କୋକସରା,(ଖବର ଆମର)(ଦୁଷ୍ମନ୍ତ କୁମାର ଗହିର): କୋକସରା ବ୍ଲକ ଡାଲଗୁମା ଆଞ୍ଚଳିକ ଯାଦବ ସମିତି ପକ୍ଷରୁ ଡାଲଗୁମା ଲଙ୍କେଶ୍ୱରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଅଞ୍ଚଳସ୍ତରୀୟ ନୂଆଁଖାଇ ଭେଟଘାଟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମର ଆରମ୍ଭରେ ଯାଦବ ସମାଜର ଇଷ୍ଟଦେବତା ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଉପସ୍ଥିତ ଯାଦବ ସମାଜର ସଦସ୍ୟମାନେ ପରସ୍ପରକୁ ନୂଆଁଖାଇ ଜୁହାର ଭେଟ ହୋଇଥିଲେ ।ଆଞ୍ଚଳିକ ସଭାପତି ପ୍ରଭାତ ଚଣ୍ଡୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମାଜର ସାଂଗଠନିକ ଏକତା, ଶୃଙ୍ଖଳା, ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ ସ୍ୱାବଲମ୍ବନ ଓ ସାମ୍ବିଧାନିକ ଅଧିକାର ନେଇ ଆଲୋଚନା ହୋଇଥିଲା। ସମାଜର ସମ୍ବିଧାନକୁ ସମସ୍ତେ ଅନୁସରଣ କରିବା ସହ ସଂଗଠନର ଏକତା ଓ ଶୃଙ୍ଖଳା ବଜାୟ ରଖିବାକୁ ମତ ପ୍ରକାଶ ପାଇଥିଲା। ନୁଆଁଖାଇ ଭେଟଘାଟ ଅବସରରେ ବିଭିନ୍ନ ଭାତଗଦିର ସଭାପତିମାନଙ୍କୁ ସମାଜର ସମ୍ବିଧାନ ପୁସ୍ତକ ପ୍ରଦାନ କରାଯିବା ସହ ସଭାରେ ଯୁବପିଢ଼ିଙ୍କୁ ଶିକ୍ଷା ସହ ବ୍ୟବସାୟ ଓ ଆର୍ଥିକ କ୍ଷେତ୍ରରେ ଆଗକୁ ବଢ଼ି ସ୍ୱାବଲମ୍ବୀ ହେବାକୁ ଆହ୍ୱାନ ଦିଆଯାଇଥିଲା।କାର୍ଯ୍ୟକ୍ରମରେ ବ୍ଲକ ଯାଦବ ସମିତି ଗଣେଶ୍ୱର ପୁଞ୍ଜି, ବ୍ଲକ କାର୍ଯ୍ୟକାରୀ ସଭାପତି ସୁଦର୍ଶନ ବେହେରା, ବ୍ଲକ ମୋଟେର ଜୋନ ଉପସଭାପତି ଲିଙ୍ଗରାଜ ବେହେରା, ସମ୍ପାଦକ ମଣିଜର ପୋଢ଼, ବ୍ଲକ ଯାଦବ ସମିତି ସ୍ୱେଚ୍ଛାସେବୀ ଲକ୍ଷରାମ ପୁଞ୍ଜି,ଡାଳଗୁମା ଯାଦବ ଗ୍ରାମ୍ୟ କମିଟି ସଭାପତି ଗରିବ ଚନ୍ଦ୍ର ଲହଜଲ,ଉପଦେଷ୍ଟା ଲଳିତ ରୋତି,ଡାଳଗୁମା ଆଞ୍ଚଳିକ ଯାଦବ ସମିତି ଉପସଭାପତି କମ୍ବୁସିଂ ପୁଞ୍ଜି,ଚିତାମୁଣ୍ଡା ଗ୍ରାମ୍ୟ ସଭାପତି ଘନଶ୍ୟାମ ଘି,ପୂର୍ବତନ ଗ୍ରାମ୍ୟ ସଭାପତି ଭୁବନେଶ୍ୱର ହଂସ,ସମ୍ପାଦକ ଡିଙ୍ଗରଲାଲ ଭାଟି, ସହ-ସମ୍ପାଦକ ଫକୀର ନାରାୟଣ ଚଣ୍ଡୀ, କୋଷାଧ୍ୟକ୍ଷ ଯୁବରାଜ ରୋତି,ଆଞ୍ଚଳିକ ଯୁବ ସଭାପତି ହରପ୍ରସାଦ ପୋଢ଼, ଓ ସମ୍ପାଦକ ମକର ଭାଟି ସମେତ ଆଞ୍ଚଳିକ ଓ ଗ୍ରାମ୍ୟ ସମିତିର ବହୁ କର୍ମକର୍ତ୍ତା ଏବଂ ବରିଷ୍ଠ ଓ ଯୁବ ଯାଦବ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ l
କୋକସରାରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର"
Tags
Latest



