🟢 ବ୍ରେକିଂ ନ୍ୟୁଜ

ଶ୍ରୀ ନିତାଇ ଚୈତନ୍ୟ କଳାକାର ସଂଘର ନୁଆଁଖାଇ ଭେଟଘାଟ ଓ ସମ୍ବର୍ଦ୍ଧନା ସଭା


କୋକସରା, (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର): କଳା, ସଂସ୍କୃତି ଓ ଭାଇଚାରାର ପରମ୍ପରାକୁ ଆଗେଇ ନେବା ଉଦ୍ଦେଶ୍ୟରେ ଶ୍ରୀ ନିତାଇ ଚୈତନ୍ୟ କଳାକାର ସଂଘ ପକ୍ଷରୁ ନୁଆଁଖାଇ ଭେଟଘାଟ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। କୋକସରା ବ୍ଲକ ବଡକେନ୍ଦୁଗୁଡ଼ାସ୍ଥିତ କାଳେଶ୍ୱର ଶିବ ମନ୍ଦିର, ଝାରବନ୍ଧଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଳାକାର, ସଂଘର ସଦସ୍ୟ ଓ ଅତିଥିମାନେ ଯୋଗଦେଇ ନୁଆଁଖାଇ ଜୁହାର ଭେଟ ହୋଇଥିଲେ।କାର୍ଯ୍ୟକ୍ରମରେ ସୁରେଶ ଚନ୍ଦ୍ର ନାଗ ସ୍ୱାଗତ ଅଭିଭାଷଣ ଦେଇ ସଭା କାର୍ଯ୍ୟ ଆରମ୍ଭ କରିଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ରାଜ୍ୟ ସଂଯୋଜକ ଦୁଷ୍ମନ୍ତ ପୁରୋହିତ, ସୁଶୀଲ ପଣ୍ଡା, ରାଜେନ୍ଦ୍ର ନାଏକ, ଧର୍ମବ୍ରତ ପଣ୍ଡା , କୃତିବାସ ଶବର, ଥବିର ପ୍ରସାଦ ବିଶି ଓ ସଂକୀର୍ତ୍ତନ ଗୁରୁ ଜୟରାମ ଶବର ପ୍ରମୁଖ ମଞ୍ଚାସୀନ ଥିଲେ।କାର୍ଯ୍ୟକ୍ରମର ଆରମ୍ଭରେ ଶ୍ରୀ ନିତାଇ ଚୈତନ୍ୟଙ୍କୁ ଶ୍ରଦ୍ଧାର ସହ ପୂଜାର୍ଚ୍ଚନା କରାଯାଇଥିଲା। ପରେ ସଂଘର ସମସ୍ତ ସଦସ୍ୟ ପରସ୍ପର ମଧ୍ୟରେ ନୁଆଁଖାଇ ଜୁହାର ଭେଟ ହୋଇ ଏକତା , ଭାଇଚାରା ଓ ଭାତୃଭାବର ବାର୍ତ୍ତା ଦେଇଥିଲେ।ଏହି ସଭାରେ ୨୦୨୪ ମସିହାରେ ଆୟୋଜିତ ୧୦୪ ପ୍ରହର ଅଖଣ୍ଡ ନାମଯଜ୍ଞରେ ଅକ୍ଲାନ୍ତ ପରିଶ୍ରମ ଓ ସହଯୋଗ କରିଥିବା କଳାକାରମାନଙ୍କୁ ଶ୍ରୀ ନିତାଇ ଚୈତନ୍ୟ କଳାକାର ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ସାମ୍ବାଦିକମାନଙ୍କୁ ମଧ୍ୟ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା।ସଭାରେ ବକ୍ତାମାନେ କହିଥିଲେ ଯେ, କଳା ଓ ସଂସ୍କୃତିର ସୁରକ୍ଷା ସହିତ ସମାଜରେ ଭାଇଚାରା ଓ ଭାତୃଭାବକୁ ମଜବୁତ କରିବା ଦିଗରେ ସଂଘ ଆଗାମୀ ଦିନରେ ମଧ୍ୟ ନିରନ୍ତର କାର୍ଯ୍ୟ କରିବ। ସମସ୍ତଙ୍କ ସହଯୋଗ ଓ ଏକତାକୁ ଆଧାର କରି ଶ୍ରୀ ନିତାଇ ଚୈତନ୍ୟ କଳାକାର ସଂଘକୁ ଆହୁରି ସୁଦୃଢ଼ କରିବା ସହ ସଂଘର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ଆହ୍ୱାନ ଦିଆଯାଇଥିଲା।ଏଥିରେ କୋକସରା ବ୍ଲକ ର କୋଣ ଅନୁକୋଣ ରୁ ସମସ୍ତ ସଂକୀର୍ତ୍ତନ ଗୁରୁ ଓ ସଂକୀର୍ତ୍ତନ କଳାକାର ଉପସ୍ଥିତ ରହି ସହଯୋଗ କରିଥିଲେ l କାର୍ଯ୍ୟକ୍ରମରେ ପଞ୍ଚକ ପୋଡ଼ ମଞ୍ଚ ପରିଚାଳନା କରିଥିଲେ l 

କୋକସରାରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର"

Previous Post Next Post
Magspot Blogger Template

نموذج الاتصال