![]() |
| କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ନୁଆଁଖାଇ ଭେଟଘାଟ-୨୦୨୬ |
ଭବାନୀପାଟଣା, (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର): କଳାହାଣ୍ଡି ଜିଲ୍ଲା ଯୁବ ଯାଦବଙ୍କ ପକ୍ଷରୁ ନୂଆଁଖାଇ ଭେଟଘାଟ ଓ ସାଙ୍ଗଠନିକ ବୈଠକ ଭାଇଚାରା, ସାମାଜିକ ଏକତା ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୁବ ଯାଦବ ସଭାପତି ପୀତବାସ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକ, ଏନ୍ଏସି ଓ ମ୍ୟୁନିସିପାଲିଟିରୁ ଯୁବ ଯାଦବ କର୍ମକର୍ତ୍ତା ଓ ପ୍ରତିନିଧିମାନେ ଯୋଗଦେଇଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ଆରାଧ୍ୟ ଯଦୁପତି ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ପରେ ସମାଜର ବୟୋଜ୍ୟେଷ୍ଠମାନଙ୍କୁ ଫୁଲ, ଚନ୍ଦନ ଓ ଚାଉଳ ଦେଇ ସମ୍ମାନପୂର୍ବକ ସ୍ୱାଗତ କରାଯାଇଥିଲା।ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଯାଦବ ସଭାପତି ନୃପରାଜ ଯାଦବ ମୁଖ୍ୟ ଅତିଥି ଏବଂ ଉତ୍କଳ ଯାଦବ ମହିଳା ସେଲ୍ର ସଭାନେତ୍ରୀ ସଂଯୁକ୍ତା ବେହେରା ବିଶେଷ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ସମ୍ପାଦକ ତ୍ରିପୁରା ନାଏକ, ଜିଲ୍ଲା ଯାଦବ ମହାସଭା ଉପସଭାପତି ଅଲେଖ ଗୋପାଳ, କମଳ ବାଗ, ଜଗଦୀଶ ଯାଦବ, ଜିଲ୍ଲା ଯୁଗ୍ମ ସମ୍ପାଦକ ପୂର୍ଣ୍ଣ ଗୌଡ଼, ଜିଲ୍ଲା କୋଷାଧ୍ୟକ୍ଷ ଈଶ୍ୱର ବଗର୍ତ୍ତି, ଜିଲ୍ଲା ମହିଳା ସଭାନେତ୍ରୀ ରଶ୍ମିରେଖା ରାଉତ, ସମ୍ପାଦିକା ରେବତୀ ବିଶି, କର୍ମଚାରୀ ସେଲ୍ ସଭାପତି ମାଧବ ଲହଜଲ, ମୁଖ୍ୟ ପରାମର୍ଶଦାତା ନଳିନୀ ରଞ୍ଜନ ରାଉତ, ପୂର୍ବତନ ମହିଳା ସଭାନେତ୍ରୀ ତଥା ଆଇନଜୀବୀ ଇଲ୍ଲା ସେଲମା, ଜିଲ୍ଲା ଉପଦେଷ୍ଟା ଲିଙ୍ଗରାଜ ଗହୀର, ପଙ୍କଜ ଗୌଡ଼, ପୂର୍ବତନ ଜିଲ୍ଲା ଯୁବ ଯାଦବ ସଭାପତି ଲକ୍ଷ୍ମୀ ବାଗ ଏବଂ କୋକସରା ବ୍ଲକ ଯାଦବ ସମିତି ସମ୍ପାଦକ ବିଦ୍ୟାଧର ଗହିର ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ ସାମ୍ବାଦିକତା, ଶିକ୍ଷା, ଚାକିରି, ସେବା ଓ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଯୁବ ଯାଦବମାନଙ୍କୁ ସମ୍ମାନିତ କରାଯାଇଥିଲା। ସାମ୍ବାଦିକ ଲକ୍ଷ୍ମୀରଞ୍ଜନ ବାଗ, ହିରଣ୍ୟ ବେହେରା, ଜଗଦିଶ ନାଏକ, ବ୍ରାହ୍ମପ୍ରସାଦ କାଣ୍ଡ, ସୁଧୀର ଗୋପାଳ, ତୁଲାରାମ ବେହେରା, ରୋହିତ କୁମାର ବାଗ, ଦୁଷ୍ମନ୍ତ କୁମାର ଗହିର, ବିରଞ୍ଚି କରୁଆଁ, ଉପେନ୍ଦ୍ର ବଗର୍ତ୍ତୀ, ନୀଲେଶ କୁମାର ନାଗ, ଜନକ ପୋଡ଼, ମନୋଜ ପୋଡ଼ ଓ ତୁଳମଣି ନାଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସାଙ୍ଗଠନିକ ବୈଠକରେ ଜିଲ୍ଲା ଯୁବ ଯାଦବ ସଭାପତି ପୀତବାସ ବେହେରା ଯୁବ ଶାଖାର ସାଙ୍ଗଠନିକ ଭୂମିକା, ଉଦ୍ଦେଶ୍ୟ ଓ ନିୟମାବଳୀ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଯୁବ ଯାଦବମାନଙ୍କୁ ସଂଗଠିତ କରି ସାମାଜିକ, ସେବାମୂଳକ ଓ ସାଙ୍ଗଠନିକ କାର୍ଯ୍ୟରେ ଅଧିକ ସାମିଲ କରି ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏଥିସହ ଯୁବପିଢ଼ିଙ୍କୁ ନେଇ ଆଗାମୀ ଦିନରେ ବିଭିନ୍ନ ସାମାଜିକ, ଶିକ୍ଷାମୂଳକ, ସେବାମୂଳକ ଓ ସାଙ୍ଗଠନିକ କାର୍ଯ୍ୟକ୍ରମ ଆୟୋଜନ କରିବା ନେଇ ମତବିନିମୟ ହୋଇଥିଲା। ଉପସ୍ଥିତ କର୍ମକର୍ତ୍ତା ଓ ସଦସ୍ୟମାନେ ନିଜ ନିଜ ମତାମତ ଓ ପ୍ରସ୍ତାବ ରଖିଥିଲେ।ନୁଆଁଖାଇ ଭେଟଘାଟ ଅବସରରେ ବୟୋଜ୍ୟେଷ୍ଠଙ୍କ ପ୍ରତି ସମ୍ମାନ, ଯୁବପିଢ଼ିଙ୍କ ସଫଳତାକୁ ସ୍ୱୀକୃତି, ସାମାଜିକ ଏକତା, ଭାଇଚାରା ଓ ସାଙ୍ଗଠନିକ ସମନ୍ୱୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାର ସମସ୍ତ ବ୍ଲକ, ଏନ୍ଏସି ଓ ମ୍ୟୁନିସିପାଲିଟିର ସଭାପତି ଓ ସମ୍ପାଦକଙ୍କ ସମେତ ବିଭିନ୍ନ ଅଞ୍ଚଳର ଯୁବ ଯାଦବ ପ୍ରତିନିଧିମାନେ ଏଥିରେ ସାମିଲ ହୋଇଥିଲେ।ଶେଷରେ କୋକସରା ବ୍ଲକ ଯୁବ ଯାଦବ ସଭାପତି ଯୋଗେନ୍ଦ୍ର ହଂସ ଧନ୍ୟବାଦ ଅର୍ପଣ କରିଥିଲେ। ଯୁବ ଯାଦବ ଉପସଭାପତି ଅଭିମନ୍ୟୁ ବାଗ ଓ ଦିଲେଶ ନାଗ ମଞ୍ଚ ପରିଚାଳନା କରିଥିଲେ।
କଳାହାଣ୍ଡିରୁ ବ୍ୟୁରୋ ଚିଫ୍ ଦୁଷ୍ମନ୍ତ କୁମାର ଗହିରଙ୍କ ରିପୋର୍ଟ, “ଖବର ଆମର”
Tags
Latest



