🟢 ବ୍ରେକିଂ ନ୍ୟୁଜ

ମୋଟେର ଦୁର୍ଗା ପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ


କୋକସରା, (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର): ମୋଟେର ଦୁର୍ଗା ପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ଏକ ବୈଠକ ସ୍ଥାନୀୟ ମୋଟେର ଗ୍ରାମ ଦୁର୍ଗାମଣ୍ଡପ ଠାରେ ଅନୁଷ୍ଠିତ ହୋଯାଇଛି l ବୈଠକରେ ଗ୍ରାମର ସମସ୍ତ ଜନସାଧାରଣଙ୍କ ଉପସ୍ଥିତିରେ    ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା l ଉକ୍ତ ବୈଠକ ରେ ସର୍ବ ସମ୍ମତି କ୍ରମେ  ସଭାପତି ଭାବେ ଶ୍ରୀ ଯୁକ୍ତ ଦୁଷ୍ମନ୍ତ କୁମାର ପଟ୍ଟଯୋଷୀ ଉପସଭାପତି ଭରତ ଶବର ସମ୍ପାଦକ ଶ୍ରୀ ଧର୍ମେନ୍ଦ୍ର ଦାସସହ ସଂପାଦକ ଶେଷଦେବ ବେହେରା ଓ କୋଷାଧ୍ୟକ୍ଷ ଭାବେ ଶ୍ରୀ କୋଦଣ୍ଡ ଦାସ କୁ ମନୋନୀତ କରାଯାଇଥିଲା l ଉପଦେଷ୍ଟା କମିଟିରେ ଜଗଦୀଶ ସରାଫ, ହୃଷୀକେଶ ଦାସ, ସୁଧୀର ସରାଫ, ବଙ୍କିମ ଦାସ, ଅଜୟ ଦାସ, ବିଜୟ ପ୍ରଧାନୀ,ରବିନାରାୟଣ ପୁଝାରୀ ଓ ଜ୍ୟୋତି ସରାଫ ମନୋନୀତ ହୋଇଥିଲେ l ବୈଠକରେ କମିଟି ର ସମସ୍ତ କର୍ମ କର୍ତ୍ତା ଉପସ୍ଥିତ ଥିଲେ ଏବଂ ଆଗାମୀ କାର୍ଯ୍ୟକ୍ରମ ଓ ଦୁର୍ଗା ପୂଜାର ସୁପରିଚାଳନା ସମ୍ପର୍କରେ ଆଲୋଚନା କରାଯାଇଥିଲା l ଆଗାମୀ ଦୁର୍ଗା ପୂଜାକୁ ଶୃଙ୍ଖଳିତ ଓ ଆକର୍ଷଣୀୟ ଭାବେ ଆୟୋଜନ କରିବା ପାଇଁ ମତ ପ୍ରକାଶ ପାଇଥିଲା l ପୂଜାର ବିଭିନ୍ନ କାର୍ଯ୍ୟକ୍ରମ, ଭକ୍ତଙ୍କ ସୁବିଧା ପାଇଁ କମିଟି ପକ୍ଷରୁ କିଭଲି ଭାବରେ ସୁପରିଚାଳନା ହେବ ସେ ଉପରେ ମଧ୍ୟ ଯୋଜନା କରାଯାଇଛି। 


କୋକସରା ରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହୀର ଙ୍କ ରିପୋର୍ଟ "ଖବର ଆମର"

Previous Post Next Post
Magspot Blogger Template

نموذج الاتصال