କୋକସରା, (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର): ଅସହାୟ ପଶୁ ପ୍ରତି ମାନବିକତା ଓ ସେବା ମନୋଭାବର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି କୋକସରା ବ୍ଲକ ଅଧୀନ ମୋଟେର ଅଞ୍ଚଳର ଯୁବଗୋଷ୍ଠୀ। ଅସୁସ୍ଥ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବା ଏକ ବୁଲା ଷଣ୍ଢକୁ ଉଦ୍ଧାର କରି ତାହାର ଚିକିତ୍ସା ଓ ଅସ୍ତ୍ରୋପଚାର କରାଇଛନ୍ତି ଯୁବକମାନେ।ସୂଚନା ଅନୁସାରେ, ମୋଟେର ଅଞ୍ଚଳରେ ଏକ ବୁଲା ଷଣ୍ଢ ଗୁରୁତର ଅସୁସ୍ଥ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବା ଯୁବଗୋଷ୍ଠୀଙ୍କ ନଜରକୁ ଆସିଥିଲା। ଷଣ୍ଢଟିର ଅବସ୍ଥା ଦେଖି ଯୁବକମାନେ ତାହାକୁ ଉଦ୍ଧାର କରି ଚିକିତ୍ସା କରାଇବାକୁ ଆଗେଇ ଆସିଥିଲେ। ପରେ ଦଉଡ଼ି ସହାୟତାରେ ଷଣ୍ଢଟିକୁ କାବୁ କରିବା ପରେ ପଶୁ ଚିକିତ୍ସକଙ୍କ ସହ ଯୋଗାଯୋଗ କରିଥିଲେ।ଖବର ପାଇ ପଶୁ ଚିକିତ୍ସକ ଘଟଣାସ୍ଥଳରେ ପହଞ୍ଚି ଷଣ୍ଢଟିର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଆବଶ୍ୟକ ଚିକିତ୍ସା ସହ ତାହାର ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା। ଯୁବଗୋଷ୍ଠୀଙ୍କ ସହଯୋଗ ଓ ପଶୁ ଚିକିତ୍ସକଙ୍କ ଚିକିତ୍ସା ଫଳରେ ବୁଲା ଷଣ୍ଢଟିକୁ ଆବଶ୍ୟକ ଚିକିତ୍ସା ସେବା ମିଳିପାରିଛି।ଅସହାୟ ପଶୁର ଯନ୍ତ୍ରଣାକୁ ଅନୁଭବ କରି ଯୁବଗୋଷ୍ଠୀ ଯେଭଳି ଭାବେ ଆଗେଇ ଆସି ତାହାର ଚିକିତ୍ସା କରାଇଛନ୍ତି, ତାହାକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି। ପଶୁପକ୍ଷୀଙ୍କ ପ୍ରତି ଭଲପାଇବା, ସେବା ଓ ସୁରକ୍ଷାର ଏହି ପ୍ରୟାସ ଅନ୍ୟମାନଙ୍କ ପାଇଁ ମଧ୍ୟ ପ୍ରେରଣାଦାୟକ ହୋଇଛି।
କୋକସରାରୁ ବ୍ୟୁରୋଚିଫ୍ ଦୁଷ୍ମନ୍ତ କୁମାର ଗହିରଙ୍କ ରିପୋର୍ଟ, ‘ଖବର ଆମର’।
Tags
Latest



