଉଦଘାଟନ କରିଥିଲେ।ଉଦଘାଟନୀ ଅବସରରେ ଛତିଶଗଡ଼ର ପୂର୍ବତନ ବିଧାୟକ ଡମ୍ବରୁ ଧର ମାଝୀ, ଯୁବ ୟୁଟ୍ୟୁବର ଚନ୍ଦନ ଶତପଥୀ, ରତନ ଗୋୟଲ, ସମାଜସେବୀ ବିଷ୍ଣୁ ଅଗ୍ରୱାଲ, ଶୋ’ରୁମ ମାଲିକ ମନୋଜ ଅଗ୍ରୱାଲ ଓ ନରେଶ ଅଗ୍ରୱାଲଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ।ଏହି ନୂତନ ଶୋ’ରୁମ ମାଧ୍ୟମରେ ଅଞ୍ଚଳବାସୀଙ୍କୁ ଆଧୁନିକ ଇଲେକ୍ଟ୍ରିକ୍ ଯାନ ସମ୍ପର୍କରେ ସୁବିଧାଜନକ ଭାବେ ସୂଚନା ଓ ସେବା ମିଳିପାରିବ। ବିଶେଷକରି ପରିବେଶ ଅନୁକୂଳ ଇଲେକ୍ଟ୍ରିକ୍ ଯାନ ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ବଢ଼ୁଥିବା ବେଳେ ବଲଧିଆମାଲରେ ଏହି ଶୋ’ରୁମ ଖୋଲିବା ଅଞ୍ଚଳବାସୀଙ୍କ ପାଇଁ ଏକ ନୂତନ ସୁବିଧା ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।ଉଦଘାଟନୀ କାର୍ଯ୍ୟକ୍ରମରେ ଜୁନାଗଡ଼ ବ୍ଲକ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବ୍ୟବସାୟୀ ଓ ସ୍ଥାନୀୟ ଲୋକେ ଯୋଗଦେଇ ଶୋ’ରୁମ ମାଲିକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଆଗାମୀ ଦିନରେ ଗ୍ରାହକଙ୍କୁ ଉତ୍ତମ ସେବା ଓ ସୁବିଧା ଯୋଗାଇଦେବା ସହ ଅଞ୍ଚଳରେ ଇଲେକ୍ଟ୍ରିକ୍ ଯାନର ବ୍ୟବହାରକୁ ଆହୁରି ବ୍ୟାପକ କରିବା ଦିଗରେ ଶୋ’ରୁମଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା ପ୍ରକାଶ ପାଇଛି। 

କଳାହାଣ୍ଡିରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର"

Previous Post Next Post
Magspot Blogger Template

نموذج الاتصال