🟢 ବ୍ରେକିଂ ନ୍ୟୁଜ

ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳର ବାଜିମାତ୍, ସଭାପତି ହେଲେ ଯୋଗେନ୍ଦ୍ର ବଣିଆ


ଧର୍ମଗଡ଼, (ଖବର ଆମର): (ହୁକିମ ବିଶି)ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ (BCJD) ସମର୍ଥିତ ପ୍ରାର୍ଥୀମାନେ ବିଜୟ ହାସଲ କରିଛନ୍ତି। ଗୁରୁବାର ଅନୁଷ୍ଠିତ ଏହି ନିର୍ବାଚନରେ ସଭାପତି ପଦରେ ଯୋଗେନ୍ଦ୍ର ବଣିଆ ବିଜୟୀ ହୋଇଥିବାବେଳେ ସାଧାରଣ ସମ୍ପାଦକ ପଦରେ କଳ୍ପନା ବିହାରୀ ବିଜୟ ଲାଭ କରିଛନ୍ତି। ନିର୍ବାଚନ ଫଳାଫଳ ଘୋଷଣା ପରେ ବିଜୟୀ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ପରିବେଶ ଦେଖିବାକୁ ମିଳିଥିଲା।ସଭାପତି ପଦ ପାଇଁ BCJD ସମର୍ଥିତ ପ୍ରାର୍ଥୀ ଯୋଗେନ୍ଦ୍ର ବଣିଆ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ସମର୍ଥିତ ପ୍ରାର୍ଥୀ ସାଇ ଦର୍ଶନ ଠାକୁରଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଭୋଟ ଗଣତି ପରେ ଯୋଗେନ୍ଦ୍ର ବଣିଆ ୩୭୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ସାଇ ଦର୍ଶନ ଠାକୁର ୨୯୪ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ।ପ୍ରାପ୍ତ ସୂଚନା ଅନୁଯାୟୀ, ମହାବିଦ୍ୟାଳୟରେ ମୋଟ ୮୫୨ ଜଣ ଭୋଟର ଥିବାବେଳେ ସେଥିମଧ୍ୟରୁ ୬୭୨ ଜଣ ଛାତ୍ରଛାତ୍ରୀ ମତଦାନ କରିଥିଲେ। ଏହି ନିର୍ବାଚନରେ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା।ବିଜୟୀ ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓଙ୍କ ସମେତ ବିଜୁ ଜନତା ଦଳର ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଏହି ଅବସରରେ ଧର୍ମଗଡ଼ ସହରରେ ଏକ ବିଜୟ ଶୋଭାଯାତ୍ରା ମଧ୍ୟ ଆୟୋଜନ କରାଯାଇଥିଲା।ଛାତ୍ର ସଂସଦ ନିର୍ବାଚନରେ BCJD ସମର୍ଥିତ ପ୍ରାର୍ଥୀଙ୍କ ବିଜୟ ପରେ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିବାବେଳେ ମହାବିଦ୍ୟାଳୟ ପରିସରରେ ନିର୍ବାଚନୀ ମାହୋଲ ଚର୍ଚ୍ଚାର ବିଷୟ ହୋଇଥିଲା।

Previous Post Next Post
Magspot Blogger Template

نموذج الاتصال