କଳାହାଣ୍ଡି, (ଖବର ଆମର): (ଦୁଷ୍ମନ୍ତ କୁମାର ଗହିର)ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୁଆଁଖାଇ ଅବସରରେ କୋକସରା ବ୍ଲକ ଅନ୍ତର୍ଗତ ଗମ୍ଭାରୀଗୁଡ଼ା ସ୍କୁଲ ପଡ଼ିଆରେ ନିଆରା ଢଙ୍ଗରେ ନୁଆଁଖାଇ ଭେଟଘାଟ-୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଞ୍ଚଳବାସୀଙ୍କ ମଧ୍ୟରେ ଭାଇଚାରା, ସାଂସ୍କୃତିକ ପରମ୍ପରା ଓ ଏକତାର ବାର୍ତ୍ତା ନେଇ ଏହି ଭେଟଘାଟ ଆୟୋଜିତ ହୋଇଥିଲା।ନୁଆଁଖାଇ ଭେଟଘାଟର ପରମ୍ପରା ଅନୁଯାୟୀ ପ୍ରଥମେ ମଶାଲ ଯାତ୍ରା ଆୟୋଜନ କରାଯାଇଥିଲା। ଗମ୍ଭାରୀଗୁଡ଼ା ଆମ୍ବେଦକରପଡ଼ାର ମହିଳା ଓ ପୁରୁଷମାନେ ମଞ୍ଚ ନିକଟରୁ ମଶାଲ ଧରି ଗ୍ରାମର ଆରାଧ୍ୟ ଦେବୀ ମା’ ଦନ୍ତେଶ୍ୱରୀଙ୍କ ପୀଠକୁ ଯାତ୍ରା କରିଥିଲେ। ସେଠାରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ଦେବୀଙ୍କ ଫୁଲ, ପ୍ରସାଦ ଓ ମଶାଲ ମଞ୍ଚକୁ ଅଣାଯାଇ ସ୍ଥାପନ କରାଯାଇଥିଲା।ଏହି ଅବସରରେ ବରିଷ୍ଠ ନାଗରିକ ତ୍ରିନାଥ ମହାନନ୍ଦ ଫିତା କାଟି କାର୍ଯ୍ୟକ୍ରମର ମଞ୍ଚ ଉଦ୍ଘାଟନ କରିଥିଲେ। ଦେବୀଙ୍କ ପୀଠରୁ ଫୁଲ ଓ ପ୍ରସାଦ ଆଣିବା ପରେ ହିଁ ଘରେ ଘରେ ନୁଆଁ ଖାଇବାର ପରମ୍ପରା ରହିଆସିଛି ବୋଲି ସେ ପ୍ରକାଶ କରିଥିଲେ। ଘଣ୍ଟ, ଶଙ୍ଖ, ହୁଳହୁଳି ଓ ବାଜାର ତାଳେ ତାଳେ ମଶାଲ ଯାତ୍ରାରେ ସାମିଲ ଲୋକେ ନାଚଗୀତ କରି ଉତ୍ସବକୁ ଆନନ୍ଦମୟ କରିଥିଲେ। ଚଳିତ ବର୍ଷ ଅଚ୍ୟୁତ ମହାନନ୍ଦ ଓ ତାଙ୍କ ଧର୍ମପତ୍ନୀ ସୁରେଖା ମହାନନ୍ଦ ମଶାଲ ଧାରଣ କରିଥିଲେ।ସମସ୍ତେ ନିଜ ନିଜ ଘରେ ନୁଆଁଖାଇ ସାରିବା ପରେ ଭେଟଘାଟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ମଙ୍ଗଲୁ ଚରଣ ଭାଟି ଯୋଗଦେଇଥିବା ବେଳେ ନିତ୍ୟାନନ୍ଦ ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ବାଗସିଂ ମାଝୀ, ଦାମୋଦର ଲହଜଲ, ଭୁଜବଳ ଗହିର, ରୋହିତ ମହାନନ୍ଦ, ଗଣେଶ ସୁନାନୀ, ଦୁର୍ବାଦଳ ପଟେଲ, ହରି ନାଗଭୂଷଣ, ଚିନ୍ମୟ ମହାନନ୍ଦ, ତୁଲାରାମ ମହାନନ୍ଦ, ତ୍ରିନାଥ ମହାନନ୍ଦ, ଲକ୍ଷ୍ମୀଧର ଜଳ, ଜୟଦେବ ମହାନନ୍ଦ, କରୁଣା ମହାନନ୍ଦ, ଜଗଦିଶ ମହାନନ୍ଦ, ମହେନ୍ଦ୍ର ମହାନନ୍ଦ ଓ ମାନ ଜାଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ।କାର୍ଯ୍ୟକ୍ରମରେ ନୃତ୍ୟ, ସଙ୍ଗୀତ, ପୁଚି ଖେଳ ଓ ହ୍ୟାଣ୍ଡବଲ୍ ଥ୍ରୋ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଦୁର୍ବାଦଳ ପଟେଲ, ତୁଲାରାମ ମହାନନ୍ଦ, ତୋଫାନ ଦୁର୍ଗା ଓ ଡୋଳେଶ୍ୱର ମହାନନ୍ଦ ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ।ନୁଆଁଖାଇ ଭେଟଘାଟର ଆୟୋଜନରେ ଆମ୍ବେଦକରପଡ଼ା ଯୁବଗୋଷ୍ଠୀର ସଭାପତି ରେଣୁଚରଣ ମହାନନ୍ଦ, ଉପସଭାପତି ଅକ୍ଷୟ ଗହୀର, ସମ୍ପାଦକ ଚିରଞ୍ଜିବୀ ଦୁର୍ଗା, କୋଷାଧ୍ୟକ୍ଷ ଉମେଶ ଚନ୍ଦ୍ର ମହାନନ୍ଦଙ୍କ ସମେତ ଯଶପଲ ଦୁର୍ଗା, କୁମୁଦ ମହାନନ୍ଦ, ଦୁଷ୍ମନ୍ତ ମହାନନ୍ଦ, ଗୋପୀନାଥ ମହାନନ୍ଦ, ବିକାଶ ଜାଲ, ନେପାଳ ମହାନନ୍ଦ, ତୀର୍ଥ ମହାନନ୍ଦ, ବୁଲବୁଲ, ଅରମାନ, ସ୍ୱାଗତ, ରାଜେନ୍ଦ୍ର ଗୋରେଖ, ଦୁର୍ମାନ୍ୟ, କୁମର ତାଣ୍ଡି, କ୍ଷୀରସିନ୍ଧୁ ମହାନନ୍ଦ, ମୋହିତ ମହାନନ୍ଦ,ବୈଲୋଚନ ମହାନନ୍ଦ, ରିଙ୍କୁ, ମିତ୍ର ମହାନନ୍ଦ, କାହ୍ନୁ ଚରଣ ମହାନନ୍ଦ, ପେନୁଚରଣ, ଜିତୁ, ଋତୁରାଜ ମହାନନ୍ଦ, ଯତୀନ୍ଦ୍ର ମାଝୀ, ନିଲୁ ମାଝୀ, ଡମ୍ବରୁ ତାଣ୍ଡି, ପପୁ ଓ ରଜନୀ ମହାନନ୍ଦ ପ୍ରମୁଖ ସଦସ୍ୟ ସହଯୋଗ କରିଥିଲେ। ସମଗ୍ର କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଦୁଷ୍ମନ୍ତ କୁମାର ଗହିର କରିଥିଲେ l
କଳାହାଣ୍ଡି ରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର"
Tags
Latest



