🟢 ବ୍ରେକିଂ ନ୍ୟୁଜ

ନୁଆଁଖାଇ ଭେଟଘାଟ ପାଇଁ ଗଣ୍ଡ ସମାଜର ପ୍ରସ୍ତୁତି ବୈଠକ


କୋକସରା, (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର) ଆଗାମୀ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମକୁ ନେଇ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କୋକସରା ଧାନ ମଣ୍ଡି ନିକଟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଚତୁର୍ଭୁଜ ବୁଢ଼ାଦେଓଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ବୈଠକ ଆରମ୍ଭ ହୋଇଥିଲା।ଅବସରପ୍ରାପ୍ତ ଓଏଏସ୍ ଅଧିକାରୀ ମହେଶ୍ୱର ମାଝୀଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା l  ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ରାମ ପ୍ରସାଦ ଧରୁଆ ଯୋଗଦେଇଥିବା ବେଳେ କୋକସରା ବ୍ଲକ ଗଣ୍ଡ ସମାଜର ସଭାପତି ନନ୍ଦକିଶୋର ଧରୁଆ, ଉପସଭାପତି ମହେନ୍ଦ୍ର କୁମାର ଧରୁଆ, ସମ୍ପାଦକ ନେତ୍ରାନନ୍ଦ ଧରୁଆ, ସହସମ୍ପାଦକ ତ୍ରିନାଥ ପୋଟା କୋଷାଧ୍ୟକ୍ଷ ଜୟସିଙ୍ଗ ମାଝୀ ପ୍ରଶ୍ନକୁମାର ନାଏକ, ବିଦେଶୀ ଧରୁଆ, ପବିତ୍ର ମାଝୀ, ଜଗମୋହନ ନାଏକ, ନିରଞ୍ଜନ ମାଝୀ, ଚତୁର୍ଭୁଜ ମାଝୀ ପଞ୍ଚାନନ ମାଝୀ ଦୂତିଆ ମାଝୀ କାମଦେବ ପୋଟା ପ୍ରମୁଖ ଉପସ୍ଥିତ ଥିଲେ।ବୈଠକରେ ଆଗାମୀ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମକୁ କିପରି ସୁଚାରୁ ଭାବେ ଆୟୋଜନ କରି ସମାଜର ସମସ୍ତ ପରିବାରକୁ ଏଥିରେ ସାମିଲ କରିବା ସହ ଭାଇଚାରା, ସାମାଜିକ ଏକତା ଓ ପରମ୍ପରାକୁ ଆହୁରି ମଜବୁତ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହ କାର୍ଯ୍ୟକ୍ରମ ଉପରେ ଉପସ୍ଥିତ କର୍ମକର୍ତ୍ତାଙ୍କ ମତାମତ ଗ୍ରହଣ କରାଯାଇଥିଲା। 

କୋକସରାରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର)

Previous Post Next Post
Magspot Blogger Template

نموذج الاتصال