🟢 ବ୍ରେକିଂ ନ୍ୟୁଜ

କୋକସରା ଯୁବ ମିଡିଆ ଆସୋସିଏସନ୍‌ର ନୂତନ କର୍ମକର୍ତ୍ତା ଚୟନ


କୋକସରା, (ଖବର ଆମର )(ଦୁଷ୍ମନ୍ତ କୁମାର ଗହିର )କୋକସରା ବ୍ଲକ କୁସୁମଖୁଣ୍ଟିସ୍ଥିତ ନୀଳକଣ୍ଠେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଅଞ୍ଚଳର ଯୁବ ସାମ୍ବାଦିକ ଓ ମିଡିଆ କର୍ମୀମାନଙ୍କୁ ନେଇ କୋକସରା ଯୁବ ମିଡିଆ ଆସୋସିଏସନ୍‌ ଗଠନ କରାଯାଇଛି। ଆସୋସିଏସନ୍‌ର ସାଙ୍ଗଠନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ସାମ୍ବାଦିକମାନଙ୍କ ସ୍ୱାର୍ଥ ଏବଂ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ଗଣମାଧ୍ୟମରେ ପ୍ରମୁଖତାର ସହ ଉପସ୍ଥାପନ କରିବା ଉଦ୍ଦେଶ୍ୟରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି।ଆସୋସିଏସନ୍‌ର ସଭାପତି ଭାବେ ଦୁଷ୍ମନ୍ତ କୁମାର ଗହୀର, ସମ୍ପାଦକ ଭାବେ କୋଦଣ୍ଡ ଦାସ, କୋଷାଧ୍ୟକ୍ଷ ଭାବେ ଅମୋଜ ଧରୁଆ ଏବଂ ଯୁଗ୍ମ ସମ୍ପାଦକ ଭାବେ ରିତେଶ ମୁଣ୍ଡଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ରାଧାକାନ୍ତ ହଂସ, ଈଶ୍ୱର ଲୋଧୁଆ, ମଙ୍ଗରାଜ ବେହେରା ଓ ଗୁଣନିଧି ବାଗଙ୍କୁ ମଧ୍ୟ ଆସୋସିଏସନ୍‌ର ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଛି।ନୂତନ କର୍ମକର୍ତ୍ତାମାନେ ସାମ୍ବାଦିକତା କ୍ଷେତ୍ରରେ ଏକତା ଓ ସହଯୋଗ ବଜାୟ ରଖିବା ସହ ଅଞ୍ଚଳବାସୀଙ୍କ ସମସ୍ୟା, ଅଧିକାର ଓ ବିକାଶମୂଳକ ପ୍ରସଙ୍ଗକୁ ନିରପେକ୍ଷ ଭାବେ ଉପସ୍ଥାପନ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ମତ ପ୍ରକାଶ ପାଇଛି।


କୋକସରାରୁ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର "

Previous Post Next Post
Magspot Blogger Template

نموذج الاتصال