🟢 ବ୍ରେକିଂ ନ୍ୟୁଜ

ଧର୍ମପରାୟଣ ଓ ସମାଜସେବୀ ହରିଶ୍ଚନ୍ଦ୍ର ବଗର୍ତ୍ତୀଙ୍କ ଏକାଦଶ କାର୍ଯ୍ୟ ସମ୍ପନ୍ନ


କଳାହାଣ୍ଡି ,(ଖବର ଆମର)(ଦୁଷ୍ମନ୍ତ କୁମାର ଗହିର)କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତୁମୁରା ଗ୍ରାମର ଧର୍ମପରାୟଣ ତଥା ସମାଜସେବୀ ସ୍ୱର୍ଗତ ହରିଶ୍ଚନ୍ଦ୍ର ବଗର୍ତ୍ତୀଙ୍କ ଏକାଦଶ କାର୍ଯ୍ୟ ବୁଧବାର ଶୋକାକୁଳ ପରିବେଶରେ ସମ୍ପନ୍ନ ହୋଇଛି।ଏହି ଅବସରରେ ଗୋଲାମୁଣ୍ଡା ବ୍ଲକ ସମେତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳର ଯାଦବ ସମାଜର କର୍ମକର୍ତ୍ତା, ଯୁବ ଯାଦବ ଓ ବିଭିନ୍ନ ମହଲର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ସ୍ୱର୍ଗତ ବଗର୍ତ୍ତୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ।ସ୍ୱର୍ଗତ ହରିଶ୍ଚନ୍ଦ୍ର ବଗର୍ତ୍ତୀ ଜଣେ ଧର୍ମପରାୟଣ, ମିଳନସାରୀ ଓ ସମାଜସେବୀ ବ୍ୟକ୍ତି ଭାବେ ଅଞ୍ଚଳରେ ପରିଚିତ ଥିଲେ। ବିଭିନ୍ନ ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ସେ ସକ୍ରିୟ ଭାବେ ଜଡ଼ିତ ରହିବା ସହ ସମାଜ ପ୍ରତି ନିଜର ଦାୟିତ୍ୱକୁ ନିଷ୍ଠାର ସହ ପାଳନ କରୁଥିଲେ। ଗୋଲାମୁଣ୍ଡା ବ୍ଲକ ଯାଦବ ସମାଜର ପରାମର୍ଶଦାତା ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଥିଲେ। ତାଙ୍କର ସରଳ ଓ ସହଯୋଗୀ ମନୋଭାବ ଯୋଗୁଁ ସମାଜରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଥିଲା।ତାଙ୍କ ବିୟୋଗରେ ଗୋଲାମୁଣ୍ଡା ବ୍ଲକ ସମେତ ସମଗ୍ର କଳାହାଣ୍ଡି ଜିଲ୍ଲା ଯାଦବ ସମାଜରେ ଶୋକର ଛାୟା ଖେଳିଯାଇଛି। ଏକାଦଶ କାର୍ଯ୍ୟରେ ଜୁନାଗଡ଼ ବିଧାୟକଙ୍କ ପ୍ରତିନିଧି ଦିନେଶ ବଗର୍ତ୍ତୀ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ଗିରିଧାରୀ ତେଜି, ଉପସଭାପତି ଯୁଧିଷ୍ଠିର ଗଉଡ, ସାଧାରଣ ସମ୍ପାଦକ ତ୍ରିପୁରା ନାଏକ, ଜିଲ୍ଲା ଯୁବ ଯାଦବ ମହାସଭାର ସଭାପତି ପିତବାସ ବେହେରା, କାଣ୍ଡେଲ ଆଞ୍ଚଳିକ ସଭାପତି କଲକ୍କି ରାମ ବାଗ, ଗୋଲାମୁଣ୍ଡା ବ୍ଲକ ଯାଦବ ସମାଜ ସଭାପତି ରେବା କଟା, ଉପସଭାପତି ତିଲେଶ୍ୱର ଘି, ସମ୍ପାଦକ ପରୀକ୍ଷିତ ଖର୍ସେଲ, ସହସମ୍ପାଦକ ସଦାଶିବ ବେମାଲ, ପୂର୍ବତନ କୋଷାଧ୍ୟକ୍ଷ ରୁମାଞ୍ଚଲ ତେଜି, ସାମ୍ବାଦିକ ବ୍ରହ୍ମା ପ୍ରସାଦ କାଣ୍ଡ, ଗୋଲାମୁଣ୍ଡା ବ୍ଲକ ଯୁବ ଯାଦବ ସଭାପତି ଜିତୁ ବଗର୍ତ୍ତୀ ଓ ରାଜେଶ ବଗର୍ତ୍ତୀଙ୍କ ସମେତ ବିଭିନ୍ନ ଆଞ୍ଚଳିକ କର୍ମକର୍ତ୍ତା ଓ ଯୁବ ଯାଦବ ଉପସ୍ଥିତ ଥିଲେ।ଉପସ୍ଥିତ ଅତିଥି ଓ ସମାଜର କର୍ମକର୍ତ୍ତାମାନେ ସ୍ୱର୍ଗତ ହରିଶ୍ଚନ୍ଦ୍ର ବଗର୍ତ୍ତୀଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ। ଏଥିସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ଓ ମନୋବଳ ପ୍ରଦାନ କରିବାକୁ ପ୍ରାର୍ଥନା କରିଥିଲେ।

Previous Post Next Post
Magspot Blogger Template

نموذج الاتصال