🟢 ବ୍ରେକିଂ ନ୍ୟୁଜ

ପାଣିଟାଙ୍କି ନିର୍ମାଣ ହୋଇ ପାଇପ ବିଛା ହେବାର ୫ ବର୍ଷ ପରେ ବି ମିଳୁନି ପାଣି, ଚିକିଲି (ମାଝୀପଡ଼ା)ଗ୍ରାମବାସୀଙ୍କ ଅଭିଯୋଗ


କୋକସରା,(ଖବର ଆମର)(ଦୁଷ୍ମନ୍ତ କୁମାର ଗହିର): ଗ୍ରାମାଞ୍ଚଳର ପ୍ରତ୍ୟେକ ଘରକୁ  ପାନୀୟ ଜଳ ଯୋଗାଇବା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ହେଲେ ଏହି ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।ଏଭଳି ଏକ ଜଳ ଯୋଗାଣରେ ଅବ୍ୟବସ୍ଥାର ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଚିକିଲି ଗ୍ରାମରୁ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗାଁରେ ପାଣି ଯୋଗାଣ ପାଇଁ ପ୍ରାୟ ୫ ବର୍ଷ ହେଲା ଗ୍ରାମ ନିକଟସ୍ଥ ନଦୀ ଖଣିରେ ପାଣି ଟାଙ୍କି ନିର୍ମାଣ ହୋଇ ପାଇପ୍ ବିଛାଯାଇଛି। କିନ୍ତୁ ଏଯାଏଁ ପାଇପ୍ ଯୋଗେ ପାଣି ବୁନ୍ଦାଏ ମଧ୍ୟ ମିଳିନାହିଁ। ଅନ୍ୟପଟେ ଗାଁରେ ପାଇପ୍ ଓ ଜଳ ଯୋଗାଣ ଅଚଳ ଥିବା ସତ୍ତ୍ୱେ କଲର୍ ମରା କାର୍ଯ୍ୟ ଚାଲିଥିବା ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।ସରକାର ଗ୍ରାମାଞ୍ଚଳର ଲୋକଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ଅର୍ଥ ଖର୍ଚ୍ଚ କରୁଥିବା ବେଳେ ଦୀର୍ଘ ପାଞ୍ଚ ବର୍ଷ ଧରି ଗ୍ରାମବାସୀ ପାଣି ପାଇବାରୁ  ବଞ୍ଚିତ ହେବା ଘଟଣା ଜଳ ଯୋଗାଣ ବ୍ୟବସ୍ଥାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଗ୍ରାମବାସୀ ଅଭିଯୋଗ କରୁଥିବା ବେଳେ ଏହାର ପ୍ରକୃତ କାରଣ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।ଏନେଇ ଚିକିଲି ମାଝୀପଡ଼ା ଗ୍ରାମର ପ୍ରେମଲାଲ ଭୋଇ, ପ୍ରଦ୍ୟୁମ୍ନ ନାଏକ, ପ୍ରଭାତୀ ସତନାମୀ, ଅଭିନଵ ସତନାମୀ, ଜଗବନ୍ଧୁ ସତନାମୀ, ବଳରାମ ସତନାମୀ, ମୁରଲୀ ସତନାମୀ, ଚିତ୍ର ଭୋଇ, ବେଣୁଧର ମାଝୀ, ଟିକଚନ ମାଝୀ ଓ ସୁରେନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ରହି କଲର ମରା କାର୍ଯ୍ୟ ବନ୍ଦ କରିବାକୁ ତାଗିତ କରିଥିଲେ lତେବେ ଚିକିଲି ଗ୍ରାମରେ କେବେ ପାଇପ୍ ଯୋଗେ ନିୟମିତ ପାଣି ଯୋଗାଣ ଆରମ୍ଭ ହେବ, ଅସମ୍ପୂର୍ଣ୍ଣ କାର୍ଯ୍ୟ କେବେ ଶେଷ ହେବ ଏବଂ ଏଥିପାଇଁ ଦାୟୀ କିଏ, ତାହା ଏବେ ବଡ଼ ପ୍ରଶ୍ନ। ଏ ଦିଗରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ଦାବି ହେଉଛି। ଏନେଇ ବିଭାଗୀୟ ଜେଇ ଙ୍କୁ ଯୋଗାଯୋଗ କରିଥିଲେ ହେଁ ଯୋଗାଯୋଗ ବିଛିନ୍ନତା ପାଇଁ ପ୍ରତିକ୍ରିୟା ମିଳି ପାରି ନାହିଁ l
Previous Post Next Post
Magspot Blogger Template

نموذج الاتصال