🟢 ବ୍ରେକିଂ ନ୍ୟୁଜ

ବ୍ଲକ ସ୍ତରୀୟ ନୁଆଁଖାଇ ଭେଟଘାଟ ପାଇଁ ଯାଦବ ସମାଜର ପ୍ରସ୍ତୁତି ବୈଠକ ଅନୁଷ୍ଠିତ


କୋକସରା, (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର): ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଁଖାଇ ଶେଷ ହେବା ପରେ ଏବେ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ନୁଆଁଖାଇ ଭେଟଘାଟ ଆୟୋଜନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ନୁଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ଭାଇଚାରା, ଏକତା, ସୁସମ୍ପର୍କ ଓ ପାରସ୍ପରିକ ସ୍ନେହ-ଶ୍ରଦ୍ଧାର ପ୍ରତୀକ। ଏହି ଅବସରରେ ପରସ୍ପରକୁ ଭେଟିବା ଓ ଶୁଭେଚ୍ଛା ଜଣାଇବାର ପରମ୍ପରା ଦୀର୍ଘଦିନ ଧରି ଚାଲିଆସୁଛି।ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଯାଦବ ସମିତି ପକ୍ଷରୁ ଚିଲଗୁଡାସ୍ଥିତ ଯାଦବ ଭବନଠାରେ ଆଗାମୀ ନୁଆଁଖାଇ ଭେଟଘାଟ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଯାଦବ ସମିତିର ସଭାପତି ଶ୍ରୀଯୁକ୍ତ ଦ୍ୱାରିକାନାଥ ବାଗଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ କୋକସରା ବ୍ଲକର ୨୨ଟି ଅଞ୍ଚଳରୁ ଯାଦବ ସମିତିର ବିଭିନ୍ନ କର୍ମକର୍ତ୍ତା ଯୋଗଦେଇ ନିଜ ନିଜର ମତାମତ ରଖିଥିଲେ।ବୈଠକରେ ଯାଦବ ସମିତିର ମହିଳା ସଂଗଠନ ଓ ଯୁବ ଯାଦବ ସଂଗଠନର କର୍ମକର୍ତ୍ତାମାନେ ମଧ୍ୟ ସାମିଲ ହୋଇଥିଲେ। ସମାଜର ବିଭିନ୍ନ ସମସ୍ୟା ସହ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେବା ନେଇ ଆଲୋଚନା ହୋଇଥିଲା। ଏଥିସହ ସମାଜରେ ଭାଇଚାରା, ଏକତା ଓ ସାମାଜିକ ସମ୍ପ୍ରୀତିର ମନୋଭାବକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଆଗାମୀ ଦିନରେ ହେବାକୁ ଥିବା ନୁଆଁଖାଇ ଭେଟଘାଟ କିପରି ସୁଚାରୁ ଓ ସୁସଂଗଠିତ ଭାବେ ଆୟୋଜିତ ହେବ, ସେନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। 


କୋକସରାରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର"

Previous Post Next Post
Magspot Blogger Template

نموذج الاتصال