କୋକସରା, (ଖବର ଆମର) (ଦୁଷ୍ମନ୍ତ କୁମାର ଗହିର): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ଆଞ୍ଚଳିକ ଯାଦବ ସମିତି ପକ୍ଷରୁ ମୁଗୁନାପଦରସ୍ଥିତ କାଲେଶ୍ୱର ଶୈବପୀଠ ପରିସରରେ ଆଞ୍ଚଳିକସ୍ତରୀୟ ସାଙ୍ଗଠନିକ ସଭା ଓ ନୁଆଁଖାଇ ଭେଟଘାଟ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଯାଦବ ସମାଜର ଏକତା, ଶୃଙ୍ଖଳା, ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ ସ୍ୱାବଲମ୍ବନ ଓ ସାମ୍ବିଧାନିକ ଅଧିକାର ଉପରେ ଗୁରୁତ୍ୱାରୋପ କରାଯାଇଥିଲା।କାର୍ଯ୍ୟକ୍ରମର ଆରମ୍ଭରେ ଆରାଧ୍ୟ ଯଦୁପତି ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଉପସ୍ଥିତ ଯାଦବ ସମାଜର ମହିଳା ଓ ପୁରୁଷମାନେ ଏକତ୍ର ନବାନ୍ନ ଭକ୍ଷଣ କରିବା ସହ ପରସ୍ପର ମଧ୍ୟରେ ଜୁହାର ଭେଟ ହୋଇ ନୁଆଁଖାଇର ଭାଇଚାରା ଓ ମିଳନର ବାର୍ତ୍ତା ଦେଇଥିଲେ।ଆଞ୍ଚଳିକ ସଭାପତି ଗୁଣଧର କଟାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଙ୍ଗଠନିକ ସଭାରେ ସମାଜର ସମ୍ବିଧାନକୁ ସମସ୍ତେ ଅନୁସରଣ କରିବା ସହ ସଂଗଠନର ଏକତା ଓ ଶୃଙ୍ଖଳା ବଜାୟ ରଖିବାକୁ ମତ ପ୍ରକାଶ ପାଇଥିଲା। ଏଥିସହ ଯୁବପିଢ଼ି ଶିକ୍ଷା କ୍ଷେତ୍ରରେ ଅଗ୍ରସର ହେବା ସହ ବ୍ୟବସାୟ ଓ ଆର୍ଥିକ କ୍ଷେତ୍ରରେ ଆଗକୁ ବଢ଼ି ସ୍ୱାବଲମ୍ବୀ ହେବାକୁ ଆହ୍ୱାନ ଦିଆଯାଇଥିଲା।ନୁଆଁଖାଇ ଭେଟଘାଟ ଅବସରରେ ବିଭିନ୍ନ ଭାତଗଦିର ସଭାପତିମାନଙ୍କୁ ସମାଜର ସମ୍ବିଧାନ ପୁସ୍ତକ ପ୍ରଦାନ କରାଯାଇଥିଲା। ସଭାରେ ସମ୍ବିଧାନ ପଠନ କରାଯିବା ସହ ଏହାର ନିୟମାବଳୀକୁ ମାନି ଚାଲିବା ଉପରେ ଆଲୋଚନା ହୋଇଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଯାଦବ ସଭାପତି ଦ୍ୱାରିକାନାଥ ବାଗ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ କୋକସରା ବ୍ଲକ ଆମପାଣି ଜୋନ କର୍ମଚାରୀ ସଂଘର ସଭାପତି ମାରଗୁଣିଆ ନାଗ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ କାର୍ଯ୍ୟକାରୀ ସଭାପତି ସୁଦର୍ଶନ ବେହେରା, ଉପସଭାପତି ଗୌରାଙ୍ଗ ନାଗ, ସମାଜସେବୀ ଲକ୍ଷ୍ୟରାମ ପୁଞ୍ଜି, ଧବଲେଶ୍ୱର ଗହିର ଓ ଯୁବ ସାମ୍ବାଦିକ ଦୁଷ୍ମନ୍ତ କୁମାର ଗହିର ଉପସ୍ଥିତ ଥିଲେ। ଅତିଥିମାନଙ୍କୁ ଉପଢ଼ୌକନ ପ୍ରଦାନ କରି ସ୍ୱାଗତ ଓ ସମ୍ମାନିତ କରାଯାଇଥିଲା।ପରେ ଡୁଡୁକାଠେଙ୍ଗା ଗ୍ରାମର କୁନି କୁନି କଳାକାର ମାନଙ୍କ ଦ୍ୱାରାନୃତ୍ୟ ପରିବେଶଣଏହି ଅବସରରେ ଆଞ୍ଚଳିକ ସମ୍ପାଦକ ବଂଶୀଧର ନାଗ, ସହ-ସମ୍ପାଦକ ମଧୁସୂଦନ କଟା, କୋଷାଧ୍ଯକ୍ଷ ବିଭେ ଭରାଶଗଡ଼ିଆ, ଆମପାଣି ଜୋନ କର୍ମଚାରୀ ସଂଘ ସମ୍ପାଦକ ହେମନ୍ତ ଭରାଶଗଡ଼ିଆ, ଆଞ୍ଚଳିକ ମହିଳା ସଭାନେତ୍ରୀ ମରୁଆ ନାଗ, ସମ୍ପାଦିକା ରିତା କଟା, ଯୁବ ଯାଦବ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣ କଟା, ଦେବିସିଂ ନାଗ, ଡମ୍ବରୁଧର କଟା, ଦିଗାମ୍ବର ନାଗ, ପ୍ରେମ ନାଗ ଓ କୈଳାସ ନାଗଙ୍କ ସମେତ ବହୁ ସମାଜର କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ଏହି ଭେଟଘାଟ ଉତ୍ସବ ମାଧ୍ୟମରେ ଯାଦବ ସମାଜର ସାଙ୍ଗଠନିକ ଏକତାକୁ ସୁଦୃଢ଼ କରିବା ସହ ପରମ୍ପରା, ସଂସ୍କୃତି ଓ ଭାଇଚାରାକୁ ଅଧିକ ମଜଭୁତ କରିବାର ବାର୍ତ୍ତା ଦିଆଯାଇଥିଲା।
କୋକସରାରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର"
Tags
Latest



