କୋକସରା, (ଖବର ଆମର) (ଦୁଷ୍ମନ୍ତ କୁମାର ଗହିର): କୋକସରା ଅଞ୍ଚଳ ଦେଇ ଯାଇଥିବା NH-୨୬ ଜାତୀୟ ରାଜପଥରେ ପୁଣି ଏକ ସଡ଼କ ଦୁର୍ଘଟଣା ଘଟିଛି। ଆମପାଣି ଥାନା ଅଧିନ କାଉଡୋଳା ନିକଟ ଏକ ବୁଲାଣିରେ ମାଳବୋଝେଇ ପିକଅପ ଗାଡ଼ି ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ରାସ୍ତାକଡ଼ରେ ଓଲଟି ପଡ଼ିଛି। ତେବେ ଏହି ଦୁର୍ଘଟଣାରେ ଗାଡ଼ିରେ ଥିବା ଡ୍ରାଇଭରଙ୍କ ସମେତ ୪ ଜଣ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ଛତିଶଗଡ଼ ରାଜ୍ୟର ରାଇଘରରୁ ମୀନାବଜାର ସାମଗ୍ରୀ ନେଇ ଦାମନଯୋଡ଼ି ଅଭିମୁଖେ ଯାଉଥିଲା ପିକଅପ ଗାଡ଼ି ନମ୍ବର CG04PH8749। ଗାଡ଼ିରେ ଡ୍ରାଇଭରଙ୍କ ସମେତ ମୋଟ ୪ ଜଣ ଯାତ୍ରା କରୁଥିଲେ। ସେମାନେ ୪ ଜଣ ଝରାଖଣ୍ଡ ରାଜ୍ୟର ବୋଲି ଜଣା ପଡିଛି l ରାତି ପ୍ରାୟ ୩ଟା ସମୟରେ କାଉଡୋଳା ନିକଟରେ ଥିବା ଏକ ବୁଲାଣିରେ ହଠାତ୍ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ଧକ୍କା ଦେଇଥିଲା। ଧକ୍କା ପରେ ଗାଡ଼ିଟି ଓଲଟି ପଡ଼ିଥିଲା।ଦୁର୍ଘଟଣାରେ ଗାଡ଼ିରେ ଥିବା କାହାରି କୌଣସି ଆହତ ହୋଇନଥିବା ଜଣାପଡ଼ିଛି। ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି।ଉଲ୍ଲେଖଯୋଗ୍ୟ, ଏହାର ମାତ୍ର ୨୪ ଘଣ୍ଟା ପୂର୍ବରୁ କୋକସରା ଶିବ ମନ୍ଦିର ଛକ ନିକଟ NH-୨୬ରେ ଟ୍ରକ ଓ ପିକଅପ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ପିକଅପ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା।
କୋକସରା ରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର"
Tags
Latest



