🟢 ବ୍ରେକିଂ ନ୍ୟୁଜ

ଧର୍ମଗଡ଼ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ‘ପେନସିଲ ଲର୍ଣ୍ଣିଂ ସେଣ୍ଟର’ ଶୁଭାରମ୍ଭ


ଧର୍ମଗଡ଼ (ଖବର ଆମର) (ହୁକିମ ବିଶି): ଶିଶୁମାନଙ୍କ ମଧ୍ୟରେ ଆନନ୍ଦମୟ ଶିକ୍ଷା, ସୃଜନଶୀଳତା, ମୌଳିକ ଶିକ୍ଷଣ ଦକ୍ଷତା ଓ ଆତ୍ମବିଶ୍ୱାସ ବିକାଶ ଲକ୍ଷ୍ୟରେ ଧର୍ମଗଡ଼ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ‘ପେନସିଲ ଲର୍ଣ୍ଣିଂ ସେଣ୍ଟର’ର ଶୁଭାରମ୍ଭ କରାଯାଇଛି।ଆରସିଡିସି ଓ ଚାଇଲ୍ଡ ଫଣ୍ଡର ସହଯୋଗରେ ଧର୍ମଗଡ଼ ବ୍ଲକ ଅଧୀନ ଆମଗୁଡ଼ା, ପାଇକପଡ଼ା, ପାଲସପାଣି ଓ ରାବଣଗୁଡ଼ା ବିଦ୍ୟାଳୟରେ ଏହି ଲର୍ଣ୍ଣିଂ ସେଣ୍ଟରଗୁଡ଼ିକର ଶୁଭାରମ୍ଭ ହୋଇଛି। ଏହି କେନ୍ଦ୍ର ମାଧ୍ୟମରେ ବିଦ୍ୟାଳୟର ପାଠପଢ଼ା ସହ ଶିଶୁମାନଙ୍କୁ ଅଧିକ କାର୍ଯ୍ୟଭିତ୍ତିକ, ଆନନ୍ଦମୟ ଓ ଶିଶୁ-ବନ୍ଧବ ଶିକ୍ଷଣ ପରିବେଶ ପ୍ରଦାନ କରାଯିବ।ଉଦ୍ଘାଟନ କାର୍ଯ୍ୟକ୍ରମରେ ଆରସିଡିସିର ପ୍ରୋଗ୍ରାମ ଅଫିସର ସନ୍ଦୀପ କୁମାର ନାଗ ଯୋଗଦେଇ ‘ପେନସିଲ ଲର୍ଣ୍ଣିଂ ସେଣ୍ଟର’ର ଉଦ୍ଦେଶ୍ୟ ଓ ଶିଶୁମାନଙ୍କ ଶିକ୍ଷାକ୍ଷେତ୍ରରେ ଏହାର ସମ୍ଭାବ୍ୟ ସକାରାତ୍ମକ ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ଶିକ୍ଷାକୁ ସହଯୋଗ କରିବା ସହ ଶିଶୁମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ଓ ଶିକ୍ଷଣ ଦକ୍ଷତାର ବିକାଶରେ ଏହି କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ସେ କହିଥିଲେ।କାର୍ଯ୍ୟକ୍ରମରେ ଆରସିଡିସିର ସିନିୟର ମ୍ୟାନେଜର ରବିନାରାୟଣ ତ୍ରିପାଠୀଙ୍କ ସମେତ ନୂତନ ଭାବେ ନିଯୁକ୍ତ ଶିକ୍ଷା ସହାୟକ ସରୋଜ ହାଁସ, ପରମାନନ୍ଦ ଜୁଏଡ଼, ଜ୍ୟୋସ୍ନା ମାଝୀ, ଉଦ୍ଧବ ବୋଡ଼େକ, ଗିରିଧାରୀ ନାଏକ ଓ ରାମପ୍ରସାଦ ନାଏକ ଉପସ୍ଥିତ ଥିଲେ।ଏହି ଅବସରରେ ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକର ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ଅଭିଭାବକ ଓ ଯୁବ କ୍ଲବର ସଦସ୍ୟମାନେ ଯୋଗଦେଇ କେନ୍ଦ୍ରଗୁଡ଼ିକର ସଫଳ ପରିଚାଳନା ପାଇଁ ସହଯୋଗର ଆଶ୍ୱାସନ ଦେଇଥିଲେ।କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିବାରେ ହୁକିମ ଚନ୍ଦ୍ର ଭୈସାଲ, ଦିବାକର ଭୈସାଲ, ଆଦିତ୍ୟ ନାରାୟଣ ଅଧିକାରୀ, ସୀତାକାନ୍ତ ମାଝୀ, ଟୁକୁ ପଣ୍ଡା ଓ ଜଗଦୀଶ ନାଏକ ପ୍ରମୁଖ ସହଯୋଗ କରିଥିଲେ।‘ପେନସିଲ ଲର୍ଣ୍ଣିଂ ସେଣ୍ଟର’ ମାଧ୍ୟମରେ ଶିଶୁମାନଙ୍କ ମଧ୍ୟରେ ପଢ଼ାପଢ଼ି ପ୍ରତି ଆଗ୍ରହ ବୃଦ୍ଧି, ମୌଳିକ ଶିକ୍ଷଣ ଦକ୍ଷତାର ବିକାଶ, ସୃଜନଶୀଳ ଚିନ୍ତନ ଓ ଆତ୍ମବିଶ୍ୱାସ ବୃଦ୍ଧି ସହ ଏକ ଉତ୍ତମ ଶିଶୁ-ବନ୍ଧବ ଶିକ୍ଷଣ ପରିବେଶ ସୃଷ୍ଟି ହେବ ବୋଲି ଆଶା ପ୍ରକାଶ ପାଇଛି।

Previous Post Next Post
Magspot Blogger Template

نموذج الاتصال