![]() |
| ଅଜଣା ଗାଡି ଧକ୍କା ରେ ଜଣେ ମୃତ, ଜଣେ ଗୁରୁତର |
କୋକସରା,(ଖବର ଆମର)(ଦୁଷ୍ମନ୍ତ କୁମାର ଗହୀର):କୋକସରା ବ୍ଲକ ଆମପାଣି ଥାନା ଅଧିନ କାଉଡୋଳା ଓ ଲଡୁଗାଁ ରାସ୍ତା ବୁଲାଣିରେ ରବିବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି I ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟି ଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣା ପଡିଛି I ମୃତ ଯୁବକ ହେଲେ ସୁନାମାଳ ଗ୍ରାମର ବୈକୁଣ୍ଠ ବାରିକ (22) ଏବଂ ଗୁରୁତର ହୋଇଥିବା ଯୁବକ ଲିଙ୍ଗରାଜ ହଂସ I ସୂଚନା ଅନୁଶାରେ ରବିବାର ମଧ୍ୟାହ୍ନରେ ଉଭୟ ଏକ ବାଇକ ଯୋଗେ କାଉଡୋଳାକୁ ଆସୁଥିଲେ I ସେ ସମୟରେ ସୁନାମାଳ ଓ କାଉଡୋଲା ମଝିରେ ଥିବା ବୁଲାଣିରେ ଏକ ଅଜଣା ଗାଡି ଧକ୍କା ଫେରାର ହୋଇଯାଇଥିବା ଜଣା ପଡିଛି I ଏ ଘଟଣା ସମ୍ପର୍କରେ ସ୍ଥାନୀୟ ସାମ୍ବାଦିକ ବସନ୍ତ ସାରାବୁ ପୁଲିସ କୁ ଖବର ଦେଇଥିଲେ I ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା I ସେଠାରେ ଡାକ୍ତର ବୈକୁଣ୍ଠ ବାରିକକୁ ମୃତ ଘୋଷଣା କରିଥିଲେ I ଏ ନେଇ ଅମାପାଣି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରହିଛି I ଶବ ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରାଯାଇଥିବା ସୂଚନା ରହିଛି I
କୋକସରାରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର"
Tags
Latest



