କୋକସରା, (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଧୀନ ମାଝୀଗୁଡା ଗ୍ରାମ ଦେଇ ଯାଇଥିବା ମେଗାଲିଫ୍ଟ ଉଠାଜଳସେଚନ କେନାଲରୁ ମଙ୍ଗଳବାର ସନ୍ଧ୍ୟାରେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ମାଝୀଗୁଡା ଗ୍ରାମର ରାଜମୋହନ ଚଣ୍ଡି (୬୫) ବୋଲି ଜଣାପଡ଼ିଛି।ସୂଚନା ଅନୁସାରେ, ମଙ୍ଗଳବାର ପାହାନ୍ତିଆ ସମୟରେ ରାଜମୋହନ ଶୌଚ ପାଇଁ କେନାଲ ନିକଟକୁ ଯାଇଥିଲେ। ତେବେ ସେ ଘରକୁ ଫେରିନଥିବାରୁ ପରିବାର ଲୋକେ ଗାଁ ଓ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ। ଦୀର୍ଘ ସମୟ ଧରି କୌଣସି ସନ୍ଧାନ ନମିଳିବା ପରେ କେନାଲ ହୁଡ଼ା ନିକଟରେ ତାଙ୍କ ଟର୍ଚ୍ଚ ଓ ଚପଲ ପଡ଼ିଥିବା ଦେଖି ପରିବାର ଲୋକଙ୍କ ସନ୍ଦେହ ବଢ଼ିଥିଲା।ଏନେଇ କୋକସରା ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ କୋକସରା ପୁଲିସ ଏସ୍ଆଇ ରଶ୍ମି ରଞ୍ଜନ ବାଗଙ୍କ ସହ ପୁଲିସ କର୍ମଚାରୀ ଏବଂ ଅଗ୍ନିଶମ ବିଭାଗ ଓଆଇସି ପ୍ରଶାନ୍ତ କୁମାର ବାଗଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀ କଶ୍ୟପ କୁମାର ପଟ୍ଟନାୟକ, ସୁନୀଲ ରଞ୍ଜନ ବର୍ଲା, ଲଳିତ ପୁଟେଲ, ଉମାଶଙ୍କର ନାଏକ, ରାଧେଶ୍ୟାମ ପ୍ରଧାନୀ, ଦେବାଶିଷ ମହାପାତ୍ର ଓ ବିଶ୍ୱଜିତ ଜେନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ।ଅଗ୍ନିଶମ ବାହିନୀ ପକ୍ଷରୁ କେନାଲରେ ଖୋଜାଖୋଜି କରାଯିବା ପରେ ରାଜମୋହନ ଚଣ୍ଡିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।ଏହି ଘଟଣାକୁ ନେଇ କୋକସରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି। ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।
କୋକସରାରୁ ବ୍ୟୁରୋ ଚିଫ୍ ଦୁଷ୍ମନ୍ତ କୁମାର ଗହିରଙ୍କ ରିପୋର୍ଟ, ‘ଖବର ଆମର’।
Tags
Latest



