କୋକସରା, (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଧାନସଭା ଅନ୍ତର୍ଗତ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସେବା ସଂକଳ୍ପ ଅଭିଯାନ ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ମୋଟ ୭୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି।ଏହି ଜୀବନ ବିନ୍ଦୁ ରକ୍ତଦାନ ଶିବିରକୁ ଜିଲ୍ଲା ରକ୍ତଦାନ ଶିବିର ସଂଯୋଜକ ହିମାଂଶୁ ପଣ୍ଡା ଯୋଗଦେଇ ଶିବିରର ଉଦ୍ଘାଟନ କରିଥିଲେ। ଏହି ଅବସରରେ ଧର୍ମଗଡ଼ ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଭଳି ମହତ୍ କାର୍ଯ୍ୟ ପାଇଁ ରକ୍ତଦାତା ଓ ଆୟୋଜକମାନଙ୍କୁ ଉତ୍ସାହିତ କରିଥିଲେ।ଶିବିରରେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ତତ୍ତ୍ୱଦର୍ଶୀ ଦାସ, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଅଭିନାଶ ନନ୍ଦ, କୋକସରା ବ୍ଲକ ସଂଯୋଜକ ତଥା ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ତ୍ରୀନାଥ ଶବର, ସହ-ସଂଯୋଜକ ତ୍ରିଲୋକ୍ୟ ବେଶ୍ରା, କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ, ଦୁର୍ଗା ପ୍ରସାଦ ପ୍ରଧାନୀ, ସାରଳା ପ୍ରସାଦ ପ୍ରଧାନୀ ଓ ରଞ୍ଜିତ ପୋଡ଼ଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଓ ରକ୍ତଦାତା ଉପସ୍ଥିତ ଥିଲେ।ରକ୍ତଦାନ ଏକ ମହତ୍ ଦାନ। ଜଣେ ରକ୍ତଦାତାଙ୍କ ଦାନ ଅନେକ ଜୀବନ ରକ୍ଷାରେ ସହାୟକ ହୋଇପାରେ।ରକ୍ତ ଅଭାବରେ ଅନେକଙ୍କ ଜୀବନ ଚାଲିଯାଉଛି l ଦୈନନ୍ଦିନ ଜୀବନରେ ରକ୍ତର ଆବଶ୍ୟକ ହେଉଥିବା ବେଳେ ଏଭଳି ରକ୍ତଦାନ ଶିବିର ମାଧ୍ୟମରେ ଯୁବପିଢ଼ି ଓ ସାଧାରଣ ଲୋକଙ୍କ ମଧ୍ୟରେ ସ୍ୱେଚ୍ଛା ରକ୍ତଦାନ ପ୍ରତି ସଚେତନତା ବୃଦ୍ଧି ପାଇବ ବୋଲି ଆୟୋଜକମାନେ କହିଛନ୍ତି।
କୋକସରାରୁ ବ୍ୟୁରୋ ଚିଫ୍ ଦୁଷ୍ମନ୍ତ କୁମାର ଗହିରଙ୍କ ରିପୋର୍ଟ, “ଖବର ଆମର”।
Tags
Latest



