🟢 ବ୍ରେକିଂ ନ୍ୟୁଜ

ଲଡୁଗାଁ ସାର୍ବଜନୀନ ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା ମନୋନୀତ,ପ୍ରସ୍ତୁତି ବୈଠକରେ ଭବ୍ୟ ଆୟୋଜନ ପାଇଁ ନିଷ୍ପତ୍ତି


କୋକସରା , ୧୨/୦୯ (ଖବର ଆମର) (ଦୁଷ୍ମନ୍ତ କୁମାର ଗହିର): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ ସହରରେ ଚଳିତ ବର୍ଷ ଶାରଦୀୟ ସାର୍ବଜନୀନ ଦୁର୍ଗାପୂଜାକୁ ଭବ୍ୟ ଓ ଶୃଙ୍ଖଳିତ ଭାବେ ପାଳନ କରିବା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଶୀତଳା ମାତା ମନ୍ଦିର ପରିସରରେ ଆୟୋଜିତ ଏହି ବୈଠକରେ ପୂଜା କମିଟିର ଉପସଭାପତି ମୋହନ ଚରଣ ଦାସ ସଭାପତିତ୍ୱ କରିଥିଲେ।ବୈଠକ ପ୍ରାରମ୍ଭରେ ଗତବର୍ଷ ଆୟୋଜିତ ଦୁର୍ଗାପୂଜାର ଆୟ-ବ୍ୟୟର ସମ୍ପୂର୍ଣ୍ଣ ବିବରଣୀ ଉପସ୍ଥାପନ କରାଯାଇଥିଲା। ପରେ ଚଳିତ ବର୍ଷର ପୂଜା ପରିଚାଳନା ପାଇଁ ଗ୍ରାମବାସୀଙ୍କ ସର୍ବସମ୍ମତିକ୍ରମେ ନୂତନ କମିଟିର କର୍ମକର୍ତ୍ତା ଚୟନ କରାଯାଇଥିଲା।ଚଳିତ ବର୍ଷ ପୂଜା କମିଟିର ସଭାପତି ଭାବେ ଦୁର୍ଗା ପ୍ରସାଦ ଅଗ୍ରୱାଲ, ଉପସଭାପତି ଭାବେ ମୋହନ ଚରଣ ଦାସ ଓ ପ୍ରହଲ୍ଲାଦ ଠାକୁର, ସମ୍ପାଦକ ଭାବେ ପୂର୍ବତନ ସରପଞ୍ଚ କଂହେଇ ଚରଣ ଦାସ ଏବଂ କୋଷାଧ୍ୟକ୍ଷ ଭାବେ ମୁକେଶ ଅଗ୍ରୱାଲଙ୍କୁ ମନୋନୀତ କରାଯାଇଛି। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପାଦକ ଭାବେ ଜିତେନ୍ଦ୍ର କୁମାର ମାଝୀଙ୍କୁ ଦାୟିତ୍ୱ ଦିଆଯାଇଛି।ଉପଦେଷ୍ଟା ଭାବେ ଗାଁ ଗୌନ୍ତିଆ ମଦନ ସିଂ ମାଝୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଗୁଣନିଧି ବାଗ ଓ ଗରୁଡ଼ ବାଗଙ୍କୁ ମନୋନୀତ କରାଯାଇଥିବା ବେଳେ ପୂଜା କମିଟିର ସଦସ୍ୟ ଭାବେ ପଙ୍କଜ ମୁଖ ଚୌଧୁରୀ, ପବନ ଅଗ୍ରୱାଲ, ରବି ନାରାୟଣ ଦାସ ଓ ଶ୍ରୀମନ୍ତ ପାଢ଼ୀଙ୍କୁ ଚୟନ କରାଯାଇଛି।ଚଳିତ ବର୍ଷ ପୂଜାକର୍ତ୍ତା ଭାବେ ରାଜେଶ କୁମାର ଅଗ୍ରୱାଲ ଓ ମନୀଷା ଅଗ୍ରୱାଲ ସପତ୍ନୀକ ପୂଜାକାର୍ଯ୍ୟ ତୁଲାଇବେ। ମୁଖ୍ୟ ପୂଜକ ଭାବେ ଶ୍ରୀ ଗୋପାଳ ଜି. ଠାକୁର ପୂଜାବିଧି ସମ୍ପନ୍ନ କରିବେ।ବୈଠକରେ ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜାକୁ ଅଧିକ ଆକର୍ଷଣୀୟ, ଭକ୍ତିମୟ ଓ ମହାଆଡମ୍ବରରେ ପାଳନ କରିବା ପାଇଁ ବିଭିନ୍ନ ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା। ନବଗଠିତ ପୂଜା କମିଟି ପକ୍ଷରୁ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପନ୍ନ କରିବା ସହ ଶ୍ରଦ୍ଧାଳୁଙ୍କ ପାଇଁ ଉତ୍ତମ ବ୍ୟବସ୍ଥା କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି।


କୋକସରାରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର"

Previous Post Next Post
Magspot Blogger Template

نموذج الاتصال