କୋକସରା, (ଖବର ଆମର) (ଦୁଷ୍ମନ୍ତ କୁମାର ଗହିର): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନରେ ବିଭିନ୍ନ ଦାବି ଓ ପ୍ରସଙ୍ଗକୁ ନେଇ ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଇଛି। ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ସିପିଆଇ(ଏମ୍), ସମାଜବାଦୀ ପାର୍ଟି, ସିପିଆଇ(ଏମ୍ଏଲ୍) ସମେତ ଅନ୍ୟାନ୍ୟ ରାଜନୈତିକ ଦଳ ଏହି ବନ୍ଦକୁ ସମର୍ଥନ ଜଣାଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି lଓଡ଼ିଶା ବନ୍ଦର ପ୍ରଭାବ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ କୋକସରା ବ୍ଲକରେ ମଧ୍ୟ ଦେଖିବାକୁ ମିଳିଥିଲା। କୋକସରା ବ୍ଲକ କଂଗ୍ରେସ କମିଟି ସଭାପତି ଲକ୍ଷ୍ମଣ କୁମାର ଶବରଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ କୋକସରା ଥାନା ସମ୍ମୁଖରେ ଧାରଣା ଦେଇ ବନ୍ଦ ପାଳନ କରିଥିଲେ।ବନ୍ଦ ପାଳନ ଯୋଗୁଁ କୋକସରାରେ ଦୋକାନ, ବଜାର ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା। ଏଥିସହ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିବାରୁ ଯାତ୍ରୀ ଓ ସାଧାରଣ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।ଏହି ଅବସରରେ କଂଗ୍ରେସ କର୍ମୀମାନେ ସରକାରଙ୍କ ଏମ୍ଏମ୍ଡିଆର୍ ବିଲ୍କୁ ଘୋର ବିରୋଧ କରିବା ସହ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକରେ ଥିବା ୧୬୭୮ଟି ତ୍ରୁଟି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଥିଲେ। ଏହାସହ ଜ୍ଞାନେଶ କୁମାରଙ୍କୁ ନେଇ ମଧ୍ୟ ଦଳ ପକ୍ଷରୁ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଇଥିଲା।ବନ୍ଦ ପାଳନ ସମୟରେ କୋକସରା ବ୍ଲକ କଂଗ୍ରେସ ଉପସଭାପତି ଟିକେରାମ ଧଙ୍ଗଡ଼ା ମାଝୀ, ଯୁବ କଂଗ୍ରେସ ସଭାପତି ଭୂଷଣ ମହାନନ୍ଦ(ଲିଟୁ ଭାଇ), ଅଭିମନ୍ୟୁ ପଟ୍ଟନାୟକ, ଦେବରାଜ ମାଝୀ,କୋକସରା ପଞ୍ଚାୟତ ସଭାପତି କୃପାସିନ୍ଧୁ ବାଗ, ଆର.ଜି ପି.ଆର.ଏସ ଆବାହକ ଅରୁଣ ମାଝୀ, ମହିଳା ନେତ୍ରୀ ଫୁଲତୋଳା ଖମାରି, ବରିଷ୍ଠ ନେତା ନିମାଇଁ ଚରଣ ଧଙ୍ଗଡ଼ା ମାଝୀ, ନକୁଳ ବାରିକ, ବନମାଳୀ ପାଣିଗ୍ରାହୀ, ପରାଶର ବେମାଲ, ଗୀତାଞ୍ଜଳି ଗୋପାଲ, ପର୍ମେ ସଗଡ଼ିଆ, ରୁକଧର ପୋଡ଼, ଅଜୟ ପଣ୍ଡା, ସବିତା ଗୋପାଲ, ସୌନ୍ଦର୍ଯ୍ୟା ଗୋପାଲ, ରାଜିନ୍ଦ୍ର ଦଣ୍ଡସେନା, ବିଦ୍ୟାଧର ଶବର ଓ ଦୀପସୁନ୍ଦର ଶବରଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।ତେବେ ବନ୍ଦ ସମୟରେ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଥିଲା। ସ୍ୱାସ୍ଥ୍ୟସେବା ପାଇଁ ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବାକୁ ବନ୍ଦରୁ ମୁକ୍ତ ରଖାଯାଇଥିଲା। କଂଗ୍ରେସ କର୍ମୀମାନେ ଶାନ୍ତି ଓ ଶୃଙ୍ଖଳାର ସହ ବନ୍ଦ ପାଳନ କରିଥିବା ଦେଖିବାକୁ ମିଳିଥିଲା।
କୋକସରାରୁ ବ୍ୟୁରୋ ଚିଫ୍ ଦୁଷ୍ମନ୍ତ କୁମାର ଗହିରଙ୍କ ରିପୋର୍ଟ, ‘ଖବର ଆମର’।
Tags
Latest



