🟢 ବ୍ରେକିଂ ନ୍ୟୁଜ

ଧର୍ମଗଡ଼ ଯାଦବ ଜିଲ୍ଲା ମହାସଭାର ନୂଆଁଖାଇ ଭେଟଘାଟ, ଧର୍ମଗଡ଼ ବ୍ଲକ କମିଟି ଗଠିତ


କୋକସରା, (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ତରାପୁର ମହାଭାରତ ପଡ଼ିଆରେ ଧର୍ମଗଡ଼ ଯାଦବ ଜିଲ୍ଲା ମହାସଭା ପକ୍ଷରୁ ନୂଆଁଖାଇ ଭେଟଘାଟ ଓ ସାଙ୍ଗଠନିକ ସମାବେଶ ଅନୁଷ୍ଠିତ ହୋଇଛି। ନୂଆଁଖାଇର ପାରମ୍ପରିକ ରୀତିନୀତି ସହ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯାଦବ ସମାଜର ଏକତା, ସାମାଜିକ ଉନ୍ନତି ଓ ସଂଗଠନକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।କାର୍ଯ୍ୟକ୍ରମ ଆରମ୍ଭରେ ଆରାଧ୍ୟ ଦେବତା ଯଦୁପତି ଶ୍ରୀକୃଷ୍ଣଙ୍କ ପ୍ରତିଛବିରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ସାମୂହିକ ଭାବେ ନବାର୍ଣ୍ଣ ଭକ୍ଷଣ କରି ଉପସ୍ଥିତ ଯାଦବ ସମାଜର ଲୋକେ ପରସ୍ପରକୁ ନୂଆଁଖାଇ ଜୁହାର ଭେଟ ହୋଇଥିଲେ। ପରେ  ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।ଧର୍ମଗଡ଼ ଯାଦବ ଜିଲ୍ଲା ମହାସଭାର କାର୍ଯ୍ୟକାରୀ ସଭାପତି ପ୍ରମୋଦ ହଂସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଶିକ୍ଷା, ସ୍ୱାସ୍ଥ୍ୟ, ରାଜନୈତିକ ଓ ଅର୍ଥନୈତିକ ସଶକ୍ତିକରଣ, ସାଙ୍ଗଠନିକ ଏକତା ଏବଂ ସମାଜ ସଂସ୍କାର ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା lଏହି ଅବସରରେ ଧର୍ମଗଡ଼ ବ୍ଲକ ଯାଦବ ସମିତିର ନୂତନ କର୍ମକର୍ତ୍ତା ମଧ୍ୟ ଚୟନ କରାଯାଇଛି। ଏଥିରେ ସଭାପତି ଭାବେ ଏକାଦଶୀ ଗୋପାଲ , ଉପସଭାପତି ସୁରେଶ ଭଏଁଷାଲ ଓ ବୈବସୁତ ଭଏଁଷାଲ, କାର୍ଯ୍ୟକାରୀ ସଭାପତି ଜଗଦୀଶ ଚନ୍ଦ୍ର ନାଗ , ସମ୍ପାଦକ ଗୌରଚନ୍ଦ୍ର ବାଗ, ସହସମ୍ପାଦକ ବଦ୍ରିନାଥ ଗୋପାଲ ଏବଂ  କୋଷାଧ୍ୟକ୍ଷ ଭାବେ ଅଭିରାମ ଗୋପାଳଙ୍କୁ  ମନୋନୀତ କରାଯାଇଛି। ସେହିପରି ପ୍ରଣବ କୁମାର ଭଏଁଷାଲଙ୍କୁ ଧର୍ମଗଡ଼ ଯୁବ ଯାଦବ ସଭାପତି ଓ ନିର୍ମଳ ଗୋପାଳଙ୍କୁ ଯୁବ ସମ୍ପାଦକ ଦାୟିତ୍ୱ ଦିଆଯାଇଥିବା ବେଳେ ଧର୍ମଗଡ଼ ବ୍ଲକ ମହିଳା ନାରୀନେତ୍ରୀ କାଞ୍ଚନ ମାଳା ନାଗ ଙ୍କୁ ଦାୟିତ୍ୱ ଦିଆଯାଇଛି lସଭାରେ ତରାପୁର ଆଞ୍ଚଳିକ ସଭାପତି ଶତୃଘନ ଲହଜଲଙ୍କୁ ସମାଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ବରିଷ୍ଠ ସାମ୍ବାଦିକ ଖଗେଶ୍ୱର ଧଙ୍ଗଡାମାଝୀ, ସାମ୍ବାଦିକ ଜଗଦୀଶ ନାଏକ, ରୋହିତ ବାଗ, ହିରଣ୍ୟ ବେହେରା, ଧନେଶ୍ୱର ପୁଞ୍ଜି ଓ ଦୁଷ୍ମନ୍ତ କୁମାର ଗହୀରଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।କାର୍ଯ୍ୟକ୍ରମରେ ଗୋବିନ୍ଦ ଲହଜଲ ସ୍ୱାଗତ ଭାଷଣ ଦେଇଥିବାବେଳେ ପୂର୍ବତନ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ଡମ୍ବରୁଧର ଲହଜଲ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।  ସଭାରେ ପୂର୍ବତନ ଜିଲ୍ଲା ଯାଦବ ମହାସଭା ସଭାପତି ଟିକଚନ ନାଗ, ରାଜ୍ୟପାଳ ପୁରସ୍କୃତ ପ୍ରାପ୍ତ ଅବସର ପ୍ରାପ୍ତ ଶିକ୍ଷକ ସିମାଞ୍ଚଳ ନାଗ, ତରାପୁର ଆଞ୍ଚଳିକ ସଭାପତି ଶତ୍ରୁଘନ ଲହଜଳ, ଧର୍ମଗଡ଼ ଯାଦବ ଜିଲ୍ଲା ସମ୍ପାଦକ କିଶୋର ହଂସ, ଈଶ୍ୱର ଗୋପାଳ, ଟିକମନ ବାରିକ, ଅଭିମନ୍ୟୁ ବାଗ, ସୁରେଶ ଭଇଁସାଲ, ପ୍ରେମାନନ୍ଦ ଘି, ଅନିରୁଦ୍ଧ ଲହଜଳ,ଜିଲ୍ଲା ପରିଷଦ ସଭ୍ୟ ପ୍ରଣବ ଭଇଁସାଲ, ବିଶ୍ୱନାଥ ବଗର୍ତ୍ତୀ, ଜିଲ୍ଲାପରିଷଦ ସଭ୍ୟା ନିବେଦିତା ହଂସ, ସଂଗୀତା ଖର୍ଷେଲ , ଗୋରାଙ୍ଗ ଭଇଁସାଲ, ଜଗଦୀଶ ଚନ୍ଦ୍ର ନାଗ, ଗୋବିନ୍ଦ ଲହଜଲ ,ଡାକେଶ୍ୱର ଲହଜଲ,ଡିଙ୍ଗର ବରିହା, କୌଶିକ ରାଉତ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଯାଦବ ସମାଜର କର୍ମକର୍ତ୍ତା ଉପସ୍ଥିତ ଥିଲେ।ଚନ୍ଦ୍ରଧ୍ୱଜ ବାଗ ମଞ୍ଚ ସଂଯୋଜନା କରିଥିଲେ।

କୋକସରାରୁ ବ୍ୟୁରୋ ଚିଫ୍ ଦୁଷ୍ମନ୍ତ କୁମାର ଗହିରଙ୍କ ରିପୋର୍ଟ, “ଖବର ଆମର”।

Previous Post Next Post
Magspot Blogger Template

نموذج الاتصال