🟢 ବ୍ରେକିଂ ନ୍ୟୁଜ

କଂକ୍ରିଟ ରାସ୍ତା ସହ ଡ୍ରେନ ନିର୍ମାଣ କରିବାକୁ ଦାବି, ଗ୍ରାମବାସୀ ବିଡ଼ିଓଙ୍କ ଦ୍ୱାରସ୍ଥ


କୋକସରା, (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର)କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଓଲମା ଗ୍ରାମରେ ରାସ୍ତା ନିର୍ମାଣକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଦୁର୍ଗାମଣ୍ଡପ ଛକରୁ ଲଡ଼ୁଗାଁକୁ ସଂଯୋଗ କରୁଥିବା ଆରଡି ରାସ୍ତାର ଗ୍ରାମ ମଧ୍ୟଭାଗରେ କଂକ୍ରିଟ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଛି। ତେବେ ରାସ୍ତା ନିର୍ମାଣ ପୂର୍ବରୁ ଦୁଇ ପାର୍ଶ୍ୱରେ କିମ୍ବା ରାସ୍ତା ଉପରେ ବର୍ଷା ଦିନରେ ପାଣି ଜମୁଛି ପାଣି ନିଷ୍କାସନ କିଭଲି ଭାବେ ହେବ ତାହାକୁ ଦୃଷ୍ଟିରେ ରଖି ରାସ୍ତା ସହ ଡ୍ରେନ୍‌ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଦୁର୍ଗାମଣ୍ଡପ ଠାରୁ ନଳକୂପ ପର୍ଯ୍ୟନ୍ତ ଅଞ୍ଚଳରେ ନଳକୂପର ଅପଚୟ ପାଣି ସହ ବର୍ଷା ଜଳ ନିଷ୍କାସନର ସୁବିଧା ନାହିଁ। ଫଳରେ ରାସ୍ତା ଉପରେ ଦୀର୍ଘ ସମୟ ଧରି ପାଣି ଜମି ରହୁଛି। ବର୍ଷା ଦିନରେ ସ୍ଥିତି ଆହୁରି ଗୁରୁତର ହୋଇପଡୁଥିବା ବେଳେ ଲୋକଙ୍କୁ ମଇଳା ପାଣି ମଧ୍ୟରେ ଯାତାୟାତ କରିବାକୁ ପଡୁଛି। ବେଳେ ବେଳେ ପାଣି ଜମି ଶିଉଳି ପଡୁଥିବାରୁ ସ୍କୁଲ ଛାତ୍ରଛାତ୍ରୀ, ବୃଦ୍ଧ ବୃଦ୍ଧା ଓ ପଥଚାରୀମାନେ ଖସି ପଡୁଥିବା ମଧ୍ୟ ଅଭିଯୋଗ ହୋଇଛି l ଏପରି ସ୍ଥିତିରେ ଡ୍ରେନ୍‌ ନିର୍ମାଣ ନକରି କେବଳ କଂକ୍ରିଟ ରାସ୍ତା କରାଗଲେ ସମସ୍ୟା ସମାଧାନ ହେବ ନାହିଁ ବୋଲି ଗ୍ରାମବାସୀ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

ଏନେଇ ପୂର୍ବରୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ମଧ୍ୟ ଅଭିଯୋଗ କରାଯାଇଥିବା ସେମାନେ କହିଛନ୍ତି।ଶନିବାର ଦିନ ଓଲମା ଗ୍ରାମର ଇଶରାମ ବାଗ, ଯୋଗୀନ୍ଦ୍ର ବାଗ, ପ୍ରଦୀପ ନାଗ, ଉପେନ୍ଦ୍ର ବାଗ, ଖଗେଶ୍ୱର ବେମାଲ, ସୁରେଶ ବେମାଲ, ବଳରାମ ସାଗର, ଅର୍ଜୁନ ବେମାଲ, କ୍ରିଷ୍ଣା ମାଝୀ, ଡାଳିମ୍ବ ନାଗ, ଶଙ୍କର ମାଝୀ,ଉମାଶଙ୍କର ମାଝୀ, କ୍ଷୀରସିନ୍ଧୁ ମାଝୀ,ରତ୍ନାକର ବାଗ, ପଞ୍ଚମୀ ବେମାଲ, ଅକ୍ଷୟ ମହାନନ୍ଦ ଓ ନେତ୍ରା ନନ୍ଦ ବେମାଲ ଙ୍କ ସମେତ ଅନ୍ୟ ସ୍ଥାନୀୟ ବାସିନ୍ଦା କୋକସରା ବିଡିଓଙ୍କୁ ଭେଟି  ଅଭିଯୋଗ ପତ୍ର ଦେଇଛନ୍ତି । ଅଭିଯୋଗ ଉପରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି। ତେବେ କଂକ୍ରିଟ ରାସ୍ତା ସହ ଡ୍ରେନ କାମ ଉଚ୍ଚ ମାନର ନିର୍ମାଣ କରିବା ସହ ବିଭାଗୀୟ ଜେ.ଇ କାର୍ଯ୍ୟାସ୍ଥଳରେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି l 

କୋକସରାରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିରଙ୍କ ରିପୋର୍ଟ "ଖବର ଆମର"

Previous Post Next Post
Magspot Blogger Template

نموذج الاتصال