🟢 ବ୍ରେକିଂ ନ୍ୟୁଜ

ଡାଲଗୁମାରେ ମଦ ବିରୋଧୀ ଆନ୍ଦୋଳନ ଦେଶୀ ଓ ବିଦେଶୀ ମଦ ବନ୍ଦ ଦାବିରେ ଗ୍ରାମ ପରିକ୍ରମା


କୋକସରା, (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର): ଗ୍ରାମରେ ଦେଶୀ ଓ ବିଦେଶୀ ମଦ ବିକ୍ରି ବନ୍ଦ କରିବା ଦାବିରେ ଏକଜୁଟ ହେଲେ ଡାଲଗୁମା ଗ୍ରାମବାସୀ। ହାତରେ ବାଡ଼ି ଧରି ମଦ ବିରୋଧୀ ନାରା ଦେବା ସହ ଗ୍ରାମ ପରିକ୍ରମା କରି ନିଜର ପ୍ରତିବାଦ ଜଣାଇଛନ୍ତି ମହିଳା ଓ ପୁରୁଷ। ଏହି ଘଟଣା କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଡାଲଗୁମା ଗ୍ରାମରେ ଦେଖିବାକୁ ମିଳିଛି।ଗ୍ରାମରେ ଦେଶୀ ଓ ବିଦେଶୀ ମଦ ବିକ୍ରିକୁ ନେଇ ଅସନ୍ତୋଷ ପ୍ରକାଶ କରି ଗ୍ରାମବାସୀ ଏକତ୍ରିତ ହୋଇ ଏହି ମଦ ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି। ମଦ ବିକ୍ରି ଯୋଗୁଁ ପରିବାର ଓ ସମାଜ ଉପରେ ପଡ଼ୁଥିବା କୁପ୍ରଭାବକୁ ଦୂର କରିବା ସହ ଗ୍ରାମରେ ଶାନ୍ତି, ଶୃଙ୍ଖଳା ଓ ସୁସ୍ଥ ସାମାଜିକ ପରିବେଶ ବଜାୟ ରଖିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଗ୍ରାମବାସୀଙ୍କ ଦାବିରୁ ଜଣାପଡ଼ିଛି।ଗ୍ରାମ ପରିକ୍ରମା ପରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବା ଦାବିରେ ଗ୍ରାମବାସୀ କୋକସରା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଡାଲଗୁମା ଗ୍ରାମରେ ଦେଶୀ ଓ ବିଦେଶୀ ମଦ ବିକ୍ରି ଉପରେ ରୋକ ଲଗାଇବା ସହ ଏହାର ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପୋଲିସ ଓ ଅବକାରୀ ବିଭାଗକୁ ଅନୁରୋଧ କରିଛନ୍ତି।ତେବେ ଗ୍ରାମବାସୀଙ୍କ ଏହି ମଦ ବିରୋଧୀ ଆନ୍ଦୋଳନ ପରେ ପ୍ରଶାସନ ଓ ଅବକାରୀ ବିଭାଗ କି ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହା ଏବେ ଦେଖିବାକୁ ବାକି ରହିଲା।

କୋକସରାରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର"

Previous Post Next Post
Magspot Blogger Template

نموذج الاتصال